ବାସନ୍ଦ ପାଇଁ ବିଜେପିକୁ ଦାୟୀ କଲେ ରେସଲର ବଜରଙ୍ଗ ପୁନିଆ। କହିଲେ ଆଜି ପଦ୍ମ ଧରିଲେ ଆସନ୍ତାକାଲିକୁ ମୋ ଉପରୁ ଉଠିଯିବ ପ୍ରତିବନ୍ଧକ। ଜାତୀୟ ଦଳ ପାଇଁ ଚୟନ ପରୀକ୍ଷା ସମୟରେ ବଜରଙ୍ଗ ତାଙ୍କ ନମୁନା ଦେବାକୁ ମନା କରିବାରୁ ନାଡ଼ା ପକ୍ଷରୁ ତାଙ୍କ ଉପରେ ୪ବର୍ଷ ପାଇଁ ପ୍ରତିବନ୍ଧକ ଲଗାଯାଇଛି।ଏହି ଅପରାଧ ପାଇଁ ନାଡା ପ୍ରଥମେ ବଜରଙ୍ଗ ପୁନିଆକୁ ୨୩ ଏପ୍ରିଲରେ ନିଲମ୍ବିତ କରିଥିଲା। ଯାହା ପରେ UWW ମଧ୍ୟ ତାଙ୍କୁ ନିଲମ୍ବିତ କରିଥିଲେ। ଏହା ପରେ ବଜରଙ୍ଗ ନିଲମ୍ବନ ବିରୋଧରେ ଆବେଦନ କରିଥିଲେ। ତେବେ NADA ର ଅନୁଶାସନାତ୍ମକ ଡୋପିଂ ପ୍ୟାନେଲ୍ (ADDP) ଏହାକୁ ମେ’ ୩୧ରେ ବାତିଲ କରିଦେଇଥିଲା। ତା’ପରେ ନାଡା ୨୩ ଜୁନ୍ରେ ବଜରଙ୍ଗଙ୍କୁ ନୋଟିସ୍ ଜାରି କରିଥିଲା।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।