Author: Madhulekha

ଜ୍ୟୋତିଷଙ୍କ ମତରେ ପାଦ ବଦଳରେ ଅଣ୍ଟାରେ କଳା ସୂତା ବାନ୍ଧିବା ଅତ୍ୟନ୍ତ ଶୁଭଦାୟକ। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଅଣ୍ଟାରେ କଳା ସୂତା ପିନ୍ଧୁଥିଲେ ବୋଲି କୁହାଯାଏ। ଅଣ୍ଟାରେ କଳା ସୂତା ବାନ୍ଧିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହ ରୋଗ ହେବାର ଆଶଙ୍କା କମ୍‌‌ ରହିଥାଏ। ମେରୁଦଣ୍ଡ ମଧ୍ୟ ମଜବୁତ ହେବ। ଯେଉଁମାନଙ୍କର ଶନି ଗ୍ରହ। ତେବେ ବେକରେ ଯଦି କଳା ସୂତା ପିନ୍ଧିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଏହାକୁ ସାନି ଦେବଙ୍କ ମୂର୍ତ୍ତିରେ ସ୍ପର୍ଶ କରି ଆଣନ୍ତୁ। ହନୁମାନଙ୍କ ପ୍ରତ୍ତିମୂର୍ତ୍ତରେ ମଧ୍ୟରେ ଅନୁରୂପ ଭାବେ କରିପାରିବେ। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାଦରେ କଳା ସୂତା ବାନ୍ଧିବା ଆଦୌ ଠିକ୍‌‌ ନୁହେଁ। ଅନେକ ଲୋକ ପାଦରେ କଳା ସୂତା ବାନ୍ଧୁଛନ୍ତି କିନ୍ତୁ ଏପରି କରିବାଠାରୁ ଦୂରେଇ ରୁହନ୍ତୁ। ହିନ୍ଦୁ ଧର୍ମରେ କଳା ସୂତାକୁ ରକ୍ଷା ସୂତ୍ର ବୋଲି ବିବେଚନା କରାଯାଏ। ଐଭଳି କ୍ଷେତ୍ରରେ କଳା ସୂତାକୁ ପାଦରେ ବାନ୍ଧିବା ଅଶୁଭ…

Read More

ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ । ଚିନ୍ତା ଦୂର ହୋଇଥାଏ । ମନକୁ ଖୁସି ମଧ୍ୟ କରିଥାଏ ।ରାତିରେ ଶୋଇବା ପୂର୍ବରୁ ନିୟମିତ ଏକ ଗ୍ଲାସ ଉଷୁମ କ୍ଷୀର ପିଇବା ସବୁଠାରୁ ଲାଭଦାୟକ ।କ୍ଷୀରରେ ସାମାନ୍ୟ ମହୁ କିମ୍ବା ଡାଲଚିନି ମଧ୍ୟ ମିଶାଇ ପାରିବେ ।ମାତ୍ର ଆବଶ୍ୟକତା ଠାରୁ ଅଧିକ କିମ୍ବା ଅଧିକ ପରିମାଣରେ ଉଷୁମ କ୍ଷୀରର ସେବନ କରନ୍ତୁ ନାହିଁ ।କ୍ଷୀର କ୍ୟାଲସିୟମର ସବୁଠାରୁ ଉତ୍ତମ ସ୍ରୋତ । ଏହା ହାଡ ଓ ଦାନ୍ତକୁ ମଜଭୁତ କରିବାରେ ସହାୟକ ହୋଇଥାଏ । ନିୟମିତ ଉଷୁମ କ୍ଷୀର ପିଇବା ଦ୍ୱାରା ହାଡ ଜନିତ ସମସ୍ୟା ଦୂର ହୋଇଥାଏ ।ଉଷୁମ କ୍ଷୀର ପିଇବା ଦ୍ୱାରା ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ । କ୍ଷୀର ପିଇବା ଦ୍ୱାରା ଭୋକ କମ୍‌ ହୋଇଥାଏ । ଫଳରେ ବାରମ୍ବାର ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ ।

