Author: Madhulekha

ମୟୂରଭଞ୍ଜ ଜିଲାର ୫,୫୬୯ବର୍ଗ କି.ମି. ଶିମିଳିପାଳ ଜୈବମଣ୍ଡଳ ପାଇଁ ସଂରକ୍ଷିତ। ସେଥିମଧ୍ୟରୁ ୨,୨୭୧.୭୮ ବର୍ଗ କି.ମି. ହେଉଛି ସଂରକ୍ଷିତ ଅଭୟାରଣ୍ୟ। ଅଭୟାରଣ୍ୟରେ ସ୍ବତନ୍ତ୍ର ଜନଜାତି ସମେତ ୧୦୭୬ ପ୍ରଜାତିର ବୃକ୍ଷଲତା, ୧୦୨ ପ୍ରକାର ଅର୍କିଡ, ୬୦୪ ପ୍ରକାର ଔଷଧୀୟ ବୃକ୍ଷ ସହିତ କଳାବାଘ, ମହାବଳ, ହାତୀ, ବଣମଇଁଷି, ଶମ୍ବର, ଭାଲୁ, ଉଡ଼ନ୍ତାଗୁଣ୍ଡୁଚିମୂଷା, ମୟୂର ଓ କୁମ୍ଭୀର ପରି ୫୫ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୩୦୪ ପ୍ରଜାତିର ପକ୍ଷୀ, ୬୨ ପ୍ରକାର ସରୀସୃପ ଏବଂ ୨୦ପ୍ରକାର ଉଭୟଚର ପ୍ରାଣୀ ସହିତ ଅସଂଖ୍ୟପ୍ରଜାତିର କୀଟପତଙ୍ଗ ଦେଖିବାକୁ ମିଳେ। ଭାରତରେ ସର୍ବବୃହତ୍‌ ଏବଂ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍‌ ସଂରକ୍ଷିତ ବନକ୍ଷେତ୍ର ଭାବେ ଏହା ପରିଗଣିତ। ତେବେ ଲୁଲୁଙ୍ଗ, ଚହଲା, ବୃନ୍ଦାବନ, ନଅଣା, ସମୀବୃକ୍ଷ, ବ୍ରାହ୍ମଣକୁଣ୍ଡ ଓ ମଞ୍ଚାବନ୍ଧା ଇକୋଟୁରିଜମ କ୍ଷେତ୍ର ରହିଛି। ପର୍ଯ୍ୟଟକମାନେ ପ୍ରକୃତିର ମଜା ନେବା ସହ ବନ୍ୟଜନ୍ତୁଙ୍କୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇଥାନ୍ତି।ଏଠାରେ ଯୋରନ୍ଦା, ବରେହିପାଣି, ଉସକି, ସୀତାକୁଣ୍ଡ, ଦେବକୁଣ୍ଡ,…

Read More

ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି ସଂପନ୍ନ ହୋଇଛି। ଏଥିପାଇଁ ସୋମବାର ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଅଳଙ୍କାର ଲାଗି ପୂର୍ବକ ଶ୍ରୀକୃଷ୍ଣ ଜନ୍ମନୀତି ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୭ରୁ ରାତି ୧୧ଟା ପର୍ଯ୍ୟନ୍ତ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ରାତି ୧୧ଟା ପରେ ବିଳମ୍ବିତ ରାତିରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼ ଲଗାଇଥିଲେ। ଆଜି ସନ୍ଧ୍ୟା ଆଳତୀ ସରିବା ପରେ ମହାଜନ ସେବାୟତ ମାନେ ରାମକୃଷ୍ଣ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ। ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ|ମଙ୍ଗାଳାର୍ପଣ ଏବଂ ବନ୍ଦାପନା ସରିବା ପରେ ଭଣ୍ଡାର ଘରୁ ଦେବୀ ଦୁର୍ଗାଙ୍କୁ ପତି ମହାପାତ୍ର ବିଜେ କରାଇବେ। ଦୋଳିରେ ବସିଥିବା ରାମକୃଷ୍ଣ ଏବଂ ମଦନମୋହନଙ୍କୁ…

