Author: Madhulekha

ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍‌ ଭାବରେ ହେବା ସହ ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକ ମଧ୍ୟ ଦୃଢ଼ ହୋଇଥାଏ। ରକ୍ତଚାପ ବା ବ୍ଲଡ୍‌ପ୍ରେସର ସନ୍ତୁଳିତ ରହିଥାଏ। ଯଦି ଜଣେ ବ୍ୟକ୍ତି ଚାପଗ୍ରସ୍ତ ଅଛନ୍ତି ଏଥିରୁ ସହଜରେ ମଧ୍ୟ ରକ୍ଷା ପାଇପାରିବେ। ଏହାଦ୍ୱାରା ମାନସିକତା ସକାରାତ୍ମକ ରହିଥାଏ। ତା’ସହ ଚାପ, ଅବସାଦ ପରି ସମସ୍ୟାରୁ ଅନେକାଂଶରେ ମୁକ୍ତି ମିଳିଥାଏ।ଶରୀରକୁ ଫିଟ୍‌ ରଖିବା ପାଇଁ ଯୋଗକୁ ହିଁ ଏକ ବିକଳ୍ପ ଭାବେ ଆପଣେଇବାକୁ ପଡ଼ିବ। ଏହାଦ୍ୱାରା ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ମଜଭୁତ ହୋଇଥାଏ। ଯୋଗ ଓ ପ୍ରାଣାୟାମ ଦିନକୁ ଥରେ କରିବା ଉଚିତ |

Read More

ଆଜି ପବିତ୍ର ଗୁରୁ ଦିବସ। ଗୁରୁ-ଶିଷ୍ୟ ପରମ୍ପରା ବହୁପ୍ରାଚୀନ । ବିଦ୍ୟାର୍ଥୀର ଉଚିତ୍‌ ମାର୍ଗଦର୍ଶକ ହେଉଛନ୍ତି ଗୁରୁ । ଗୁରୁଙ୍କ ଅବଦାନକୁ ସମ୍ମାନ ଓ ସ୍ମରଣ କରିବା ଲାଗି ପ୍ରତି ବର୍ଷ ସେପ୍ଟେମ୍ବର ୫ ତାରିଖରେ ପାଳନ କରାଯାଏ ଗୁରୁ ଦିବସ ।୧୮୮୮ ମସିହା ସେପ୍‌ଟେମ୍ବର ୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ସମ୍ମାନାର୍ଥେ ତାଙ୍କ ଜନ୍ମ ଦିବସକୁ ‘ଗୁରୁ ଦିବସ’ର ମାନ୍ୟତା ମିଳିଛି। ଜଣେ ମହାନ୍ ପଣ୍ଡିତ, ଦାର୍ଶନିକ ଓ ଭାରତରତ୍ନ ପ୍ରାପ୍ତ ରାଧାକୃଷ୍ଣନ୍ ତୁଳନାତ୍ମକ ଧର୍ମ ଓ ଦର୍ଶନ କ୍ଷେତ୍ରରେ ବିଂଶ ଶତାବ୍ଦୀର ବିଶିଷ୍ଟ ଭାରତୀୟ ବିଦ୍ବାନମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ।ରାଧାକ୍ରିଷ୍ଣନଙ୍କର ମହାନ୍‌ ଚରିତ୍ର ସମସ୍ତ ଶିକ୍ଷକ ସମାଜ ପାଇଁ ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ । ପରବର୍ତ୍ତୀ ସମୟରେ ସେ ଗାନ୍ଧିଜୀଙ୍କର ସଂସ୍ପର୍ଶରେ ଆସିଥିଲେ । ୧୯୫୨ ମସିହାରେ ସେ ଭାରତର ଉପରାଷ୍ଟ୍ରପତି ହୋଇଥିଲେ । ଏହାପରେ…

