ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍ ଉପକାରୀ ମଧ୍ୟ ହୋଇଥାଏ। କାରଣ ଏଥିରେ ଭରିରହିଥାଏ ଭିଟାମିନ୍ ବି୬, ସି, ମିନେରାଲ୍ସ ଓ ଆଣ୍ଟି ଅକ୍ସିଡାଣ୍ଟ ଇତ୍ୟାଦି। ଶରୀରରେ ଆଇରନ୍ର ମାତ୍ରା କମ୍ ରହୁଥିଲେ କନ୍ଦମୂଳର ସେବନ ଲାଭଦାୟକ ହୋଇଥାଏ। କୁହାଯାଏ, କନ୍ଦମୂଳ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ଏହା କୋଷ୍ଠକାଠିନ୍ୟ ସମସ୍ୟାରୁ ବି ଅନେକାଂଶରେ ମୁକ୍ତି ଦେଇଥାଏ। ଖାସ୍କରି ଛୋଟପିଲାଙ୍କୁ କନ୍ଦମୂଳ ଖାଇବା ଦେବା ବେଶ୍ ଉପକାରୀ ହୋଇଥାଏ।କୁହାଯାଏ, କନ୍ଦମୂଳ ଖାଇବା ଦ୍ୱାରା ଆଖି ଭଲ ରହିଥାଏ। ଦୃଷ୍ଟିଶକ୍ତି ବି ବୃଦ୍ଧି ପାଇଥାଏ। ଏଥିରେ ଫାଇବର୍ ରହୁଥିବାରୁ କୋଲେଷ୍ଟ୍ରଲ୍କୁ କମ୍ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ।
Author: Madhulekha
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ‘ନୀତିଶାସ୍ତ୍ର’ରେ ମନୁଷ୍ୟଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରୁ କିଛି ଉପାୟ ସଫଳ ଏବଂ ଧନୀ ହେବାକୁ ନେଇ ରହିଛି। ପରିଶ୍ରମ ଏବଂ ପ୍ରତିଭା ଥିଲେ ଜଣେ ଧନୀ ହୋଇଥାଏ ବୋଲି ଚାଣକ୍ୟ କହିଛନ୍ତି। ବ୍ୟକ୍ତିକୁ ଧନବାନ ହେବା ଲାଗି ଏଭଳି ସ୍ଥାନରେ ରହିବା ଉଚିତ ଯେଉଁଠାରେ ଚାକିରି ତଥା ରୋଜଗାର କରିବାର ସାଧନ ଉପଲବ୍ଧ।ଟଙ୍କା ରୋଜଗାର ଲାଗି ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଅତ୍ୟନ୍ତ ଆବଶ୍ୟକ। ଲକ୍ଷ୍ୟ ବିହୀନ ବ୍ୟକ୍ତି କେବେହେଲେ ଆଗକୁ ବଢ଼ିପାରେ ନାହିଁ। ନା ସେ ଧନବାନ ହୋଇପାରେ। ସଫଳତା ପ୍ରାପ୍ତ କରିବା ପୂର୍ବରୁ ବ୍ୟକ୍ତିଙ୍କୁ ସବୁ ପ୍ରକାର ଚ୍ୟାଲେଞ୍ଜକୁ ସାମ୍ନା କରିବା ଉଚିତ। ଯିଏ ଆହ୍ବାନକୁ ସ୍ବିକାର କରି ତାର ସାମ୍ନା କରେ, ସେ ସଫଳ ହେବା ସହ ଧନୀ ହୋଇଥାଏ। ଯିଏ ଡରିଯାଏ ସେ ଅସଫଳ ହୋଇଯାଏ।କ୍ତିକୁ ଟଙ୍କା ରୋଜଗାର ଲାଗି ଭୁଲ…