Read More

ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ।ମନ୍ତ୍ରୀ କହିଛନ୍ତି ଭଣ୍ଡାର ଘର ମାଟି ତଳେ କିଛି ପଦାର୍ଥ ଅଛିକି ନାହିଁ ତାର ଯାଞ୍ଚ କରାଯିବ । ଯାଞ୍ଚ ପରେ ରତ୍ନଭଣ୍ଡାର ମରାମତି ସହ ମରାମତି ପରେ ହେବ ଗଣତି ମଣତି । ବାହାର ଭଣ୍ଡାର ଦେଇ ଭିତର ଭଣ୍ଡାରକୁ ପ୍ରବେଶ କରିବା ପରେ, ଏହି ସୁଡ଼ଙ୍ଗ ଦୃଶ୍ୟମାନ ହୁଏ । ୧୯୭୮ରେ ଭିତର ଭଣ୍ଡାର ଖୋଲାଯିବା ସମୟରେ ଏ ସମ୍ପର୍କିତ ତଥ୍ୟ ରେକର୍ଡ କରାଯାଇଛି । ୧୯୭୮ ମସିହା ପରେ ପ୍ରଥମ ଥର ପାଇଁ ରତ୍ନଭଣ୍ଡାର ଖୋଲାଯିବ। ପୂର୍ବରୁ ବ୍ରିଟିଶ ସମୟରେ ୧୯୨୬ ମସିହା ଓ ପରେ ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାରର ଯାଞ୍ଚ ହୋଇଥିଲା। ସେ ଆହୁରି କହିଛନ୍ତି ଯେ ରତ୍ନ ଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା।

Read More

ସାରା ବିଶ୍ୱରେ ଟାଟୁର କ୍ରେଜ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତ ସମେତ ଅନେକ ଦେଶରେ ଲୋକମାନେ ସମଗ୍ର ଶରୀରରେ ଟାଟୁ କରିବାକୁ ପସନ୍ଦ କରୁଛନ୍ତି।ଅନେକ ରିପୋର୍ଟରୁ ଜଣାପଡିଛି ଯେ ଯେଉଁମାନଙ୍କର ଟାଟୁ ଥାଏ ସେମାନଙ୍କୁ ଅନ୍ୟମାନଙ୍କ ତୁଳନାରେ କର୍କଟ ହେବାର ଅଧିକ ଆଶଙ୍କା ଥାଏ। ଏଚ.ଆଇ.ଭି, ଚର୍ମ ରୋଗ ଏବଂ ହେପାଟାଇଟିସ ଏ ଏବଂ ବି ଭଳି ଗୁରୁତର ରୋଗ ହେବାର ଆଶଙ୍କା ଥାଏ। ଦ୍ୱିତୀୟ ବଡ କାରଣ ହେଉଛି ଟାଟୁ ପାଇଥିବା ବ୍ୟକ୍ତି ଶୃଙ୍ଖଳିତ ନୁହଁନ୍ତି। ସେ କାମ ଅପେକ୍ଷା ସଉକକୁ ଅଧିକ ଗୁରୁତ୍ୱ ଦେଇପାରନ୍ତି।କିନ୍ତୁ ଏସବୁ ବ୍ୟତୀତ, ଭାରତର ଅନେକ ସରକାରୀ ଚାକିରିରେ, ଶରୀରରେ ଟାଟୁ କରିଥିବା ଲୋକଙ୍କୁ ଚାକିରୀ ଦିଆଯାଇ ନ ଥାଏ। ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ପୋଲିସ ସେବା, ଭାରତୀୟ ରାଜସ୍ବ ସେବା, ଭାରତୀୟ ବୈଦେଶିକ ସେବା, ଭାରତୀୟ ବାୟୁସେନା, ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ସେନା, ଭାରତୀୟ ନୌସେନା ଏବଂ ପୋଲିସ…

