ଅଷ୍ଟମୁଖୀ ରୁଦ୍ରାକ୍ଷ ପିନ୍ଧିବା ପୂର୍ବରୁ ଏହାକୁ ଶୁଦ୍ଧ କରିବା ଜରୁରୀ ଅଟେ । ତେବେ ସୋମବାର କିମ୍ବା ବୁଧବାର ଦିନ ଏହାକୁ ଗଙ୍ଗା ଜଳ କିମ୍ବା ଶୁଦ୍ଧ ପାଣିରେ ଧୋଇ ଭଲ ଭାବରେ ସଫା କରନ୍ତୁ। ପୂଜାଘରେ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ସାମ୍ନାରେ ରୁଦ୍ରାକ୍ଷଟିକୁ ରଖି ଫୁଲ ଓ ଧୂପ-ଦୀପ ଜାଳି ଗଣେଶ ମନ୍ତ୍ର ‘ଓମ୍ ଗଣପତୟେ ନମଃ’ ୧୦୮ଥର ଜପ କରନ୍ତୁ।
ଏହାପରେ ରୁଦ୍ରାକ୍ଷକୁ ଲାଲ ସୂତା କିମ୍ବା ସୁନା-ରୂପା ଚେନରେ ବେକ କିମ୍ବା ହାତରେ ପିନ୍ଧନ୍ତୁ। ଏହାକୁ ପିନ୍ଧିବା ପରେ ନିୟମିତ ଭାବେ ଗଣେଶଙ୍କୁ ପୂଜା କରନ୍ତୁ। ଏହାଦ୍ୱାରା ସକାରାତ୍ମକ ଶକ୍ତି ବଜାୟ ରହିବ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଷ୍ଟମୁଖୀ ରୁଦ୍ରାକ୍ଷକୁ ଗଣେଶଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା ଜୀବନରେ ସମସ୍ତ ବାଧା ବିଘ୍ନ ଦୂର ହେବା ସହ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ। ଅଷ୍ଟମୁଖୀ ରୁଦ୍ରାକ୍ଷ ବ୍ୟବସାୟ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତିି ପାଇଁ ବେଶ ଉପଯୋଗୀ।