Read More

ଅଷ୍ଟମୁଖୀ ରୁଦ୍ରାକ୍ଷ ପିନ୍ଧିବା ପୂର୍ବରୁ ଏହାକୁ ଶୁଦ୍ଧ କରିବା ଜରୁରୀ ଅଟେ । ତେବେ ସୋମବାର କିମ୍ବା ବୁଧବାର ଦିନ ଏହାକୁ ଗଙ୍ଗା ଜଳ କିମ୍ବା ଶୁଦ୍ଧ ପାଣିରେ ଧୋଇ ଭଲ ଭାବରେ ସଫା କରନ୍ତୁ। ପୂଜାଘରେ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ସାମ୍ନାରେ ରୁଦ୍ରାକ୍ଷଟିକୁ ରଖି ଫୁଲ ଓ ଧୂପ-ଦୀପ ଜାଳି ଗଣେଶ ମନ୍ତ୍ର ‘ଓମ୍‌‌ ଗଣପତୟେ ନମଃ’ ୧୦୮ଥର ଜପ କରନ୍ତୁ। ଏହାପରେ ରୁଦ୍ରାକ୍ଷକୁ ଲାଲ ସୂତା କିମ୍ବା ସୁନା-ରୂପା ଚେନରେ ବେକ କିମ୍ବା ହାତରେ ପିନ୍ଧନ୍ତୁ। ଏହାକୁ ପିନ୍ଧିବା ପରେ ନିୟମିତ ଭାବେ ଗଣେଶଙ୍କୁ ପୂଜା କରନ୍ତୁ। ଏହାଦ୍ୱାରା ସକାରାତ୍ମକ ଶକ୍ତି ବଜାୟ ରହିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଷ୍ଟମୁଖୀ ରୁଦ୍ରାକ୍ଷକୁ ଗଣେଶଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା ଜୀବନରେ ସମସ୍ତ ବାଧା ବିଘ୍ନ ଦୂର ହେବା ସହ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ। ଅଷ୍ଟମୁଖୀ ରୁଦ୍ରାକ୍ଷ ବ୍ୟବସାୟ, ଶିକ୍ଷା ଏବଂ…

Read More

ଓଜନ ବୃଦ୍ଧିର ଅନ୍ୟ ଏକ ମୁଖ୍ୟ କାରଣ କମ୍‌ ପରିମାଣରେ ଶୋଇବା । ସଠିକ୍‌ ସମୟ ପର୍ଯ୍ୟନ୍ତ ନଶୋଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ । ନିଦ ପୂରଣ ନହେଲେ ଶରୀରରେ ଏକ ପ୍ରକାର ହରମୋନ ଅସନ୍ତୁଳନ ହୋଇଥାଏ । ଫଳରେ ଅଧିକ ଭୋକ ଲାଗିବା ସହ ଅଧିକ ପରିମାଣରେ ଖାଦ୍ୟ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ ।ଅଫିସ ହେଉ ଅଥବା ଘରେ, ମହିଳାଙ୍କ ଉପରେ ବିଭିନ୍ନ ପ୍ରକାର ଚାପ ଥାଏ । ଅନେକ ଦାୟିତ୍ୱ ମଧ୍ୟ ଥାଏ । ଫଳରେ ଚିନ୍ତା ଲାଗି ରହିଥାଏ । ମାନସିକ ଦୁଃଶ୍ଚିନ୍ତାରେ ରହିଲେ ଓଜନ ବୃଦ୍ଧି ହୋଇଥାଏ ।ଓଜନ ବୃଦ୍ଧିର ସବୁଠାରୁ ମୁଖ୍ୟ କାରଣ ହେଉଛି, ଭୁଲ୍‌ ଖାଦ୍ୟପେୟ । ପରିବାର ଯତ୍ନ ନେଉଥିବା ମହିଳା ଅଧିକାଂଶ ସମୟରେ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଭୁଲ୍‌ ସମୟରେ ଖାଦ୍ୟ ସେବନ ଦ୍ୱାରା ଓଜନ ବୃଦ୍ଧିର ସାମ୍ନା କରିବାକୁ…

Read More

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି ଅଭ୍ୟାସଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖନ୍ତୁ। ଏଭଳି ଅଭ୍ୟାସ ଦ୍ୱାରା ବୁଦ୍ଧିମତ୍ତା ପ୍ରଭାବିତ ହେବାର ଆଶଙ୍କା ରହିଛି। କାରଣ ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କର ବୁଦ୍ଧିମତ୍ତାକୁ ତନ୍ନ ତନ୍ନ କରି ତର୍ଜମା କରିବା ପରେ ସେମାନେ ଏଭଳି ବିଷୟରେ ଜାଣିବାକୁ ପାଇଥିଲେ। ଏଥିଯୋଗୁ ପେଟରେ ଅମ୍ଳ ବା ଏସିଡିଟି ବଢ଼ିଯାଇଥାଏ। ଅନ୍ୟପକ୍ଷରେ ଆବଶ୍ୟକତାଠାରୁ ଅଧିକ ଥର ଚା’ ପିଇଲେ ତାହା ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିବାର ଆଶଙ୍କା ରହିଛି |ଏଭଳିି ମତବ୍ୟକ୍ତ କରିଛନ୍ତି ୱାଶିଂଟନ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଏକ ସଦ୍ୟତମ ସର୍ଭେରୁ ସେମାନେ ଜାଣିପାରିଛନ୍ତି ଯେ ଆବଶ୍ୟକତାଠାରୁ ଅଧିକ ଥର ଏବଂ ପରିମାଣର ଚା’ ପିଇଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ।

