ଫିଲ୍ମି ଜଗତର ଜଣେ ସୁପ୍ରସିଦ୍ଧ ଓ ସୁନ୍ଦରୀ ଅଭିନେତ୍ରୀ ବିପାଶା ବସୁ । ୪୩ ବର୍ଷ ବୟସରେ ସେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ବିପାଶା ଓ କରଣ ସିଂହ ଗ୍ରୋଭର ଝିଅର ନାମ ରଖିଥିଲେ ଦେବୀ ବସୁ ସିଂହ ଗ୍ରୋଭର। ଏହି ଦମ୍ପତି ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ କନ୍ୟାର ବାପା ଓ ମା’ ହୋଇଥିବାର ଖୁସି ଖବର ଦେଇଥିଲେ। ଏଭଳି ଖୁସିର ସମୟରେ ବିପାଶା ଓ କରଣଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। ଯେବେ
କନ୍ୟାର ଜନ୍ମପରେ ବିପାଶ ଓ କରଣ ଜାଣିବାକୁ ପାଇଲେ ଯେ ଦେବୀ ହୃଦୟରେ ଦୁଇଟି ଛିଦ୍ର ରହିଛି।
ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଦେବୀକୁ ୩ମାସ ହୋଇଥିବା ବେଳେ ତାର ସର୍ଜରୀ କରାଯାଇଥିଲା। ନିକଟରେ ଇନଷ୍ଟାଗ୍ରାମ ଲାଇଭରେ ବିପାଶା ନେହା ଧୁପିଆଙ୍କ ସହିତ ସେ ଦୁଃଖଦ ଦିନ ବିଷୟରେ କଥା ହେଉଥିବା ବେଳେ ଭାବୁକ ହୋଇଯାଇଥିଲେ।ଇନଷ୍ଟାଗ୍ରାମ ଲାଇଭରେ ବିପାଶା ବସୁ ନିକଟରେ ନେହା ଧୁପିଆଙ୍କ ସହିତ କଥା ହେଉଥିଲେ। ଯେଉଁଥିରେ ସେ କହିଥିଲେ କି, ‘ସନ୍ତାନ ଜନ୍ମ ପରେ ଆମର ଯାତ୍ରା ଅନ୍ୟ ମା’ ଓ ବାପାଙ୍କ ଠାରୁ ଭିନ୍ନ ରହିଛି। ମୁଁ କେବେ ବି ଚାହିଁବି ନାହିଁ କି କୌଣସି ମା’ଙ୍କ ସହିତ ଏମିତି ଘଟଣା ଘଟୁ। ଝିଅ ଜନ୍ମର ତିନିଦିନ ପରେ ଜଣାପଡ଼ିଲା କି ତାର ହୃଦୟରେ ଦୁଇଟି ଛିଦ୍ର ରହିଛି। ମୁଁ ଭାବିଥିଲି କି କେବେ କାହା ସହିତ ଏ କଥା ମୁଁ ସେୟାର କରିବି ନାହିଁ। କିନ୍ତୁ ମୁଁ ଏକଥା ସେୟାର କଲି। ସେ ସମୟରେ ଅନେକ ମା’ ମୋତେ ବହୁତ ସାହାଯ୍ୟ କରିଛନ୍ତି। ଏବେ ସେମାନଙ୍କୁ ଖୋଜି ପାଇବା କଷ୍ଟକର।’