Read More

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ବା ଜନ୍ମାଷ୍ଟମୀ। ଏହି ତିଥିରେ ଧରାବତଣ କରିବେ ପ୍ରଭୁ ଶ୍ରୀକୃଷ୍ଣ। ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପୁରପଲ୍ଲୀ। ମଠ ମନ୍ଦିର ଓ ଘରଗୁଡ଼ିକରେ ଖୁବ୍ ଧୁମଧାମରରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତି ହୋଇଛି । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ଅନୁଷ୍ଠିତ ହେଉଅଛି ।ସଂନ୍ଧ୍ୟାଧୂପ ଶେଷ ହେବାପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ରବିବାର ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯେଉଡ ଭୋଗ ସହ ଗର୍ଭଉଦକ ବନ୍ଦାପନା କରାଯାଇଥିଲା। ସୋମବାର ମହାଜନ ସେବକଙ୍କ ଦ୍ଵାରା ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ। ଦେବକୀ ଓ ବସୁଦେବ ବେଶରେ ଜନ୍ମ ଚକଡାରେ ନିଶାର୍ଦ୍ଧରେ ପ୍ରଭୁ କୃଷ୍ଣ ଜନ୍ମ ନେବେ।ଏପଟେ ଭୁବନେଶ୍ବର ଇସ୍କନ୍ ମନ୍ଦିରରେ ସମ୍ପୂର୍ଣ୍ଣ ନିତିକାନ୍ତିରେ କୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଉଛି । ଶହ ଶହ ଶ୍ରଦ୍ଧାଳୁ ଇସ୍କନ ମନ୍ଦିରକୁ ଆସି ଠାକୁରଙ୍କ ଦର୍ଶନ…

Read More

ଅଧିକ ଚିନିର ସେବନ ଦ୍ୱାରା ଦାନ୍ତ ଜନିତ ସମସ୍ୟା ସୃଷ୍ଟି କରିଥାଏ । ଚିନି ପାଟି ଓ ଦାନ୍ତରେ ବ୍ୟାକ୍ଟେରିଆ ବୃଦ୍ଧି କରିଥାଏ । ଫଳରେ ଦାନ୍ତରେ ଦାଗ ଓ ମାଢି ଜନିତ ରୋଗର କାରଣ ପାଲଟିଥାଏ ।ଏହା ପୁଣି ମୋଟାପଣ ବୃଦ୍ଧିର ପ୍ରମୁଖ କାରଣ । ଚିନିରେ କ୍ୟାଲୋରୀର ମାତ୍ରା ଅଧିକ ଥାଏ । ଏହାଦ୍ୱାରା ଓଜନ ବୃଦ୍ଧି ହୋଇଥାଏ। ଅଧିକ ଚିନି ଖାଇଲେ ମଧୁମେହ ହେବାର ସମ୍ଭାବନା ଅଧିକ ବଢି ଯାଇଥାଏ । ଚିନି ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି କରିଥାଏ। ବଡ ବିପଦ ହେଲା ଯେ ହୃଦୟ ଜନିତ ରୋଗ ହେବାର ସମ୍ଭାବନା ଅଧିକ ଥାଏ । ଚିନି ଖରାପ କୋଲେଷ୍ଟେରୋଲକୁ ବୃଦ୍ଧି କରିଥାଏ । ରକ୍ତଚାପ ମଧ୍ୟ ବୃଦ୍ଧି କରିଥାଏ । ଯାହା ହୃଦୟ ପାଇଁ କ୍ଷତିକାରକ।

Read More

ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଶ୍ରୀମନ୍ଦିର ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି। ଏହାପରେ ASI ସଂରକ୍ଷଣ ତଥା ମରାମତି କାର୍ଯ୍ୟ ହାତକୁ ନେବ। ଅତ୍ୟାଧୁନିକ ଯନ୍ତ୍ରପାତି , ଲେଜର ସ୍କାନିଂ ଓ ଜିପିଆରଏସ୍ ଭଳି ଅତ୍ୟାଧୁନିକ ଭାବରେ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି। ଉନ୍ନତ ଅନୁଷ୍ଠାନ ଯଥା ଆଇଆଇଟି ବିଶେଷଜ୍ଞ ଙ୍କ ଦ୍ଵାରା ଯାଞ୍ଚ ପାଇଁ ଅନୁରୋଧ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ, ଶୁକ୍ରବାର ଶ୍ରୀମନ୍ଦିର ରତ୍ନଭଣ୍ଡାରର ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଥିଲା। ବାହାର ରତ୍ନଭଣ୍ଡାରରେ ଥିବା ଗୋଟିଏ ଲୁହା ସିନ୍ଦୁକ, ଭିତର ରତ୍ନଭଣ୍ଡାରରେ ଥିବା ୨ଟି କାଠ ଆଲମିରା, ଗୋଟିଏ ଲୁହା ଆଲମିରା, ୨ଟି କାଠ ସିନ୍ଦୁକକୁ ମିଶାଇ ମୋଟ ୭ଟି ଆଲମିରା ଓ ସିନ୍ଦୁକକୁ ଶ୍ରୀମନ୍ଦିର ପଶ୍ଚିମଦ୍ବାର ପାର୍ଶ୍ବ ନୀଳାଦ୍ରି ମ୍ୟୁଜିୟମ୍‌ ନିକଟ ଗୃହକୁ ସ୍ଥାନାନ୍ତର…

