ତଦନ୍ତ ପାଇଁ ଆସିଥିଲେ ପିସିଆର କର୍ମଚାରୀ, ଛୁରା ମାଡ଼ କଲେ ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ମଞ୍ଚେଶ୍ବର ଥାନା ଚକେଇସିଆଣି ଶ୍ରୀରାମନଗରରେ । ଗାଡି ହର୍ଣ୍ଣ ମରାକୁ ନେଇ ଗଣ୍ଡଗୋଳ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ। ପୁଲିସ ପହଞ୍ଚିବା ପରେ ଦୁର୍ବୃତ୍ତ ଛୁରାମାଡ କରିଛନ୍ତି। ଏଥିରେ ଜଣେ ପୁଲିସ କନେଷ୍ଟବଳ ଆହତ ହୋଇଛନ୍ତି।ଏହା ସହିତ ଛୁରାମାଡ଼ରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ଘଟାଇଥିବା ଅଭିଯୁକ୍ତକୁ ଅଟକ ରଖି ମଞ୍ଚେଶ୍ୱର ଥାନା ପୋଲିସ ପଚରାଉଚରା କରୁଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।