ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାଠାରୁ ପ୍ରାୟ ୫୦ ମିଟର ଦୂର ଏନ୍ଏସି ଚେକ୍ ଗେଟ୍ ନିକଟରେ ପୋଲିସ ପରିଚୟ ଦେଇ ୨ ଯୁବକଙ୍କଠାରୁ ୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଦୁଇ ଲୁଟେରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା, ଦୁଇଟି ମୋବାଇଲ ଫୋନ, ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି।
୨୦ ତାରିଖ ସକାଳେ ଦିଗପହଣ୍ଡି ଥାନା ନିକଟରେ ଥିବା ଏନଏସି ଚେକଗେଟ୍ ନିକଟରୁ ଏହି ଦୁଇ ଲୁଟେରା ପୋଲିସ ପରିଚୟ ଦେଇ ଜଣେ ଯୁବକଙ୍କଠାରୁ ଟଙ୍କା ଲୁଟ୍ କରିନେବା ଅଭିଯୋଗ ହୋଇଥିଲା। ମୋହନାରୁ ବ୍ରହ୍ମପୁର ଅଭିମୁଖେ ସ୍କୁଟିରେ ଯୁବକ ଜଣକ ଏକ ଲକ୍ଷ ଟଙ୍କା ନେଇ ଯାଉଥିବାବେଳେ ଦୁଇ ଜଣ ଠକ ପୋଲିସ ପରିଚୟ ଦେଇ ସମ୍ପୃକ୍ତ ଯୁବକକୁ ଅଟକାଇ ଧରିଥିବା ଏକ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ। ପରେ ଥାନାକୁ ଚାଲ ବୋଲି କହି ଉଭୟଙ୍କୁ ବାଇକ୍ରେ ବସାଇ ଥାନା ଅଭିମୁଖେ ଗଲାବେଳେ ପୋଲିସକୁ ଦେଖି ଜଣେ ଅଭିଯୁକ୍ତଙ୍କ ବାଇକ୍ଟି ରାସ୍ତାକଡ଼କୁ ଖସି ପଡ଼ିଥିଲା। ବ୍ୟବସାୟୀ ଜଣକ ଥାନା ମଧ୍ୟକୁ ଦୌଡ଼ି ଯାଇ ଉପସ୍ଥିତ ଥାନା କର୍ମଚାରୀଙ୍କୁ ଘଟଣା କହିଥିଲେ। ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟ ଅଭିଯୁକ୍ତଙ୍କୁ କାବୁକରି ଥାନାକୁ ଉଠାଇ ଆଣିଥିଲେ।