ପ୍ରବୀଣ ଆର୍ମ ରେସ୍ଲିଂ ‘ପ୍ରୋ ପଞ୍ଜା ଲିଗ୍’ର କୋ-ଫାଉଣ୍ଡର। ପ୍ରୋ ପଞ୍ଜା ଲିଗ ଏକ ବୟାନରେ କହିଛି ଯେ ଆମକୁ ଏହା ଜଣାଇବାକୁ ଦୁଃଖ ଲାଗୁଛି ଯେ ପ୍ରୋ ପଞ୍ଜା ଲିଗର ସହ ସଂସ୍ଥାପକ ପ୍ରବୀଣ ଡବାସ ହସ୍ପିଟାଲରେ ଆଡମିଟ ଅଛନ୍ତି। ଶନିବାର ସକାଳେ ଦୁର୍ଭାଗ୍ୟପୂର୍ଣ୍ଣ କାର ଦୁର୍ଘଟଣା ପରେ ତାଙ୍କୁ ବାନ୍ଦ୍ରା ହୋଲି ଫ୍ୟାମିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରବୀଣ ଡବାସ ‘ରାଗିଣୀ ଏମଏମଏସ-୨’, ‘ମାଇ ନେମ ଇଜ ଖାନ’ ଭଳି ଫିଲ୍ମ ନିମନ୍ତେ ଫ୍ୟାନସଙ୍କ ନିକଟରେ ପରିଚିତ। ସେ ‘ମେଡ ଇନ ହେଭେନ’ ଭଳି ସିରିଜରେ ମଧ୍ୟ କାମ କରିଛନ୍ତି। ନିକଟରେ ଆମାଜନ ପ୍ରାଇମରେ ରିଲିଜ ହୋଇଥିବା ‘ଶର୍ମାଜୀ କେ ବେଟି’ ଫିଲ୍ମରେ ତାଙ୍କୁ ଦେଖାଯାଇଥିଲା।
ବିଲାତି ବାଇଗଣରେ ପ୍ରଭୁ ଜଗନ୍ନାଥଙ୍କ ଗୋଲ ଗୋଲ ଆଖି। ସତେ ଯେମିତି ଜଗତର ନାଥ ଜଗନ୍ନାଥ ବିଲାତି ବାଇଗଣ ରେ ଦର୍ଶନ ଦେଉଛନ୍ତି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଗୋପାଳପୁରର ପୁଥୁଲ୍ ଭଟ୍ଟାଚାର୍ଯ୍ୟ ଘରେ। ବିଲାତି ବାଇଗଣରେ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପରେ ଭାବବିହ୍ୱଳ ସାରା ପରିବର। ଘରେ ବର୍ତ୍ତମାନ ଆଧ୍ୟାତ୍ମିକ ପରିବେଶ ଓ ପୂଜାର ମାହୋଲ। ଗୁରୁବାର ପୁଥୁଲ୍ ଚିଲି ପନିର କରିବା ପାଇଁ ଟମାଟୋ ବାହାର କରିଥିଲେ। ଏହି ସମୟରେ ସେ ବିଲାତି ବାଇଗଣରେ ଦେଖିଥିଲେ ପ୍ରଭୁ ଜଗନ୍ନାଥ ଦର୍ଶନ ଦେଉଛନ୍ତି। ଏହା ପରେ ସାରା ପରିବାର ଲୋକ ମିଶି ଠାକୁର ଘରେ ବିଲାତି ବାଇଗଣକୁ ରଖି ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ। ଯାହା ଏବେ ଚର୍ଚ୍ଚାର ବିଷୟ ଅଟେ |
ଖଜୁରୀରେ ଫାଇବର, ପୋଟାସିୟମ ଓ ଆଣ୍ଟି-ଅକ୍ସିଡାଣ୍ଟପ୍ରଚୁର ପରିମାଣରେ ରହିଛି । ଜଳଖିଆରେ ଏହାର ସେବନ ଏକ ଉତ୍ତମ ବିକଳ୍ପ । ଶୁଖିଲା ଖଜୁରୀ ଓ ପାଣିରେ ରାତି ସାରା ବତୁରାଇ ରଖିବା ଦ୍ୱାରା ଉଭୟ ପୁଷ୍ଟିଯୁକ୍ତ । ଶୁଖିଲା ଖଜୁରୀ ଭଳି ବତୁରା ଯାଇଥିବା ଖଜୁରୀରେ ଭିଟାମିନ୍ ଏ, ଭିଟାମିନ୍ କେ, ଭିଟାମିନ୍ ବି, ପୋଟାସିୟମ, ମାଗ୍ନେସିୟମ, ଆଇରନ ଆଦି ରହିଥାଏ । ମାତ୍ର ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଅଧିକ ଥାଏ । ଏଥିରେ ଫାଇବର ମଧ୍ୟ ଅଧିକ ମାତ୍ରାରେ ଥାଏ ।ସେହିପରି ବତୁରାଇ ଯାଇଥିବା ଖଜୁରୀରେ ପାଣିର ମାତ୍ରା ଅଧିକ ଥାଏ । ଏଥିରେ ଶୁଖିଲା ଖଜୁରୀ ତୁଳନାରେ କାର୍ବୋହାଇଡ୍ରେଟ୍ ଓ କ୍ୟାଲୋରୀ କମ୍ ରହିଥାଏ ।