Read More

ଆଖିରେ ସମସ୍ୟା ପାଇଁ କିଛି କମ୍ପାନୀ ବିନା ପ୍ରେସକ୍ରିପସନରେ ଔଷଧ ବିକ୍ରି କରିବାକୁ ଦୋକାନୀଙ୍କୁ ନିର୍ଦେଶ​‌ ଦେଉଥିବା ସାମ୍ନାକୁ ଆସିଛି। ତେବେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଆଇ ଡ୍ରପ୍ ‘ପ୍ରେସଭ୍ୟୁ’ର ଉତ୍ପାଦନ ଏବଂ ବିତରଣ ଲାଇସେନ୍ସକୁ ବାତିଲ କରିଛି ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ। ସୂଚନା ଅନୁସାରେ, ସିଡିଏସସିଓ(କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ) ପକ୍ଷରୁ ଏହି ଔଷଧର ଉତ୍ପାଦନ ଏବଂ ବ୍ୟବସାୟ ପାଇଁ ଅନୁମତି ଦିଆଯାଇଛି। କେବଳ ପ୍ରେସକ୍ରିପସନ ଜରିଆରେ ରୋଗୀ ଔଷଧ କିଣିବାକୁ ଅନୁମତି ମିଳିଥିବାବେ​ଳେ କମ୍ପାନୀ ଏହାକୁ ବିନା ପ୍ରେସକ୍ରିପସନରେ ଔଷଧ ବିକ୍ରୟ କେନ୍ଦ୍ରରେ ରୋଗୀଙ୍କୁ ଉପଲବ୍ଧ କରାଉଥିଲା। ସେହିପରି ବିଭିନ୍ନ ଗଣମାଧ୍ୟମରେ ଭ୍ରାନ୍ତ ବିଜ୍ଞାପନ ଜରିଆରେ ନିଜର ପ୍ରଚାର ପ୍ରସାର କରୁଥିଲା। ଯାହାର ସତ୍ୟତା ଉପରେ ପ୍ରଶ୍ନ ଉଠିବାରୁ ଔଷଧର ଉତ୍ପାଦନ ଏବଂ ବିକ୍ରୟ ଅନୁମତିକୁ କେନ୍ଦ୍ର ସରକାର ରଦ୍ଦ କରିଦେଇଛନ୍ତି। ପରବର୍ତ୍ତୀ ନିର୍ଦେଶ ନ ମିଳିବା ଯାଏ କମ୍ପାନୀ ଏହି…

Read More

ସାରା ଦେଶରେ ଦୈନିକ ପ୍ରାୟ ଦୁଇ ହଜାର ମସ୍ତିଷ୍କାଘାତ ଘଟଣା ରିପୋର୍ଟ ହେବା ଭାରତରେ ଏକ ଚିନ୍ତାର କାରଣ ପାଲଟିଛି।ପ୍ରସିଦ୍ଧ ପତ୍ରିକା ଦ ଲାନସେଟରେ ପ୍ରକାଶିତ ଏକ ଗବେଷଣାମୂଳକ ରିପୋର୍ଟ ଅନୁସାରେ ଓଡ଼ିଶାରେ ମସ୍ତିଷ୍କାଘାତ ହାର ଜାତୀୟ ହାରଠାରୁ ବି ଅଧିକ। ପ୍ରତି ସାତଜଣ ବାସିନ୍ଦାଙ୍କ ମଧ୍ୟରୁ ଜଣଙ୍କୁ ମସ୍ତିଷ୍କାଘାତ ବିପଦ ଥିବା ରିପୋର୍ଟରେ କୁହାଯାଇଛି | ତେବେ ବର୍ତ୍ତମାନ ଯୁବଗୋଷ୍ଠୀଙ୍କୁ ଅଧିକ ପ୍ରଭାବିତ କରୁଛି ଏହି ମସ୍ତିଷ୍କାଘାତ । ପରିବର୍ତ୍ତିତ ଜୀବନଶୈଳୀ, ଅନିୟମିତ ଖାଦ୍ୟପେୟ ଅଭ୍ୟାସ, ଚାପ ସ୍ତର ବୃଦ୍ଧି, ଅଧିକ ବିଳାସପୂର୍ଣ୍ଣ ଜୀବନ ଶୈଳୀ , ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ବୃଦ୍ଧି ହେତୁ ଏପରି ସଙ୍କଟ ଉପୁଜୁଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ତେବେ ସ୍ବାସ୍ଥ୍ୟ ସମସ୍ୟା ମୁଖ୍ୟତଃ ବୟସ୍କମାନଙ୍କଠାରେ ଦେଖାଯାଉଥିଲା କିନ୍ତୁ ଏବେ ଯୁବ ବର୍ଗକୁ ଏହି ରୋଗ ଗ୍ରାସ କରିନେଇଛି |

