ବ୍ରିଟେନ୍ର ଲୋକପ୍ରିୟ ରିୟଲିଟି ଶୋ’ ‘ବ୍ରିଟେନ୍ସ ଗଟ୍ ଟ୍ୟାଲେଣ୍ଟ’ର ଚଳିତ ସିଜନରେ ଭାରତର ୯ ବର୍ଷୀୟା ବିନୀତା ଛେତ୍ରୀ ଦ୍ୱିତୀୟ ରନର ଅପ୍ ହୋଇଛନ୍ତି।ବିନୀତା ଆସାମର ହୋଇଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତାଙ୍କର ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ଆସାମର ବୋକାଜାନ ସହରସ୍ଥିତ ବ୍ରଏଲର ଫାର୍ମ ମାଲିକ ଅମର ଛେତ୍ରୀଙ୍କର ଝିଅ ବିନୀତା ବ୍ରହ୍ମପୁତ୍ରଠାରୁ ବ୍ରିଟେନ୍ ପର୍ଯ୍ୟନ୍ତ ସମସ୍ତଙ୍କର ହୃଦୟ ଜିତିଛନ୍ତି। ତାଙ୍କୁ ଅନେକ ଅନେକ ଅଭିନନ୍ଦନ। ତେବେ ଏହି ମଞ୍ଚରେ ବିନୀତା ନିଜ ନୃତ୍ୟ ଦ୍ୱାରା ଦର୍ଶକ ଏବଂ ବିଚାରକମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରି ଅନ୍ତର୍ଜାତୀୟ ସ୍ତରରେ ଭାରତର ନାମକୁ ଗୌରବାନ୍ବିତ କରିଛନ୍ତି। ଏହି ସଫଳତା ଯୋଗୁ ଦେଶବ୍ୟାପୀ ଏବେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି।