Author: Madhulekha

କଙ୍ଗନା ରଣାୱତ୍‌ଙ୍କ ଫିଲ୍ମ ‘ଏମର୍ଜେନ୍ସି’। ବର୍ତ୍ତମାନ ଏହାର ରିଲିଜ୍‌କୁ ନେଇ ଗତ ଗୁରୁବାର ବମ୍ବେ ହାଇକୋର୍ଟରେ ଶୁଣାଣି ହୋଇଛି । କୋର୍ଟ କହିଲେ, ଫିଲ୍ମର କିଛି ସିନ୍‌ କାଟିବାକୁ ସେନ୍ସର ବୋର୍ଡ ଦେଇଥିବା ପରାମର୍ଶକୁ ନିର୍ମାତା ପାଳନ କଲେ ହିଁ ଫିଲ୍ମ ରିଲିଜ୍‌କୁ ମଞ୍ଜୁରି ମିଳିବ । ଅନ୍ୟପକ୍ଷେ, ଫିଲ୍ମ ନିର୍ମାତା କହିଲେ, ସିନ୍‌ କାଟିବା ପାଇଁ ସମୟ ଦରକାର । ଏହା ପରେ କୋର୍ଟ ମାମଲାକୁ ଆସନ୍ତା ୩୦ ତାରିଖକୁ ଘୁଞ୍ଚାଇଛନ୍ତି। ସୂଚନାଯୋଗ୍ୟ, ଫିଲ୍ମର ରିଲିଜ୍‌କୁ ନେଇ କଙ୍ଗନା ଓ ଜି ଷ୍ଟୁଡିଓ ଆବେଦନ କରିଥିଲେ ।ସେମାନଙ୍କ ଅଭିଯୋଗ ଥିଲା, ସେନ୍ସର ବୋର୍ଡ ଫିଲ୍ମକୁ ପ୍ରଥମେ ପ୍ରମାଣପତ୍ର ଦେଲା । କିନ୍ତୁ ରିଲିଜ୍‌ର ୪ ଦିନ ପୂର୍ବରୁ ଗତ ୬ ତାରିଖରେ ଏହା ଉପରେ ରୋକ ଲଗାଇଲା । ସେନ୍ସର ବୋର୍ଡ ମନକୁ ମନ ଫିଲ୍ମର ପ୍ରମାଣପତ୍ର ଅଟକାଇ ରଖିଥିବା କଙ୍ଗନା ଅଭିଯୋଗ କରିଥିଲେ ।

Read More

ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ୱାର୍ଡ ନମ୍ୱର-୪୫ର ଶବର ସାହି ଚିତ୍ର ଭୟଙ୍କର ରହିଛି। ଡ୍ରେନ୍‌ କାମ ଅଧାରେ ପଡ଼ିଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି। ଏଥିପାଇଁ ଡ୍ରେନ୍ ପାଇଁ ୱେରେଜ୍ ଲାଇନ୍‌ରେ ପଶୁଛି। ଫଳରେ ଘର ଭିତରେ ମଳ ଓ ନର୍ଦ୍ଦମା ପାଣି ପଶୁଛି। ବାରମ୍ବାର ଗୁହାରି କରିଥିଲେ ବି ବିଏମସି ଡ୍ରେନ୍ କାମ କରି ନଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା। ଯାହାକୁ ନେଇ ଏଭଳି ପ୍ରତିବାଦ କରିଥିଲେ। ହେଲେ ଆଜି କାଲି କହି ଅଧିକାରୀମାନେ ଦିନ ଗଡ଼ାଇ ଚାଲିଛନ୍ତି। ଯେଉଁଥିପାଇଁ ବର୍ଷା ଋତୁରେ ଲୋକମାନେ ନାକେଦମ୍‌ ହେଉଛନ୍ତି।ହେଲେ ପରିସ୍ରା କରିବା ଘଟଣାକୁ ବିଏମ୍‌ସି ମେୟର ଖଣ୍ଡନ କରିଛନ୍ତି। ସେ ଓଲଟା ପରିସ୍ରା କରିବାର ଭିଡିଓ ମାଗୁଛନ୍ତି। ସେମାନେ ପରିସ୍ରା କରିନାହାନ୍ତି, କେବଳ ପାଣି ଢ଼ାଳିଛନ୍ତି। ସେମାନେ ସେମିତି କୌଣସି କାମ କରିନାହାନ୍ତି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି।