Read More

 ଆୟୁଷ୍ମାନ ଭାରତ ଯୋଜନାର ପରିସୀମା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏହି ସ୍ଵାସ୍ଥ୍ୟ ବୀମା ଯୋଜନାରେ ସରକାର ୭୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ସାମିଲ କରିଛନ୍ତି। ଏହାଦ୍ବାରା ଦେଶର ପ୍ରାୟ ସାଢ଼େ ୪ କୋଟି ପରିବାରର ୬ କୋଟି ବରିଷ୍ଠ ନାଗରିକ ଉପକୃତ ହେବେ । ଏହା ପୂର୍ବରୁ ୧୨.୩ କୋଟି ପରିବାରକୁ ଏହି ଯୋଜନାର ଲାଭ ମିଳୁଥିଲା । ଆୟୁଷ୍ମାନ ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ସହାୟତା ମିଳିପାରିବ । କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏ ସମ୍ପର୍କିତ ନିଷ୍ପତ୍ତି ଘୋଷଣା କରି କହିଛନ୍ତି, ଆୟୁଷ୍ମାନ ଭାରତ ପିଏମ ଜନ ଆରୋଗ୍ୟ ଯୋଜନାରେ ୭୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସ୍କ ଲୋକଙ୍କୁ ସାମିଲ କରାଯାଇଛି। ସେମାନେ ବାର୍ଷିକ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ। ବରିଷ୍ଠ ନାଗରିକମାନେ ଯୋଜନାରେ ସାମିଲ ହେବା ପାଇଁ…

Read More

ଘରେ ଟଙ୍କା ପଇସାର ଅଭାବ ଦେଖାଯାଉଥିଲେ, ଶୁଭଦିନ ଦେଖି ଘରକୁ ମୟୂରପୁଚ୍ଛଟିଏ କିଣିଆଣି ଠାକୁର ଘରେ ରଖିଦେବେ। ଆଉ କିଣିଲାବେଳେ ପ୍ରଭୁ ଶ୍ରୀ କୃଷ୍ଣଙ୍କର ନାମ ନେଇ ମୟୂରପୁଚ୍ଛ କିଣିଲେ ଘରେ ଧନର ଅଭାବ ରହେନାହିଁ ବୋଲି ବିଶ୍ୱାସ ରହିଛି। ପିଲାଙ୍କ ଷ୍ଟଡି ରୁମ୍‌ ହେଉ ଅଥବା ସେମାନଙ୍କ ପଢା ଟେବୁଲ୍‌ ଉପରେ ମୟୂରପୁଚ୍ଛ ରଖିଲେ ସେମାନଙ୍କର ଏକାଗ୍ରତା ବୃଦ୍ଧି ପାଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି।ଆଉ ଯଦି ଘରେ ରାହୁ ଦୋଷ ଥାଏ, ତେବେ ୮ଟି ମୟୂରପୁଚ୍ଛକୁ ଘରର ଉତ୍ତର-ପୂର୍ବ ଦିଗରେ ଥିବା କବାଟରେ ଲଗାଇଦେଲେ ଶୁଭଫଳ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଧ୍ୟାନଦେବେ ଯିବା ଆସିବା ସମୟରେ ଯେମିତି ସମସ୍ତଙ୍କର ଦୃଷ୍ଟି ଏହି କବାଟ ଉପରେ ପଡୁଥିବ।

Read More

ସୋମବାର ଅନୁଷ୍ଠିତ ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ପରିଷଦ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କର୍କଟ ଔଷଧ ଉପରେ ପୂର୍ବରୁ ଥିବା ୧୨% ଜିଏସ୍‌ଟିକୁ ୫%କୁ ହ୍ରାସ କରାଯାଇଛି।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି କାଉନସିଲ ବୈଠକରେ ଆଲୋଚନା ହୋଇଛି। ସରକାରଙ୍କ ଏହି ବଡ ନିଷ୍ପତ୍ତି ଦ୍ୱାରା କ୍ୟାନସର ଚିକିତ୍ସା ଖର୍ଚ୍ଚ ହ୍ରାସ ପାଇବ ।  ୫୪ତମ ଜିଏସ୍‌ଟି ପରିଷଦ ବୈଠକ ପରେ ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଥିଲେ ଯେ କର୍କଟ ଭଳି ଗୁରୁତର ରୋଗର ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହେଉଥିବା ଔଷଧ ଉପରୁ ପୂର୍ବରୁ ଥିବା ୧୨% ଜିଏସ୍‌ଟିକୁ ୫%କୁ ହ୍ରାସ କରାଯାଇଛି। ଫଳରେ କର୍କଟ ଚିକିତ୍ସା ଖର୍ଚ୍ଚ ହ୍ରାସ ପାଇବ। ଏଥିସହ ଖଟା ଓ ଲୁଣିଆ ଖାଦ୍ୟ ଉପରୁ ମଧ୍ୟ ୧୮% ଜିଏସ୍‌ଟିକୁ ୧୨%କୁ ହ୍ରାସ କରାଯାଇଛି। ସେହିପରି ଜିଏସ୍‌ଟି ଲାଗୁ ଫଳରେ ରାଜ୍ୟମାନେ ସହୁଥିବା କ୍ଷତି ଭରଣା ପାଇଁ ଥିବା କ୍ଷତିପୂରଣ ସେସ୍‌ ଅବଧି…

Read More

ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀରେ ଗଣେଶ ପୂଜା ପାଳନ କରାଯାଏ। ବିଶ୍ୱାସ ଅନୁଯାୟୀ ଏହି ତିଥିରେ ଗଣେଶଙ୍କ ଜନ୍ମ ହୋଇଥିବାରୁ ଗଣେଶ ଚତୁର୍ଥୀ ଭାବେ ସବୁଠି ପାଳନ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥକୁ ବେଶ ଧୁମଧାମରେ ପାଳନ କରାଯାଏ। ଗଣେଶ ଚତୁର୍ଥୀ ଦିନଠାରୁ ୧୦ଦିନ ପର୍ଯ୍ୟନ୍ତ ଲୋକମାନେ ନିଜ ଘରେ ଗଜାନନଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା କରିଥାନ୍ତି। ଏହି ଦିନ ରବି ଯୋଗ, ବ୍ରହ୍ମଯୋଗ ଓ ସର୍ବସ୍ଥ ସିଦ୍ଧି ଯୋଗ ପଡ଼ିଛି।ସେପ୍ଟେମ୍ବର ୬ତାରିଖ ସକାଳ ୯ଟା ୨୫ରୁ ୭ତାରିଖ ମଧ୍ୟାହ୍ନ ୧୨ଟା ୩୪ମିନିଟ ପର୍ଯ୍ୟନ୍ତ ରବି ଯୋଗ ଗଠିତ ହେଉଛି। ଏହାସହିତ ୭ତାରିଖ ଦିନ ୧୧ଟା ୧୫ରେ ବ୍ରହ୍ମଯୋଗ ରହିଥିବାରୁ ଏହି ଯୋଗରେ ଗଣେଶଙ୍କୁ ପୂଜା କଲେ ଅନେକ ଶୁଭଫଳ ପ୍ରାପ୍ତି ହେବ।

