ଆମେରିକାରେ ଭାରତର କୋଟିପତି ବ୍ୟବସାୟୀ ଗୌତମ ଆଦାନୀଙ୍କ ନାମରେ ଲାଞ୍ଚ ଏବଂ ଠକେଇ ଅଭିଯୋଗ ହେବାର କିଛି ଘଣ୍ଟା ପରେ କଂଗ୍ରେସ ଏହି ମାମଲାର ମିଳିତ ସଂସଦୀୟ କମିଟି (ଜେପିସି) ଯାଞ୍ଚ ପାଇଁ କହିଛି। ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀଙ୍କୁ ପରିହାସ କରି କଂଗ୍ରେସ କହିଛି ଯେ ଆଦାନୀ ହେଉଛନ୍ତି ମୋଦୀଙ୍କ ପ୍ରିୟ ବ୍ୟବସାୟୀ। ଏହି ଘଟଣା ପରେ ଆଦାନୀ ଗ୍ରୁପ୍ର ଶେୟାରରେ ବହୁତ ହ୍ରାସ ଘଟିଛି। ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନୀ ଗ୍ରୀନ ଏନର୍ଜି ଏବଂ ଆଦାନୀ ଏନର୍ଜି ସଲ୍ୟୁସନର ଶେୟାରଗୁଡିକ ପ୍ରାରମ୍ଭିକ କାରବାର ସମୟରେ ୧୦-୨୦ ପ୍ରତିଶତ ହ୍ରାସ ପାଇଛି। ଏହାର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ମଧ୍ୟ ଦେଖିବାକୁ ମିଳିଛି। ନିଫ୍ଟି ୧୮୭ ପଏଣ୍ଟ ହ୍ରାସ କରି ୨୩,୩୩୦ ଥିବାବେଳେ ସେନସେକ୍ସ ୫୪୯ ପଏଣ୍ଟରେ ଦୁର୍ବଳ ହୋଇ ୭୭,୦୨୮ରେ କାରବାର ପହଞ୍ଚିଛି। ତେବେ ଆଦାନୀ ଗ୍ରୁପ୍ ଏହି ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ଏହାର ସମାଧାନ ପାଇଁ ସମସ୍ତ ସମ୍ଭାବ୍ୟ ଆଇନଗତ ପନ୍ଥା ଆପଣାଯବି ବୋଲି ଆଦାନୀ ଗ୍ରୁପ୍ କହିଛି।
ଗ୍ରୁପ୍ କହିଛି ଯେ, ଆମେରିକାର ନ୍ୟାୟ ବିଭାଗ (ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍) ନିଜେ କହିଛି ଯେ, ଏହି ଅଭିଯୋଗରେ ଅଭିଯୁକ୍ତମାନେ ଦୋଷୀ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ନିର୍ଦ୍ଦୋଷ ରୂପେ ବିବେଚନା କରାଯାଏ।
ଆଦାନୀ ଗ୍ରୁପ୍ ସର୍ବଦା ଏହାର କାର୍ଯ୍ୟର ସମସ୍ତ ପ୍ରାଧିକରଣ ମଧ୍ୟରେ ସର୍ବୋଚ୍ଚ ଶାସନ, ସ୍ୱଚ୍ଛତା ଏବଂ ନିୟାମକ ମାନ୍ୟତା ବଜାୟ ରଖିବା ପାଇଁ ଦୃଢ ଭାବରେ ପ୍ରତିବଦ୍ଧ। ଆମେ ଆମର ଷ୍ଟକହୋଲ୍ଡର୍, ପାର୍ଟନର୍ ଏବଂ କର୍ମଚାରୀମାନଙ୍କୁ ନିଶ୍ଚିତ କରୁଛୁ ଯେ ଆମ ସଂସ୍ଥା ଆଇନର ଅନୁପାଳ କରେ ଏବଂ ଏହାକୁ ସମ୍ପୂର୍ଣ୍ଣ ରୂପେ ପାଳନ କରୁଛୁ। ତେଣୁ ଏସବୁ ଅଭିଯୋଗ ଭିତ୍ତିହୀନ ବୋଲି ଆଦାନୀ ଗ୍ରୁପ୍ କହିଛି।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।