Read More

ଶନି ଗ୍ରହଙ୍କ ଚଳନ ମେଷ ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ଆୟର ସ୍ଥାନରେ ବକ୍ରି ରହିଛନ୍ତି। ଏହି ସମୟରେ ଖୁବ୍‌ ଟଙ୍କା ରୋଜଗାର କରିବେ। ଆମଦାନୀ ବିଭିନ୍ନ ସ୍ରୋତରୁ ହେବ।ତେବେ କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ରାଜଯୋଗ ରହିଛି । ଆତ୍ମବିଶ୍ୱାସ ବୃଦ୍ଧି ହେବ । ମାନ-ସମ୍ମାନ ବୃଦ୍ଧି ହେବ । ବୈବାହିକ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ ।ଏହା ସହୁତ ଧନୁ ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଲାଭ ମିଳିବ । ଜୀବନରେ ଉନ୍ନତି ହେବ । ଆୟରେ ବୃଦ୍ଧି ହେବ । ହଠାତ୍‌ ଧନ ଲାଭ ହେବ। ତେବେ ଶନି ନିଜ ମୂଳ ତ୍ରିକୋଣ ରାଶି କୁମ୍ଭ ରାଶିରେ ବକ୍ରି ରହିଛନ୍ତି । ଏହି ଅବସ୍ଥା ୧୫ ନଭେମ୍ବର ସନ୍ଧ୍ୟା ୫ଟା ୯ମିନିଟ୍‌ ପର୍ଯ୍ୟନ୍ତ ରହିବ । ଜ୍ୟୋତିଷ ଗଣନା ଅନୁସାରେ ଏହାପରେ ଶନି ଦେବ ମାର୍ଗି ହେବେ । ଗ୍ରହଙ୍କ…

Read More

ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।‌ ୨୦୨୪-୨୫ ବଜେଟ୍ ଅଟକଳ ଉପରେ ଆଲୋଚନା ହୋଇଥିଲା । ୪୧୩ କୋଟି ଟଙ୍କା ଆୟ ବ୍ୟୟ ଅଟକଳ ହୋଇଥିବା ବେଳେ ୧୦୩ କୋଟିର ବଳକା ବଜେଟ୍ ହୋଇଛି । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ କରାଯିବ। ଏଏସ୍‌ଆଇ ମରାମତି କାର୍ଯ୍ୟ ସାରିବା ପରେ ସୁନା ଛାଉଣୀ ହେବ। ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ ହେବ। ସୁନା ଛାଉଣୀ ପ୍ରସ୍ତାବକୁ ପରିଚାଳନା କମିଟିରେ ଅନୁମତି ମିଳିଛି।ଆଡପ ପହଣ୍ଡି ବିଜେ ଅଘଟଣ ନେଇ ଆଲୋଚନା ହୋଇଛି । ପରିଚାଳନା କମିଟିରେ ଦୁଃଖ ପ୍ରକାଶ ସହ କ୍ଷମାପ୍ରାର୍ଥନା କରାଗଲା । ତିନି ଜଣିଆ କମିଟି କାରଣ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିଛନ୍ତି । ମୋବାଇଲ୍ ଫୋନ୍ ବ୍ୟବହାର, ଅଭିଜ୍ଞ ସେବାୟତ…

Read More

ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର । ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଶେଷ କରିବା ପାଇଁ ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ମୁଖ୍ୟ ପ୍ରସାସକ ।କୋଭିଡ ବେଳେ ସୌନ୍ଦର୍ଯ୍ୟକରଣ କାମ ପାଇଁ ବନ୍ଦ ଥିଲା। କିପରି ଭକ୍ତମାନେ ଭିତରକୁ ଯାଇ ଦର୍ଶନ କରିପାରିବେ ସେ ନେଇ ଅନୁଧ୍ୟାନ ପରେ ପରିଚାଳନା କମିଟି ବୈଠକରେ ଆଲୋଚନା ହେବ।ଖୁବଶୀଘ୍ର କାର୍ଯ୍ୟ ସରିବା ପରେ ଭକ୍ତଙ୍କ ପାଇଁ ଖୋଲି ପାରେ ଗୁଣ୍ଡିଚା ମନ୍ଦିର। ଗୁଣ୍ଡିଚା ମନ୍ଦିରରେ ବିଭିନ୍ନ କାର୍ଯ୍ୟ ଚାଲିଥିବାରୁ ଭକ୍ତଙ୍କ ପାଇଁ ‌ଦୀର୍ଘ ଦିନ ହେବ ଏହା ବନ୍ଦ ରହିଛି।