ଯାତ୍ରା ଖଳନାୟକ କାହ୍ନା ସ୍ବାଇଁ ଖେଳଣା ପରି ଖୋଲା ମଞ୍ଚରେ ମହାପ୍ରଭୁଙ୍କ ପ୍ରତିମାର ଗୋଟିଏ ବାହୁକୁ ଝାଲାଇ ଝୁଲାଇ ନେଉଛନ୍ତି । ରଙ୍ଗମଞ୍ଚରେ ଅଭିନୟ କଲା ବେଳେ ସେ ଏପରି ଜଘଣ୍ୟ ଅପରାଧ କରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଭାଇରାଲ୍ ହେବା ପରେ କାହ୍ନାଙ୍କ ନାଁରେ କଟକ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି|ଯାତ୍ରା ସିଂହବାହିନୀର ଷ୍ଟାର ଆକ୍ଟର ହେଉଛନ୍ତି କାହ୍ନା ସ୍ବାଇଁ। ସେ ଅନେକ ନାଟକରେ ଖଳ ଚରିତ୍ରରେ ନଜର ଆସିଥାନ୍ତି। ତେବେ ‘ବଡ଼ ବେଦରଦୀ କଳା ସାଆନ୍ତ’ ନାଟକରେ ସେ ମହାପ୍ରଭୁଙ୍କ ପ୍ରତିମାକୁ ଅପମାନିତ କରିଛନ୍ତି।ସେ କେତେବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମାରେ ଲାଗି ହୋଇଥିବା ଫୁଲ ମାଳକୁ ଫିଙ୍ଗି ଦେଉଛନ୍ତି ତ ଆଉ କେତେବେଳେ ମହାପ୍ରଭୁଙ୍କୁ ଲୁଗାରେ ବାନ୍ଧି ପିଠିରେ ପକାଇ ଖେଳଣା ପରି ନେଉଛନ୍ତି। ଆଉ କେତେବେଳେ ମହାପ୍ରଭୁଙ୍କ ପ୍ରତିମାକୁ ହାତରେ ଝୁଲାଇ ଝୁଲାଇ ନେଉଥିବା ଦେଖିବାକୁ ମିଳିଛି।ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ…
ସମ୍ବଲପୁରୀ ଗାୟିକା ରୁକ୍ସନା ବାନୋଙ୍କ ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।ତେବେ ରୁକ୍ସନାଙ୍କର ସ୍କ୍ରାବ୍ ଟାଇଫସରେ ମୃତ୍ୟୁ ଘଟିଥିବା ଜଣାଯାଇଛି।ତେବେ ଏନେଇ ଏମ୍ସ କର୍ତ୍ତୁପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।। ମାତ୍ର ସ୍ଲୋ ପଏଜନ୍ ଯୋଗୁ ରୁକ୍ସାନାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଜଣେ ସମ୍ବଲପୁରୀ ଗାୟକଙ୍କ ନାଁରେ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।ଦୁଇ ମାସ ଧରି ରୁକୁ ସୁନା ନିର୍ଯ୍ୟାତନା ଦେଇ ଆସୁଥିବା ରୁକସାନାଙ୍କ ମାଁ ସୋସିଆଲ ମଡିଆରେ କହିଛନ୍ତି । ଏନେଇ ରୁକସାନାଙ୍କ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ଭିଡିଓଟି ପୋଷ୍ଟ କରାଯାଇଛି । ବରଗଡରେ ସୁଟ୍ ହୋଇଥିବା ‘ସମ୍ବଲପୁରୀଆ ଫୁଲ’ ଗୀତରେ ରୁକସାନା ଅଭିନୟ କରିବା ପରେ ବିବାଦ ଆରମ୍ଭ ହୋଇଥିବା ରୁକସାନାଙ୍କ ମାଁ କହିଛନ୍ତି । ଏପରିକି ଏହି ଗୀତରେ ଅଭିନୟ ପରେ ରୁକସାନାକୁ ଅନ୍ୟ ସମସ୍ତ ପ୍ରକଡ୍ସକନରୁ ଜାଣିଶୁଣି ବାଦ୍ ଦେଇଥିବା…