Read More

ଶେଷ ହେଲା ଶ୍ରୀମନ୍ଦିର ବାହାର ଓ ଭିତର ରତ୍ନଭଣ୍ଡାରରେ ଖାଲି ଥିବା ସମସ୍ତ ସିନ୍ଦୁକ ଓ ଆଲମିରାର ସ୍ଥାନାନ୍ତର ପ୍ରକ୍ରିୟା । ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହୋଇଛି ।ଏପରିକି ଭିତରେ ରତ୍ନଭଣ୍ଡରାର ଥିବା ଏକ ଲୁହା ସିନ୍ଦୁକ ସ୍ଥନାନ୍ତରଣ ବେଳେ ବାହାରକୁ ବାହାରିବା ସମ୍ଭବ ନ ହେବାରୁ ବାହାର ରତ୍ନଭଣ୍ଡାର କାଠ କବାଟ କଟାଯାଇ ଏହାକୁ ବାହାର କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପାଢୀ କହିଛନ୍ତି। ସିନ୍ଦୁକ, ଆଲମିରା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବା ପରେ ବର୍ତ୍ତମାନ ଏସ୍‌ଆଇକୁ ଚିଠି ଲେଖାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।ନୀଳାଦ୍ରି ମ୍ୟୁଜିୟମ୍ ନିକଟ ଏକ କୋଠରୀକୁ ସ୍ଥାନାନ୍ତର କରାଯାଇଛି ସିନ୍ଦୁକ ଓ ଆଲମିରା। ଏହାପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ସ୍ଵତନ୍ତ୍ର ଏସଓପି ଅନୁସାରେ ଦିନ ୧ଟାରୁ ସ୍ଥାନାନ୍ତରଣ ସରିବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା।

Read More

ଅଗଷ୍ଟ ୨୪ (ଶନିବାର) ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଦିନ ୨ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।‌

Read More

ନିୟମିତ ରୂପରେ ଚାଲିବା ଦ୍ୱାରା ହୃଦୟ ପାଇଁ ଖୁବ୍‌ ଲାଭଦାୟକ। ଏହା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ। କୋଲେଷ୍ଟେରୋଲ୍‌ ସ୍ତର କମ୍‌ ହେବାରେ ସହାୟକ ହୋଇଥାଏ। ଫଳରେ ହୃଦୟ ସୁସ୍ଥ ରହିଥାଏ ।ସାଧାରଣତଃ ରାତିରେ ଖାଦ୍ୟ ଖାଇବାର ୨୦ ମିନିଟ ପରେ ଚାଲିବା ଉଚିତ୍‌ । ୩୦ ମିନିଟ୍‌ ପରେ ମଧ୍ୟ ଚାଲି ପାରିବେ । ମାତ୍ର ୧ ଘଣ୍ଟା ମଧ୍ୟରେ ଚାଲିବା ସବୁଠାରୁ ଉତ୍ତମ ।ରାତିରେ କିଛି ସମୟ ଚାଲିବା ଦ୍ୱାରା କ୍ୟାଲୋରୀ ହ୍ରାସ କରିଥାଏ । ଏହାଦ୍ୱାରା ମୋଟାପଣ ବୃଦ୍ଧି ହୋଇନଥାଏ । ମୋଟାପଣ ହ୍ରାସ ହେବାରେ ସହାୟକ ହୋଇଥାଏ ।କିଛି ସମୟ ଚାଲିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ । ମସ୍ତିଷ୍କ ଶାନ୍ତ ରହିଥାଏ । ମନକୁ ମଧ୍ୟ ଶାନ୍ତ ରଖିଥାଏ ।କିଛି ସମୟ ଚାଲିବା ଦ୍ୱାରା ରାତିରେ ଭଲ ନିଦ ହୋଇଥାଏ ।