Read More

ଉପର ଫ୍ଲୋର୍‌କୁ ଯିବା ଲାଗି ଲିଫ୍ଟ ବଦଳରେ ପାହାଚ ବ୍ୟବହାର କରନ୍ତୁ। ଏହାଦ୍ୱାରା କ୍ୟାଲୋରି ବର୍ନ ହେବା ସହ ଶରୀର ମଧ୍ୟ ଫିଟ୍‌ ରହିବ। ସନ୍ତୁଳିତ ଖାଦ୍ୟପେୟ ମଧ୍ୟ ଫିଟ୍‌ ରହିବା ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ହେଲେ ବର୍ତ୍ତମାନ ଫାଷ୍ଟଫୁଡ୍‌, ଜଙ୍କଫୁଡ୍‌ ଭଳି ଖାଦ୍ୟ ଅନେକଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ତେଣୁ ଇଚ୍ଛା ହେଲେ ଫାଷ୍ଟଫୁଡ୍‌ ବଦଳରେ ଘରୋଇ ହେଲ୍‌ଦି ଖାଦ୍ୟ ଖାଆନ୍ତୁ। ପ୍ରତିଦିନ କିଛି ସମୟ ଯୋଗ, ବ୍ୟାୟାମ କରନ୍ତୁ। ମ୍ୟୁଜିକ୍‌ ଲଗାଇ କିଛି ସମୟ ଡ୍ୟାନ୍ସ କଲେ ମଧ୍ୟ ଖୁବ୍‌ ଭଲ ଏକ୍ସରସାଇଜ୍‌ ହୋଇପାରିବ। ଯଦି ସୁବିଧା ଅଛି, ତେବେ ସାଇକ୍ଲିଂ କଲେ ବି ବେଶ୍‌ ଉପକୃତ ହୋଇପାରିବେ। ପ୍ରତିଦିନ ଏକ୍ସରସାଇଜ୍‌ କଲେ ମେଦବହୁଳତା, ହୃଦ୍‌ରୋଗ, ଡାଇବେଟିସ୍‌ ଭଳି ଅନେକ ସମସ୍ୟାଠୁ ଦୂରେଇ ରହିପରିବେ।  ତେଣୁ ପ୍ରତି ୭-୮ ଘଣ୍ଟା କିମ୍ବା କିଛି ନିର୍ଦ୍ଦିଷ୍ଟ ସମୟ ନ ରଖି ଶରୀରର ଆବଶ୍ୟକତା ଅନୁଯାୟୀ ଶୁଅନ୍ତୁ। ଏହାଦ୍ୱାରା ଶରୀରର ମେଟାବୋଲିଜମ୍‌…

Read More

ପୁରୁଷଙ୍କ ତୁଳନାରେ ମହିଳାମାନେ ଥାଇରଏଡର ଶିକାର ହେବାର ଆଶଙ୍କା 10 ଗୁଣ ଅଧିକ। ପୂର୍ବରୁ ଏହି ରୋଗ 50 ବର୍ଷ ବୟସ ପରେ ହେଉ ଥିବାବେଳେ ବର୍ତ୍ତମାନ 30ରୁ 35 ବର୍ଷ ବୟସରେ ଲୋକଙ୍କୁ ଗ୍ରାସ କରୁଛି। ପୁରୁଷଙ୍କ ତୁଳନାରେ ମହିଳାମାନେ ଥାଇରଏଡର ଶିକାର ହେବାର ଆଶଙ୍କା 10 ଗୁଣ ଅଧିକ। ବିଶେଷକରି ଗର୍ଭାବସ୍ଥା ଏବଂ ମେନୋପୋଜ ସମୟରେ ଏହି ବିପଦ ବଢିଥାଏ। ଥାଇରଏଡ୍ ବଢିଗଲେ ଓଜନ ବୃଦ୍ଧିପାଏ ଏବଂ ହରମୋନ୍ ଅସନ୍ତୁଳିତ ହୋଇଯାଏ। ତେଣୁ ଥାଇରଏଡକୁ ନିୟନ୍ତ୍ରଣ କରିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। କେଉଁ ଖାଦ୍ୟ ଖାଇବା ଦ୍ୱାରା ଥାଇରଏଡ ନିୟନ୍ତ୍ରଣରେ ରହିବ ତାହା ଜାଣନ୍ତୁ

