ଯେଉଁମାନଙ୍କର ପ୍ରାୟତଃ ଗ୍ୟାସ୍ ସମସ୍ୟା ଥାଏ, ସେମାନେ ଫୁଲକୋବି ଖାଇବାକୁ କମ୍ କରିବା ଉଚିତ୍ । ଫୁଲକୋବିରେ କାର୍ବୋହାଇଡ୍ରେଟ୍ ଥାଏ, ଯାହା ହଜମ ପ୍ରକ୍ରିୟାରେ ସମସ୍ୟା ବଢ଼ାଇପାରେ । ଫୁଲକୋବି ପରଟା ଖାଇବା ପରେ ଆପଣ ଗ୍ୟାସ୍ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଫୁଲକୋବି ଖାଆନ୍ତୁ ନାହିଁ ।ଯଦି ଆପଣଙ୍କର ଥାଇରଏଡ୍ ସମସ୍ୟା ଅଛି ତେବେ ଫୁଲକୋବି ଖାଆନ୍ତୁ ନାହିଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ବଢ଼ାଇପାରେ । ଫୁଲକୋବି ଖାଇବା ଦ୍ୱାରା ଥାଇରଏଡ୍ ଗ୍ରନ୍ଥିର ଆୟୋଡିନ୍ ବ୍ୟବହାର କରିବାର କ୍ଷମତା କମିଯାଏ । ଏହା ଆପଣଙ୍କ ସ୍ୱାସ୍ଥ୍ୟରେ ଅସୁବିଧା ଆଣିପାରେ ।
ଫୁଲକୋବି ବିଶେଷତ ଟି୩ ଏବଂ ଟି୪ ହରମୋନ ସ୍ତରକୁ ପ୍ରଭାବିତ କରିଥାଏ । ତେଣୁ ଥାଇରଏଡ୍ ରୋଗୀମାନେ ଫୁଲକୋବି ବ୍ୟବହାରକୁ କମ୍ କରିବା ଉଚିତ୍ । ଗର୍ଭାବସ୍ଥାରେ ମଧ୍ୟ ଆପଣ ଫୁଲକୋବି ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହା ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିପାରେ । ବିଶେଷକରି ଗର୍ଭାବସ୍ଥାରେ ଏହା ଗ୍ୟାସ୍, ଏସିଡିଟି ଏବଂ ଖାଦ୍ୟ ହଜମରେ ସମସ୍ୟା ସୃଷ୍ଟି କରିପାରେ । ତେଣୁ ଫୁଲକୋବି ଖାଇବା ଠାରୁ ଦୂରେଇ ରୁହନ୍ତୁ ।