OSSSC ପାଇଁ ୨୬୨୯ ପଦ ପାଇଁ ନିଯୁକ୍ତି ପ୍ରକାଶ ପାଇଛି। ଏନେଇ ଅଗଷ୍ଟ ୩୧ରେ ଘୋଷଣା କରାଯାଇଥିଲା। ତେବେ ଏହାର ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହି ଚାକିରି ପାଇଁ ଆପଣଙ୍କ ବୟସ ୨୧-୩୮ ହୋଇଥିବା ଆବଶ୍ୟକ। ଏଥିପାଇଁ ଆବେଦନ କରୁଥିବା ପ୍ରାର୍ତୀମାନେ ବିଇଡିରେ ସ୍ନାତକ କରିଥିବା ଜରୁରୀ। ପରୀକ୍ଷାରେ ଅତି କମ୍ରେ ୫୦ ଶତକଡା ମାର୍କ ରହିଥିବା ଦରକାର। ଏସଇବିସି ପରିକ୍ଷାର୍ଥୀଙ୍କୁ ୫ବର୍ଷ ପାଇଁ ଛାଡ କରାଯାଇଛି। ସେହିପରି ଏସସି-ଏସଟି ନାମାଙ୍କନ କରିଥିବା ପ୍ରାର୍ଥୀଙ୍କୁ ୫ବର୍ଷ ପାଇଁ ମଧ୍ୟ ଛାଡ କରାଯିବ। ମହିଳାଙ୍କୁ ୫ବର୍ଷ ଓ ପିଡବ୍ଲୁଡି ପରିକ୍ଷାର୍ଥୀଙ୍କୁ ୧୦ବର୍ଷ ଯାଏଁ ଛାଡ ମିଳିବ। ସେହିପରି ଏସସି-ଏସଟି ଓ ଏସଇବିସି ପରୀକ୍ଷାର୍ଥୀମାନେ ୪୫ଶତକଡା ମାର୍କ ରହିବା ନିହାତି ଆବଶ୍ୟକ। ଆବେଦନ କରିବା ପାଇଁ https://www.osssc.gov.in/ ରେ ଲଗ୍ ଇନ୍ କରନ୍ତୁ। ଏହାପରେ Osssc teacher recruitment 2024 କୁ କ୍ଲିକ୍ କରନ୍ତୁ।
ତାଳଚେର ପ୍ରସିଦ୍ଧ ଗଣେଶ ପୂଜାର ବିଶେଷ ଆକର୍ଷଣ ଆଜ୍ଞାମାଳ ଓ ବିରାଟକାୟ ଆଜ୍ଞାଲଡୁ ନିଲାମ ହୋଇଛି। ଚଳିତ ବର୍ଷ ସାଢେ ୩ ଟନ ଓଜନର ଆଜ୍ଞାଲଡୁକୁ ଟିଏସଏସ ଗ୍ରୁପ ୧୯ଲକ୍ଷ ୩୮ ହଜାର ଟଙ୍କାରେ ନିଲାମରେ ନେଇଛନ୍ତି। ସର୍ବାଧିକ ୧୯ଲକ୍ଷ ୩୮ହଜାର ଟଙ୍କାରେ ଟିଏସଏସ ଗ୍ରୁପର ପକ୍ଷରୁ ପ୍ରତିନିଧିତ୍ବ କରିଥିବା ଯତୀନ ମହାନ୍ତି ଓ ତାପସ ସାହୁ ୩ହଜାର ୫ଶହ କିଲୋ ଓଜନର ଗଜାନନଙ୍କ ଆଜ୍ଞାଲଡ଼ୁକୁ ନିଲାମରେ ନେବାର ସୌଭାଗ୍ୟ ଅର୍ଜନ କରିଥିଲେ।
ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ କଲରା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କଲରାରେ ଭିଟାମିନ୍ ‘ଏ’ ଭରିରହିଛି। ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହା ଦୃଷ୍ଟିଶକ୍ତିକୁ ଆହୁରି ପ୍ରଖର କରାଇଥାଏ। ଓଜନକୁ ସନ୍ତୁଳିତ ରଖିବାରେ କେତେକାଂଶରେ କଲରା ସାହାଯ୍ୟ କରିଥାଏ। ଏହାକୁ ନିୟମିତ ଖାଇଲେ ରକ୍ତରେ ସୁଗାର ପରିମାଣ ଅନେକାଂଶରେ ସନ୍ତୁଳିତ ରହିଥାଏ। କେବଳ ସେତିକି ନୁହେଁ, ଏଥିରେ ଆହୁରି ଅନେକ ଭଲ ଗୁଣ ରହିଛି।ଶରୀରରେ ଆଲର୍ଜିକୁ ପ୍ରତିହତ କରିବାର କ୍ଷମତା ମଧ୍ୟ ଏହାର ରହିଛି। ରକ୍ତ ସଞ୍ଚାଳନକୁ କଲରା ସକ୍ରିୟ ରଖିଥାଏ। କ୍ଷତ ସ୍ଥାନକୁ ଶୀଘ୍ର ପୂରଣ କରିବା ସହ ରକ୍ତ ପରିଷ୍କାର କରେ ଓ ଖାଦ୍ୟ ହଜମରେ ବି ସାହାଯ୍ୟ କରେ।
ଲୋକଙ୍କ ମନରେ ସୁଭଦ୍ରା ଯୋଜନାକୁ ଲାଗି ରହିଥିବା ଦ୍ୱନ୍ଦକୁ ଦୂର କରିବା ପାଇଁ ଯାଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ ଓ ଆବେଦନ ପ୍ରକ୍ରିୟା ଜାରି ରହିବ ।ସେହିପରି ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠା ଯିବ, ପ୍ରଥମେ ବ୍ୟାଙ୍କ ଆକାଉଣ୍ଟ ସଚଳ ଅଛି କି ନାହିଁ ଜାଣିବା ପାଇଁ ୧ ଟଙ୍କା ପଠାଯିବ । ଏହାପରେ ପର୍ଯ୍ୟାୟକ୍ରମେ କିସ୍ତି ଟଙ୍କା ମିଳିବ । ତେବେ ଟଙ୍କା ପଠାଯିବା ପରେ SMS ମାଧ୍ୟମରେ ସୂଚନା ଦିଆଯିବ ।
ଯେଉଁମାନେ ବିଳମ୍ବିତ ରାତିରେ ଶୁଅନ୍ତି, ସେମାନେ ସକାଳେ ମଧ୍ୟ ବିଳମ୍ବରେ ଉଠନ୍ତି । ଅଧ୍ୟୟନରେ କୁହାଯାଇଛି, ଯେଉଁମାନେ ବିଳମ୍ବିତ ରାତିରେ ଶୋଉଛନ୍ତି, ସେମାନଙ୍କ ନିକଟରେ ମଧୁମେହ ୨ ଓ ମେଟାବୋଲିଜିମ୍ ଜନିତ ସମସ୍ୟା ଅଧିକ ଦେଖାଯାଉଛି । ବିଳମ୍ବିତ ରାତିରେ ଶୋଇଲେ ପେଟ ବଢିବା, ଶରୀରରେ ଚର୍ବି ଜମାଟ ବାନ୍ଧିବା, ଯକୃତ ଉପରେ ଚର୍ବି ଜମାଟ ବାନ୍ଧିବା ଭଳି ସମସ୍ୟା ଅଧିକ ଦେଖା ଯାଇଥାଏ ।ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ବିଳମ୍ବିତ ରାତି ଯାଏଁ ଅନିଦ୍ରା ରୁହନ୍ତି, ଅନ୍ୟ ମାନଙ୍କ ତୁଳନାରେ ସେମାନଙ୍କ ନିକଟରେ ମଧୁମେହ ୨ ହେବାର ସମ୍ଭାବନା ୪୬ ପ୍ରତିଶତ ଅଧିକ ଥାଏ । ବିଳମ୍ବିତ ରାତିରେ ଶୋଉଥିବା ଓ ସକାଳେ ଶୀଘ୍ର ଉଠୁଥିବା ଲୋକଙ୍କ ତୁଳନାରେ ମଧୁମେହ ୨ ହେବାର ସମ୍ଭାବନା ୪୬ ପ୍ରତିଶତ ଅଧିକ ସମ୍ଭାବନା ଥାଏ । କମ୍ ପରିମାଣରେ ଶୋଇବା ଓ ଭୁଲ୍ ଜୀବନଶୈଳୀ ମଧୁମେହର ମୁଖ୍ୟ କାରଣ ।