ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କ ହଲିଡେ’ ନେଇ ନୋଟିସ୍ ଜାରି କରିଛି,ନୋଟିସରେ ରବିବାର, ଦ୍ୱିତୀୟ ସପ୍ତାହ ଶନିବାର ଓ ଚତୁର୍ଥ ସପ୍ତାହ ଶନିବାର ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।ଜୁଲାଇ ମାସରେ ମୋଟ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ । ୧୮ ଦିନ ବ୍ୟାଙ୍କ ରହିବ ଖୋଲା । ତେବେ ଏହିଦିନରେ ବ୍ୟାଙ୍କ ହଲିଡେ |
-୩ ଜୁଲାଇରେ ଖାରଚି ପୂଜା ପାଇଁ ଅଗରତଲା ଓ ତ୍ରିପୁରାରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।
-୫ ତାରିଖରେ ଗୁରୁ ହରଗୋବିନ୍ଦ ଜୀଙ୍କ ଜୟନ୍ତି ପାଇଁ ଜମ୍ମୁ-ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ ।
-୬ ତାରିଖରେ ସାପ୍ତାହିକ ଛୁଟି ପାଇଁ ଦେଶ ସାରା ସବୁ ବ୍ୟାଙ୍କ ବନ୍ଦ ରହିବ ।
-୭ ତାରିଖରେ ମହରମ ପାଇଁ ପ୍ରତି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।
-୧୨ ତାରିଖରେ ଦ୍ୱିତୀୟ ସପ୍ତାହ ଶନିବାର ପାଇଁ ଦେଶ ତମାମ ବ୍ୟାଙ୍କଗୁଡ଼ିକରେ ତାଲା ଝୁଲିବ ।
-୧୩ ତାରିଖରେ ୱିକଲି ହଳିଡେ’ ପାଇଁ ବ୍ୟାଙ୍କ ଛୁଟି ରହିବ ।
-୧୪ତାରିଖରେ ମେଘାଳୟର ସମସ୍ତ ବ୍ୟାଙ୍କ ବେହ ଦିନଖଲାମ ପାଇଁ ବନ୍ଦ ରହିବ ।
-୧୬ ତାରିଖରେ ହରେଲା ଯାତ୍ରା ପାଇଁ ଉତ୍ତରାଖଣ୍ଡରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
-୧୭ଜୁଲାଇରେ ମେଘାଳରେ ୟୁ. ତିରୋତ ସିଂଙ୍କ ଶ୍ରାଦ୍ଧବାର୍ଷିକି ପାଇଁ ବ୍ୟାଙ୍କ ବନ୍ଦ ରାହିବ ।
-୧୯ ତାରିଖରେ କେର ପୂଜା ପାଇଁ ତ୍ରିପୁରାରେ ସବୁ ବ୍ୟାଙ୍କ ବନ୍ଦ ରହିବ ।
-୨୦ ତାରିଖରେ ସପ୍ତାହନ୍ତ ଛୁଟି ପାଇଁ ଦେଶର ସବୁ ବ୍ୟାଙ୍କ ବନ୍ଦ ।
-୨୬ ତାରିଖରେ ଚତୁର୍ଥ ଶନିବାର ପଡ଼ୁଥିବା କାରଣରୁ ସବୁ ଜାଗାରେ ବ୍ୟାଙ୍କ ବନ୍ଦ ରହିବ ।
-୨୭ତାରିଖରେ ସାପ୍ତାହିକ ଛୁଟିରେ ଦେଶର ତମାମ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।