ଦୁର୍ଗାପୂଜା ସମୟରେ ଭାରତକୁ ୩ ହଜାର ଟନ ଇଲିସି ମାଛ ରପ୍ତାନୀ ହେବ ବୋଲି ବାଂଲାଦେଶ ଅନ୍ତରୀଣ ସରକାର ଶନିବାର ଘୋଷଣା କରିଛନ୍ତି। ଏ ନେଇ ସରକାର ତାଙ୍କ ପୂର୍ବ ନିଷ୍ପତ୍ତିକୁ ସଂଶୋଧନ କରିଛନ୍ତି।ଫଳରେ ବାଂଲାଦେଶରୁ ଏଣିକି ଭାରତକୁ ୩୦୦୦ ଟନ୍ ଇଲିଶି ରପ୍ତାନି କରାଯିବ ବୋଲି ଜଣାପଡିଛି। ବାଂଲାଦେଶ ଇଲିସି ଉତ୍ପାଦନରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର। ତେବେ ସ୍ଥାନୀୟ ଚାହିଦା ଅଧିକ ରହୁଥିବାରୁ ସେ ମାଛ ରପ୍ତାନୀ ଉପରେ କଟକଣା ଲାଗୁ କରେ। ତେବେ ଭାରତରେ ଦୁର୍ଗାପୂଜା କାଳରେ ଏହି ମାଛ ରପ୍ତାନୀ କଟକଣା କୋହଳ କରିଥାଏ, ଯାହା ବେଙ୍ଗଲୀଙ୍କ ଏକ ପସନ୍ଦର ଆମିଷ ବ୍ୟଞ୍ଜନ।