Read More

ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସୋମବାର, ୨୬ ଅଗଷ୍ଟରେ ପାଳନ କରାଯାଉଛି । ଏହି ବର୍ଷ ଜନ୍ମାଷ୍ଟମୀରେ ୪ଟି ଦୁର୍ଲ୍ଲଭ ସଂଯୋଗ ସୃଷ୍ଟି ହେଉଛି । ଯାହା ଦ୍ୱାପର ଯୁଗରେ ପ୍ରଭୁଙ୍କ ଜନ୍ମ ସମୟରେ ହୋଇଥିଲା । ଭାଦ୍ରକ ମାସର କୃଷ୍ଣ ପକ୍ଷର ଅଷ୍ଟମୀ, ରୋହିଣୀ ନକ୍ଷତ୍ର, ବୃଷ ଲଗ୍ନ ସହ ଚନ୍ଦ୍ରମା ମଧ୍ୟ ବୃଷ ରାଶିରେ ରହିବେ । ଏହି ୪ଟି ଦୁର୍ଲ୍ଲଭ ସଂଯୋଗ ଦୀର୍ଘ ବର୍ଷ ପରେ ଜନ୍ମାଷ୍ଟମୀରେ ପଡୁଛି।ଚଳିତ ବର୍ଷ ୨୬ ଅଗଷ୍ଟରେ ପାଳନ କରାଯାଉଥିବା ଏହି ପର୍ବ ଖୁବ୍‌ ଖାସ୍‌ । ଚଳିତ ବର୍ଷର ଜନ୍ମାଷ୍ଟମୀ ଅବସରରେ ଅଦ୍ଭୁତ ସଂଯୋଗ ସୃଷ୍ଟି ହେଉଛି । ଯାହା ଦ୍ୱାପର ଯୁଗରେ ଭଗବାନ କୃଷ୍ଣଙ୍କ ଜନ୍ମ ସମୟରେ ସୃଷ୍ଟି ହୋଇଥିଲା ବୋଲି ମାନ୍ୟତା ରହିଛି ।ବ୍ରତ ପାଳନ ସଂକଳ୍ପ କରି ରଖିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ । ପ୍ରଭୁଙ୍କୁ ସ୍ମରଣ କରି ବ୍ରତ…

Read More

ଆଜି ଭାଦ୍ରବ କୃଷ୍ଣ ଏକାଦଶୀ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାଳୀୟଦଳନ ବେଶ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପରମ୍ଫରା ସ୍ୱତନ୍ତ୍ର ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଆଗ୍ୟଂମାଳ ପରେ ପାଲିଙ୍କିରେ ବିଜେ କରନ୍ତି ଶ୍ରୀଜିଉ । ତାପରେ ସେଠାରେ ଉପସ୍ଥିତ ଥିବା ସେବାୟତ ମାନେ ସରଲବଣି ଭୋଗ ପରେ ମାର୍କଣ୍ତ ପୁଷ୍କରିଣୀରେ ଏହି ନୀତି ଅନୁଷ୍ଠିତ ହେବ । ତେବେ ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ର କାଷ୍ଠ ନିର୍ମିତ ବେତ, ସୂତା ଓ କନାରେ ପ୍ରସ୍ତୁତ ପ୍ରାୟ ୩୦ ଫୁଟ ଲମ୍ୱର ବିରାଟକାୟ ସପ୍ତଫେଣିଆ କାଳୀୟ ସର୍ପକୁ ରତ୍ନସିଂହାସନ ଉପରକୁ ନିଆଯାଇଥାଏ। ଫେଣିଆ ମସ୍ତକ ଶ୍ରୀଜଗନ୍ନାଥଙ୍କ ଶ୍ରୀପୟର ତଳେ ଓ ଅବଶିଷ୍ଟ ଅଂଶ ଠାକୁରଙ୍କ ସମସ୍ତ ଶରୀରକୁ ଆବୃତ କରି ରଖାଯାଏ। ଅନ୍ୟପଟେ ଶ୍ରୀଜିଉଙ୍କ ପାଇଁ ଆସିଥିବା ଅମୃତ ଲଡୁକୁ ପୁଷ୍ପାଳକ ସେବାୟତ ମାନେ ଶ୍ରୀବିଗ୍ରହରେ ଲାଗି କରିବାର…

