ଗରମ ଦିନ ଆସିଲେ ପ୍ରାୟ ସମସ୍ତେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି। ଏଥିନିମନ୍ତେ ଲୋକମାନେ ପ୍ରଥମେ ଫ୍ରିଜରେ ଥଣ୍ଡା ପାଣି ରଖିବା ଆରମ୍ଭ କରି ଦିଅନ୍ତି। ଅନେକ ଲୋକ ଏମିତି ଥାଆନ୍ତି ଯେଉଁମାନେ ଥଣ୍ଡା ପାଣି ନ ପିଇଲେ ତାଙ୍କ ଶୋଷ ମେଣ୍ଟି ନଥାଏ ବା ପାଣି ପିଇଲା ଭଳି ଲାଗି ନଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି ଥଣ୍ଡା ପାଣି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଖରା ଦିନେ ଥଣ୍ଡା ପାଣି ପିଇବା ଶରୀରକୁ କି ପ୍ରକାର କ୍ଷତି ପହଞ୍ଚାଇଥାଏ । ଥଣ୍ଡା ପାଣି ପିଇଲେ ରକ୍ତ ନଳୀ ସଙ୍କୁଚିତ ହୋଇଯାଇଥାଏ। ଯାହାଦ୍ୱାରା ପାଚନ ପ୍ରକ୍ରିୟା ଦୁର୍ବଳ ହୋଇଯାଏ। ଆଉ ଖାଦ୍ୟ ଠିକ୍ ଭାବରେ ହଜମ ନହେବା ଦ୍ୱାରା ଶରୀରକୁ ଏହାର ପୌଷ୍ଟିକ ତତ୍ୱ ମିଳିପାରି ନଥାଏ। ଏହାସହ ଫ୍ରିଜ୍ରେ କୁତ୍ରିମ ପ୍ରକ୍ରିୟାରେ ତଥା ସାମାନ୍ୟଠୁ ଅଧିକ ତାପମାନରେ ରହିଥାଏ। ଯାହା ଶରୀର ପାଇଁ…
Author: Madhulekha
ପୁରାଣ ଅନୁସାରେ, ରାକ୍ଷସ ଶୁମ୍ଭ ଓ ନିଶୁମ୍ଭଙ୍କ ଅତ୍ୟାଚାରରେ କେବଳ ପୃଥିବୀବାସୀ ନୁହନ୍ତି, ସ୍ୱର୍ଗର ଦେବତାମାନେ ମଧ୍ୟ ଅତିଷ୍ଠ ହୋଇ ପଡ଼ିଥିଲେ। ବ୍ରହ୍ମାଙ୍କ ଆଶୀର୍ବାଦରେ ବଳୀୟାନ୍ ହୋଇଥିବା ଶୁମ୍ଭ-ନିଶୁମ୍ଭ ସ୍ୱର୍ଗ ଉପରେ ଆକ୍ରମଣ କରି ଦେବରାଜ ଇନ୍ଦ୍ରଙ୍କୁ ପରାସ୍ତ କରିବାକୁ ଚାହୁଁଥିଲେ। ଏହି ଦୁଇ ରାକ୍ଷସଙ୍କ ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ଦେବତାମାନେ ମହାମାୟା ମା’ ଦୁର୍ଗାଙ୍କୁ ସ୍ମରଣ କରିଥିଲେ। ଦୁର୍ଗା ନିଜ ଅଂଶର ଅନ୍ୟ ଏକ ସ୍ୱରୂପ ଅର୍ଥାତ୍ ମା’ କାଳୀ ରୂପ ନେଇ ଶୁମ୍ଭ-ନିଶୁମ୍ଭ ରାକ୍ଷସଙ୍କୁ ବଧ କରିଥିଲେ। ତେବେ ଶୁମ୍ଭ-ନିଶୁମ୍ଭଙ୍କୁ ନିପାତ କରି ସାରିବା ପରେ ମଧ୍ୟ ମା’ କାଳୀ ଶାନ୍ତ ହୋଇ ନ ଥିଲେ। ମା’ଙ୍କ ରକ୍ତମୁଖା ରୂପ ଦେଖି ଦେବତାମାନେ ମଧ୍ୟ ଭୟ ପାଇ ଯାଇଥିଲେ। ଶେଷରେ ମା’ କାଳୀଙ୍କୁ ତାଙ୍କ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଭଗବାନ ଶିବ ତାଙ୍କ ଯିବା ବାଟର ଭୂମିରେ ଶୟନ କଲେ। ଆଉ ମା’ କାଳୀ…