Read More

ଆସନ୍ତା ୨୩ ତାରିଖରେ ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ସ୍ଥାନାନ୍ତର ହେବ । ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ସ୍ଥାନାନ୍ତର ହେବ। ଉଭୟ ବାହାର ଓ ଭିତର ରତ୍ନଭଣ୍ଡାରରୁ ଶ୍ରୀମନ୍ଦିର ନୀଳାଦ୍ରି ବିହାର ମ୍ୟୁଜିୟମ ନିକଟରେ ଥିବା କୋଠରୀକୁ ସ୍ଥାନାନ୍ତରଣ କରାଯିବ।ସୂଚନା ଯୋଗ୍ୟ, ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରାକୁ କଢ଼ାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଜୁଲାଇ ୨୯ ସୋମବାରରେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ବୈଠକ ଶେଷ ହେବା ପରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଭିତର ରତ୍ନଭଣ୍ଡାରରେ ରହିଥିବା ଖାଲି ଆଲମିରାଗୁଡ଼ିକୁ ବାହାର କରାଯିବ। ୨୩ ତାରିଖ ମଧ୍ୟାହ୍ନ ୧ଟାରୁ ଏହି ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ ହେବ। ଏହି ସମୟରେ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ସ୍ଥାନାନ୍ତରଣ ପ୍ରକ୍ରିୟା…

Read More

ଚୁଟି ଷ୍ଟ୍ରେଟନିଙ୍ଗ କରୁଥାନ୍ତି ତେବେ ଆପଣଙ୍କୁ ହୋଇପାରେ କ୍ୟାନ୍ସର । ବର୍ତ୍ତମାନ ସାରା ଭାରତରେ ଚୁଟି ଷ୍ଟ୍ରେଟନିଙ୍ଗ କରିବା ଯୁବତୀ ଓ ମହିଳାମାନଙ୍କର ଏକ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଗଲାଣି । ଆଜିକାଲି ଫ୍ୟାସନକୁ ନେଇ ଛୋଟରୁ ବଡ, ଚୁଟି ଷ୍ଟ୍ରେଟ୍ କରିବା ସମସ୍ତଙ୍କ ପାଲଟିଗଲାଣି ସଉକ। ଘରେ ଘରେ କେହି ନା କେହି ଚୁଟି ଷ୍ଟ୍ରେଟନିଙ୍ଗ କରିବା ପାଇଁ ପାର୍ଲର ଯାଉଛନ୍ତି ଅଥବା ଏହି ମେସିନ କୁ ଘରେ ବ୍ୟବହାର କରୁଛନ୍ତି। କହିବାକୁ ଗଲେ, ଷ୍ଟ୍ରେଟ୍ ଚୁଟି ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦିଏ। ପରମାନେଣ୍ଟ ହେୟାର ଷ୍ଟ୍ରେଟନିଙ୍ଗ ଅର୍ଥାତ୍ ସ୍ଥାୟୀ ଭାବରେ ଚୁଟି ସିଧା କରିବା ଆପଣଙ୍କୁ ଷ୍ଟାଇଲିସ ଲାଗିପାରେ ତେବେ ବାରମ୍ବାର ଏହା କରିବା ଦ୍ୱାରା ଚୁଟିକୁ କ୍ଷତି ମଧ୍ୟ ପହଁଚିଥାଏ। ଏପରିକି ଚୁଟି ଷ୍ଟ୍ରେଟ୍ କରିବା ବେଳେ ଯେଉଁ କେମିକାଲ ବ୍ୟବହାର କରାଯାଏ ତାହାଦ୍ୱାରା କ୍ୟାନସର ଆଶଙ୍କା ବଢିଥାଏ। ଏକ ଗବେଷଣାରୁ ଆମେରିକାର ବୈଜ୍ଞାନିକ ଦାବି କରିଛନ୍ତି ଯେ,…

Read More