Read More

ସାତକୋଶିଆ ଜଙ୍ଗଲରେ ଏବେ ଶୁଭିବ ଏଭଳି ଗର୍ଜନ। ସୁନ୍ଦରୀ ବିନା ଶୂନଶାନ ହୋଇପଡିଥିଲା ସାତକୋଶିଆ।ହେଲେ, ୩ ବର୍ଷ ପରେ ପୁଣି ଥରେ ଜଙ୍ଗଲରେ ରାଜ କରିବ ମହାବଳ। ସାତକୋଶିଆରେ ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ। ୨୦୧୮ରେ ଦେଶରେ ଓଡ଼ିଶା ପ୍ରଥମ ଥର ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ଆରମ୍ଭ କରିଥିଲା। କିନ୍ତୁ ଚାରି ବର୍ଷରେ ଏହି ପ୍ରକଳ୍ପ ଫେଲ ମାରିଥିଲା। ସ୍ଥାନୀୟ ଲୋକଙ୍କ ଅସହଯୋଗ ଓ ବନ ଅଧିକାରୀଙ୍କ ଅପାରଗତା ପାଇଁ କୋଟି କୋଟି ଟଙ୍କା ପାଣିରେ ପଡିଥିଲା। ସାତକୋଶିଆର ଅଭୟାରଣ୍ୟ ମାନ୍ୟତା ବଜାୟ ରଖିବାକୁ ଏବେ ଜଙ୍ଗଲରେ ବାଘ ନିହାତି ରହିବା ଆବଶ୍ୟକ ହୋଇପଡିଛି। ପିସିସିଏଫ୍‌ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦଙ୍କ କହିବାନୁଯାୟୀ ସାତକୋଶିଆରେ ବା‌ଘବଂଶ ବୃଦ୍ଧି କରିବାକୁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି। ବ୍ୟାଘ୍ର ଅଭୟାରଣ୍ୟ ହୋଇଥିଲେ ମଧ୍ୟ ଏଠାରେ ଗୋଟିଏ ବାଘ ନ ଥିବା ଜଣାପଡ଼ିବା ପରେ ଅନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ ପ୍ରକଳ୍ପ ପୁଣିଥରେ କାର୍ଯ୍ୟକାରୀ କରିବାକୁ…

Read More

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭାଦ୍ରବ ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ । ସାରା ଦେଶରେ ଏହାକୁ ଖୁବ୍‌ ଧୂମଧାମରେ ପାଳନ କରାଯାଏ । ମାନ୍ୟତା ଅନୁଯାୟୀ ଏହି ସମୟରେ ପୂଜାର୍ଚ୍ଚନା ଓ ବ୍ରତ ପାଳନ ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।ପଞ୍ଚାଙ୍ଗ ଅନୁସାରେ ଚଳିତ ବର୍ଷ ଅଷ୍ଟମୀ ତିଥି ସୋମବାର ସକାଳେ ୩ଟା ୪୦ରେ ରୁ ଆରମ୍ଭ ହୋଇ ପରଦିନ ରାତି ୨ଟା ୨୦ ପର୍ଯ୍ୟନ୍ତ ରହିବ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ରୋହିଣୀ ନକ୍ଷତ୍ର ଦିନ ୩ଟା ୫୫ ରୁ ଆରମ୍ଭ ହୋଇ ୨୭ ଅଗଷ୍ଟ ସକାଳ ପର୍ଯ୍ୟନ୍ତ ରହିବ।ଭଗବାନ କୃଷ୍ଣଙ୍କ ଜନ୍ମୋତ୍ସବରେ ଯେକୌଣସି ସମୟରେ ପୂଜା କରି ପାରିବେ । ମାତ୍ର ଏହି ଦିନ ୩ଟି ଶୁଭ ମୁହୂର୍ତ୍ତ ମଧ୍ୟ ସୃଷ୍ଟି ହେଉଛି। ଏହି ସମୟରେ ପୂଜା କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି ।ଏହାସହ ଜନ୍ମାଷ୍ଟମୀ ସୋମବାର କିମ୍ବା ବୁଧବାରରେ ପଡିଲେ ଏହା…

Read More