ଆଇପିଏଲ ୨୦୨୫ ର ବାକିଥିବା ମ୍ୟାଚ ଚଳିତ ମାସ ୧୬ ତାରିଖରୁ ଆରମ୍ଭରୁ ହୋଇପାରେ । ଏହାସହ ଚଳିତମାସ ୩୦ ତାରଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇପାରେ ବୋଲି ବିସିସିିଆଇ ସୂଚନା ଦେଇଛି । IPL ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିଲା। ଗତ ଦେଢ଼ ମାସ ଧରି ଏହି ଟୁର୍ନାମେଣ୍ଟ କୌଣସି ସମସ୍ୟା ବିନା ଚାଲିଥିଲା। କିନ୍ତୁ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ, ମେ’ ୬-୭ରେ, ଭାରତୀୟ ସେନା ‘ଅପରେଶନ ସିନ୍ଦୂର’ ହେବା ପରେ, ଦୁଇ ଦେଶ ମଧ୍ୟରେ ସାମରିକ ସଂଘର୍ଷ ଆରମ୍ଭ ହୋଇଥିଲା।
ଏବେ ଉଭୟ ଦେଶ ଯୁଦ୍ଧବିରତି ଘୋଷଣା କରିବାର କିଛି ସମୟ ପରେ IPL ୨୦୨୫ ର ବାକି ଥିବା ମ୍ୟାଚ୍ ସମାପ୍ତ କରିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ସମ୍ପର୍କରେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ସମ୍ବାଦ ସଂସ୍ଥା ପିଟିଆଇକୁ କହିଛନ୍ତି, ଯୁଦ୍ଧ ବନ୍ଦ ହୋଇଯାଇଛି।