ରସୁଣ ଯାହା କେଶ ଝଡିବା ଏବଂ କେଶକୁ ମଜବୁତ କରିବା ପାଇଁ ଏହାକୁ ବ୍ୟବହାର କରାଯାଇପାରିବ । ରସୁଣ ରସ ସିଧାସଳଖ କେଶର ମୂଳରେ ପ୍ରୟୋଗ କରାଯାଇଥାଏ । ଏହା ବ୍ୟତୀତ ରସୁଣର ରସକୁ ନଡିଆ କିମ୍ବା ଅଲିଭ୍ ତେଲରେ ମିଶାଇ କେଶରେ ଲଗାଇବା ଦ୍ୱାରା ଲାଭଦାୟକ ହୋଇଥାଏ । ସେହିଭଳି ପିଆଜ ରସ କେଶ ପାଇଁ ଏକ ଉତ୍ତମ ଉପାଦାନ । ଏହା କେଶ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିଥାଏ ଏବଂ କେଶକୁ ମଧ୍ୟ ବୃଦ୍ଧି କରାଇଥାଏ । ଯଦି କେଶ ଉପୁଡୁଛି ତେବେ ପିଆଜ ରସକୁ ଆପଣାନ୍ତୁ । ପିଆଜ ରସକୁ ଆପଣ ୩୦ ମିନିଟ୍ କେଶରେ ଲଗାଇ ତା’ପରେ କେଶକୁ ଧୋଇଦେବା ଉଚିତ୍ ।
ଏହିପରି ଯଦି ଆପଣ ସପ୍ତାହକୁ ଗୋଟିଏ ଥର କରନ୍ତି, ତେବେ ଆପଣଙ୍କୁ ରେଜଲ୍ଟ ବହୁତ ଶୀଘ୍ର ମିଳିବ ।ଲେମ୍ବୁ ମଧ୍ୟ ରସ କେଶ ପାଇଁ ବହୁତ ଉପଯୋଗୀ । ଲେମ୍ବୁ ରସକୁ ନଡିଆ କିମ୍ବା ସୋରିଷ ତେଲରେ ମିଶାନ୍ତୁ ଏବଂ ସାମ୍ପୁ କରିବା ପୂର୍ବରୁ ଯଥା ୧ ରୁ ୧.୫ ଘଣ୍ଟା ପୂର୍ବରୁ ଏହାକୁ କେଶରେ ଲଗାନ୍ତୁ ଏବଂ କିଛି ସମୟ ପରେ ଏହାକୁ ଧୋଇ ଦିଅନ୍ତୁ । ଏପରି କରିବା ଫଳରେ କେଶ ଝାଡ଼ିବା ସମସ୍ୟା ଦୂର ହୋଇଥାଏ । ଏହା ସହ ଲେମ୍ବୁକୁ ଯଦି ଆପଣଙ୍କ କେଶରେ ଘସନ୍ତି, ତେବେ ଏହା ରୂପି ସମସ୍ୟାକୁ ମଧ୍ୟ କମ୍ କରିଥାଏ ।