ଘୋଷଣା ହୋଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶୁକ୍ରବାର ଘୋଷଣା କରିଛି ୭୦ତମ ଜାତୀୟ ପୁରସ୍କାର। ଏଥିରେ ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି।ଦିନେ ଏହି ସିନେମାକୁ ରିଲିଜ କରିବା ପାଇଁ ହଲ ମିଳୁ ନ ଥିଲା। ଏହି ସିନେମା ପାଇଁ ଅନେକ କଷ୍ଟ କରିବାକୁ ପଡିଛି । ତେବେ ବହୁ ବାଧାବିଘ୍ନକୁ ଏଡାଇ ଏହି ସିନେମା ହିନ୍ଦୀରେ ଜାତୀୟ ସ୍ତରରେ ମଧ୍ୟ ରିଲିଜ ହୋଇଥିଲା। ଚଳଚ୍ଚିତ୍ର ଦମନ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଉପରେ ପର୍ଯ୍ୟବେଷିତ। ପୁରସ୍କାରରେ ବାଜି ମାରିଛି କନ୍ନଡ ଚଳଚ୍ଚିତ୍ର କାନ୍ତାରା । ଏହାସହ ନିର୍ଦ୍ଦେଶକ-ଅଭିନେତା ଋଷଭ ଶେଟ୍ଟୀଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନରେ ସମ୍ମାନୀତ କରାଯାଇଛି। ସେହିଭଳି ବେଷ୍ଟ ଚଳଚ୍ଚିତ୍ର ଅଟଳମ୍ (ମାଲାୟାଲମ୍), ସର୍ବଶ୍ରେଷ୍ଠ ଡେବ୍ୟୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରମୋଦ କୁମାର , ଫୌଜା ପୁରସ୍କାର ହାତେଇଛନ୍ତି। ବେଷ୍ଟ ଲୋକପ୍ରିୟ ଚଳଚ୍ଚିତ୍ର ଭାବେ କାନ୍ତରାଙ୍କୁ ମିଳିଛି ସମ୍ମାନ ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।