ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରଥମ ଥର ମିଡ଼ ନାଇଟ ଶୋ’ ରେ ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ ‘ବୋଉ ବୁଟୁ ଭୁତ’। ଦର୍ଶକଙ୍କ ଉତ୍କଣ୍ଠାକୁ ଆଖିରେ ରଖି ଭୁବନେଶ୍ୱରର ଶ୍ରୀୟା ହଲରେ ରିଲିଜ ପୂର୍ବରୁ ଏକ ‘ମିଡ ନାଇଟ ଶୋ’ ର ଆୟୋଜନ ହୋଇଥିଲା, ଯାହାକି ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଆଗରୁ କେବେ ହୋଇ ନଥିଲା। ପ୍ରଯୋଜନା ତଥା ବିତରଣକାରୀ ସଂସ୍ଥା ପକ୍ଷରୁ ପରୀକ୍ଷାମୂଳକ ଭାବେ ନିଆଯାଇଥିବା ଏହି ଅଭିନବ ପଦକ୍ଷେପ ବା ପ୍ରମୋସନାଲ ଷ୍ଟ୍ରାଟେଜି ବେଶ ସଫଳ ହୋଇଛି । ଆଉ ରାଜଧାନୀରେ ମିଡନାଇଟ ଶୋର ଫିବର ଦେଖିବାକୁ ମିଳିଥିଲା । ଲୋକେ ଫିଲ୍ମ ଦେଖିବାକୁ ପ୍ରେକ୍ଷାଳୟରେ ଭିଡ଼ ଜମାଇଥିବା ବେଳେ ଶୋ’ ହାଉସଫୁଲ ରହିଥିଲା ।ନିଜର ପ୍ରଶଂସଙ୍କୁ ଉତ୍ସାହିତ କରିବା ପାଇଁ ସୁପରଷ୍ଟାର ବାବୁସାନ ଏହି ମିଡନାଇଟ ଶୋରେ ଶ୍ରୀୟାରେ ପହଁଚିଥିବା ବେଳେ ଦର୍ଶକ ଭଲ ପାଇବାକୁ ନେଇ ଖୁସିବ୍ୟକ୍ତ କରିଥିଲେ । ନିଜ ପସନ୍ଦର ତରକାଙ୍କୁ ପାଖରେ ପାଇ ଦର୍ଶକବି ବିହ୍ଵଳ ହୋଇଯାଇଥିଲେ ।