ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ବୁଧବାର ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳୀୟ କାର୍ଯ୍ୟାଳୟରେ ଭେଟିଛନ୍ତି। ସେ ଶୃଙ୍ଖଳା କମିଟି ଆଗରେ ନିଜର ମତ ରଖୁଛନ୍ତି। ଶ୍ରୀ ପ୍ରଧାନ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଲା ପରେ କିଛି ବଡ଼ଧରଣର ଘଟଣା ଘଟିବ ବୋଲି ଚର୍ଚ୍ଚା ଜୋର୍ ଧରିଛି। ତେବେ ଆଇନକୁ ସମ୍ମାନ ଦେଉଛି କହି ଏକ୍ସରେ ସୂଚନା ଦେଲେ ଜଗନ୍ନାଥ ପ୍ରଧାନ । ଆଇନ ଆନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ସହଯୋଗ କରିବି । ରାଜ୍ୟ ପ୍ରଶାସନିକ ଅଚଳାବସ୍ଥା ଆଡକୁ ଗତି କରୁଛି । ଏସବୁ ଦୃଷ୍ଟିରୁ ରାଜ୍ୟ ଓ ଆମ ସରକାରଙ୍କ ହିତ ପାଇଁ ଆଇନକୁ ସମ୍ମାନ ଦେଉଛି । ଦୁଇ ଦିନ ହେଲା ବିଏମସି ଘଟଣାରେ ବିରୋଧୀ ରାଜନୀତି କରୁଛନ୍ତି । ମୁଁ ଆଗରୁ କହିଛି, ଏବେବି କହୁଛି ଏହି ଘଟଣା ନିନ୍ଦନୀୟ, ଦୁଃଖଦାୟକ ।