ତିଗିରିଆ ଥାନା ଅନ୍ତର୍ଗତ ବାହାରବିଲା ଆଶ୍ରମର ମହନ୍ତ କୈବଲ୍ୟ ଜାନିଙ୍କୁ ଶନିବାର ଢ଼େଙ୍କାନାଳ ପୋଲିସ ଗିରଫ କରିବା ପରେ, ଖୋଲିବାରେ ଲାଗିଛି କଳା କାରନାମା । ବାବା ବେଶ ପଛରେ କେମିତି ତାଙ୍କ ଭିତରେ କେମିତି ପାପ ପ୍ରବୃତି ରହିଥିଲା ତାହା ଧିରେ ଧରି ସାମନାକୁ ଆସିବାରେ ଲାଗିଛି । ଆଜି ଭାଇରାଲ୍ ହେଉଛି ଡ୍ୟାନ୍ସ ଭିଡିଓ। ଯେଉଁଥିରେ ବାବା କିଛି ଯୁବକଙ୍କ ସହିତ ଉନ୍ମାଦିଆ ଡିଜେ ଗୀତରେ ତାଳେ ତାଳେ ଡ୍ୟାନ୍ସ କରୁଛନ୍ତି। ଖାଲି ଡ୍ୟାନ୍ସ କରୁନାହାନ୍ତି, ପୂରା ଗୀତରେ ନିଜକୁ ହଜାଇ ଦେଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ୍ ମିଡ଼ିଆରେ ଭାଇରାଲ୍ ହେଉଛନ୍ତି। ଆଉ ରଙ୍ଗୀଲା ବାବାଙ୍କ ରସିକିଆ ଓ ରୋମାଣ୍ଟିକ୍ ଫଟୋ ଏବଂ ଭିଡିଓକୁ ନେଇ ନାନା ଚର୍ଚ୍ଚା ହେଉଛି।ବାବାଙ୍କ ଏଭଳି କାରନାମାକୁ ନାପସନ୍ଦ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।
ଢ଼େଙ୍କାନାଳ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଖୋର୍ଦ୍ଧା ଅଂଚଳରୁ ଅପହରଣ ହୋଇଥିବା ଯୁବତୀଙ୍କୁ ଉଦ୍ଧାର କରିଛି । ତେବେ ଯୁବତୀ ଜଣଙ୍କ ସ୍ବ ଇଛାରେ କେଉଁଆଡେ ଚାଲି ଯାଇଥିଲେ ନା ତାଙ୍କୁ କେହି ଅପହରଣ କରିଥିଲେ, ତାର ତଦନ୍ତ କରୁଛି ପୋଲିସ । ଯୁବତୀଙ୍କ ବୟାନକୁ ଆଧାର କରି ପୋଲିସ ପରବର୍ତି ପଦକ୍ଷେପ ନେବ ।