କୁସ୍ତିଯୋଦ୍ଧା ଏବଂ ବିଜେପି ପୂର୍ବତନ ସାଂସଦ ତଥା କୁସ୍ତି ମହାସଂଘ (WFI)ର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ମଧ୍ୟରେ ଚାଲି ଆସିଥିବା ବିବାଦ ନୂଆ ମୋଡ଼ ନେଇଛି। ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ରେସଲର ସାକ୍ଷୀ ମଲିକ।ବାସ୍ତବରେ, ବ୍ରିଜଭୂଷଣଙ୍କ ବିରୁଦ୍ଧରେ ଏହି ଆନ୍ଦୋଳନ କରିବାର ଉଦ୍ଦେଶ୍ୟ ବବିତାଙ୍କର ଥିଲା। କାରଣ ଏଥିରେ ତାଙ୍କର ନିଜସ୍ୱ ଏଜେଣ୍ଡା ଥିଲା। ସେ WFIର ସଭାପତି ହେବାକୁ ଚାହୁଁଥିବାରୁ ଏପରି କରାଇଥିଲେ। କିନ୍ତୁ ଲୋକଙ୍କ ମନରେ ଧାରଣା ସୃଷ୍ଟି ହୋଇଥିଲା ଯେ, କଂଗ୍ରେସ ଏହା ପଛରେ ଅଛି। କିନ୍ତୁ ଏହା ଭୁଲ୍। ପ୍ରକୃତରେ ଦୁଇ ବିଜେପି ନେତା ଆମକୁ ହରିୟାଣାରେ ବିରୋଧ ପ୍ରଦର୍ଶନ କରିବା ପଛରେ ସାହାଯ୍ୟ କରିଛନ୍ତି ବୋଲି ସାକ୍ଷୀ ମଲିକ କହିଛନ୍ତି।ବିଜେପି ନେତା ବବିତା ଫୋଗାଟ କୁସ୍ତିଯୋଦ୍ଧାମାନଙ୍କୁ ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥିବା ସେ କହିଛନ୍ତି। ବବିତା ଫୋଗାଟ WFI ସଭାପତି ହେବାକୁ ଚାହୁଁଥିବାରୁ ଏପରି କରିବାକୁ କହିଥିବା ସାକ୍ଷୀ ମଲିକ କହିଛନ୍ତି।