ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଜାରି ରହିଛି। ଏହାରି ଭିତରେ ତଦନ୍ତ କମିଶନଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ଗଣମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ ପାଇଛି। ନୋଟିଫିକେସନ ପରଠାରୁ ୨୧ ଦିନ ଯାଏ ସତ୍ୟପାଠ ଆହ୍ବାନ କରାଯାଇଛି । ଘଟଣା ସଂପର୍କରେ ଜାଣିଥିଲେ ସତ୍ୟପାଠ ଜରିଆରେ ମତ ରଖିପାରିବେ । ସର୍କିଟ ହାଉସରେ ଏକ ବକ୍ସ ରଖାଯାଇଛି । ଯିଏ ଚାହିଁବେ ଏହି ବକ୍ସରେ ମତ ରଖିପାରିବେ । ଇ-ମେଲ୍ କିମ୍ବା ଡାକ ମାଧ୍ୟମରେ ତଥ୍ୟ ରଖିପାରିବେ । ତଥ୍ୟରେ ନିଜର ପୁରା ଠିକଣା, ମୋବାଇଲ ନମ୍ବର ଓ ଇ-ମେଲ୍ ଆଡ୍ରେସ ଦେବାକୁ କୁହାଯାଇଛି । ଆଜିଠୁ ୨୧ ଦିନ ପର୍ୟ୍ୟନ୍ତ ସତ୍ୟପାଠ ଗ୍ରହଣ କରାଯିବ। ବିବୃତ୍ତି ଓ ମତାମତ ଗ୍ରହଣ ପାଇଁ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଆୟୋଗଙ୍କ କାର୍ୟ୍ୟାଳୟ ଫୋନ୍ ନମ୍ୱରରେ ଯୋଗାଯୋଗ କରିହେବ। ସେହିପରି ସତ୍ୟପାଠ ଦ୍ୱାରା ବିବୃତ୍ତି ଓ ମତାମତ ଗ୍ରହଣ ପାଇଁ ଅଫିସ କାର୍ୟ୍ୟ ଦିବସ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଖୋଲା ରହିବ ବୋଲିବିଜ୍ଞପ୍ତିରେ ଦର୍ଶାଯାଇଛି।