Read More

ନଖର ଉପର ଅଂଶ କଳା ହେଲେ ଏହା ଏକ ପ୍ରକାର ସଂକ୍ରମଣ ସଙ୍କେତ ଦେଇଥାଏ। ଏହାକୁ ଦୂର ପାଇଁ ପାଣି-ଆପଲ୍‌ ସାଇଡର ଭିନେଗାରକୁ ସମାନ ପରିମାଣରେ ମିଶାନ୍ତୁ । ଏଥିରେ ନଖ ବୁଡାଇ କିଛି ସମୟ ରଖନ୍ତୁ । ଏହି ସମସ୍ୟା ଦୂର ହେବ। ତେବେ ଯଦି ବାରମ୍ବାର ଆପଣଙ୍କ ନଖ ଭାଙ୍ଗୁଛି, କଣରୁ ନଖ ଫାଟୁଛି, ଏହା ଶରୀରରେ ଆଇରନ କମ୍‌ ହେବାର ଲକ୍ଷଣ । ଆଇରନ ଅଭାବକୁ ପୂରଣ କରିବା ପାଇଁ ସବୁଜ ପନିପରିବା, ଡାଲି, ରାଶି, କଳା କିସମିସ ଖାଇବା ଉଚିତ୍‌। ଯଦି ନଖ ମଜଭୁତ ଓ ସଠିକ୍‌ ସମୟ ଅନୁସାରେ ବୃଦ୍ଧି ହେଉଛି, ତେବେ ଶରୀର ସୁସ୍ଥ ଥିବାର ଏହା ସଙ୍କେତ ଦେଇଥାଏ । ନଖରେ ନିୟମିତ ଧଳା ଦାଗ ହେଉଥିଲେ, ଶରୀରରେ ଏହା ଜିଙ୍କ୍‌ ଅଭାବ ହେବାର ସଙ୍କେତ ଦେଇଥାଏ । ଏହି ସମସ୍ୟା ଦୂର କରିବା ପାଇଁ ଚଣା, ଓଟ୍ସ, କାଜୁ, ଡାଲି…

Read More

ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥା ରିଲାଏନ୍ସ ଜିଓର ୮ମ ପୂର୍ତ୍ତି ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି। ବ୍ୟବସାୟିକ ଭାବେ ରିଲାଏନ୍ସ ଜିଓ ଭାରତରେ ସେବା ଆରମ୍ଭ କରିବାର ୮ବର୍ଷ ପୂରଣ କରିଛି।ଏହି ଅବସରରେ କମ୍ପାନୀ ପକ୍ଷରୁ ଦିଆଯାଉଛି ସ୍ୱତନ୍ତ୍ର ଅଫର। କେତେକ ନିର୍ଦିଷ୍ଟ ରିଚାର୍ଜ ପ୍ଲାନ୍‌ ଉପରେ ମିଳୁଛି ଏହି ଅଫର। ସେପ୍ଟେମ୍ବର ୫ରୁ ସେପ୍ଟେମ୍ବର ୧୦, ୨୦୨୪ ପର୍ଯ୍ୟନ୍ତ ଏହି ଅଫର୍‌ର ଲାଭ ଉଠାଇପାରିବେ ଜିଓ ଉପଭୋକ୍ତା। ୮୯୯ ଟଙ୍କା, ୯୯୯ ଟଙ୍କା ଏବଂ ୩୫୯୯ ଟଙ୍କାର ରିଚାର୍ଜ ପ୍ଲାନ୍‌ ଉପରେ ଏହି ଅଫର ଉପଲବ୍ଧ।ଜିଓର ଅଷ୍ଟମ ବର୍ଷପୂର୍ତ୍ତି ଅଫରର ଲାଭ ନେଉଥିବା ଜିଓ ଗ୍ରାହକଙ୍କୁ ୧୭୫ ଟଙ୍କା ମୂଲ୍ୟର ୧୦ଟି ଓଟିଟି ଆପ୍ସର ସଦସ୍ୟତା ଓ ୧୦ ଜିବିର ଅତିରିକ୍ତ ଡାଟା ପ୍ୟାକ୍ ମିଳିବ, ଯାହାର ବୈଧତା ୨୮ ଦିନ ରହିବ । ଏହା ସହିତ ତିନି ମାସର ଜୋମାଟୋ ଗୋଲ୍ଡ ମେମ୍ବରସିପ ମଧ୍ୟ…

Read More