Read More

ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପାଳନ କରୁନି ବୁର୍ଲା ଭିମସାର । ନିୟମ ଉଲ୍ଲଂଘନ ପାଇଁ ଜରିମାନା କରିଛି ସିପିସିବି । ଦିନକୁ ୩ ହଜାର ଟଙ୍କା ହିସାବରେ ୧୧ ଲକ୍ଷ ୨୨ ହଜାର ଟଙ୍କା ଜୋରିମାନା କରାଯାଇଛି । ଭିମସାରର ବର୍ଜ୍ୟବସ୍ତୁ ପରିଚାଳନାର ସ୍ଥିତି ପରଖିବା ପାଇଁ ବିଗତ ଦିନରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ଟିମ୍ ଭିମସାର ପରିଦର୍ଶନ କରିଥିଲା । ଏହି ସମୟରେ ସବୁକିଛି ଠିକ୍ ଠାକ୍ ନଥିବା ଦେଖିବାକୁ ପାଇଥିଲେ । ଯାହାଫଳରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ବର୍ଜ୍ୟବସ୍ତୁ ପରିଚାଳନାର ମାନଦଣ୍ଡ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଭିମସାର ତାହା ପୂରଣ ନକରିବାରୁ ଶେଷରେ ୧୧ ଲକ୍ଷ ୨୨ ହଜାର ଟଙ୍କା ଫାଇନ କରାଯାଇଛି । ୧୫ ଦିନ ମଧ୍ୟରେ ଅର୍ଥରାଶି ଜମା କରିବାକୁ ନିର୍ଦ୍ଦେଶ ରହିଛି । ନଚେତ୍ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି…

Read More

ଭାରତରେ ୬୦ପ୍ରତିଶତ ଲୋକ କାର୍ଯ୍ୟଭାର କାରଣରୁ ଅତ୍ୟନ୍ତ ଥକ୍କା ଏବଂ ଚିନ୍ତାରେ ରହିଥାନ୍ତି। ପୂର୍ବରୁ ୨୦୧୯ର ଏକ ରିପୋର୍ଟରୁ ଜଣାପଡ଼ିଥିଲା ଯେ ମୁମ୍ବାଇ ବିଶ୍ୱର ସବୁଠାରୁ ପରିଶ୍ରମୀ ସହର। ସେହିପରି ରାଜଧାନୀ ଦିଲ୍ଲୀ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ତାଲିକାରେ ହାନୋଇ ଓ ମେକ୍ସିକୋ ସିଟି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଏହାସହିତ ଭାରତୀୟମାନେ ସର୍ବନିମ୍ନ ଛୁଟି ନେଉଥିବା ମଧ୍ୟ ଜଣାପଡ଼ିଛି।ତେବେ ବିଶେଷଜ୍ଞଙ୍କ ମତରେ ଭାରତରେ ଏକ ଘଣ୍ଟା କାମ କରିବା ଦ୍ୱାରା ଜିଡିପିରେ ୮ଡଲାର (ପାଖାପାଖି ୬୫୦ଟଙ୍କା) ଯୋଗଦାନ ରହିଛି। ଏଭଳି ପରିସ୍ଥିତିରେ ଲୋକମାନେ ଉତ୍ପାଦନଶୀଳ ହେଲେ ହିଁ ଦୀର୍ଘ ସମୟ ଧରି କାମ କରି ଟଙ୍କା ରୋଜଗାର କରିପାରିବେ। ଦୀର୍ଘ ସମୟ କାମ କରିବା ଦ୍ୱାରା ଉତ୍ପାଦକତା କମିଯାଏ।

Read More

ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ସରକାର। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦର ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ନେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି। ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମିର ନିର୍ଦ୍ଦେଶକ ସହିତ ୨୦୨୩ ଡିସେମ୍ବର ୩୧ରେ ସେ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଥିଲେ।ଏହି ପଦବୀରେ ତାଙ୍କୁ ଆଗାମୀ ୬ ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ୧୯୯୦ ବ୍ୟ‌ାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ପୁଲିସର ସ୍ବତନ୍ତ୍ର ଡିଜି ପାହ୍ୟାର ଅଧିକାରୀ ଅରୁଣ ଷଡ଼ଙ୍ଗୀ ନୂଆବର୍ଷରେ କାର୍ଯ୍ୟକାରୀ ପୁଲିସ ଡିଜି ଭାବେ ଦାୟିତ୍ବ ନେଇଥିଲେ। ସେ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜି ସୁନୀଲ ବଂଶଲଙ୍କଠାରୁ ଦାୟିତ୍ବଗ୍ରହଣ କରିଥିଲେ।

Read More

ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ୧୫୦୦ ରୁ ଅଧିକ ପ୍ରାଧ୍ୟାପକ ପଦ ଶୀଘ୍ର ପୂରଣ ହେବ ବୋଲି ଶୁକ୍ରବାର ଦିନ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି। ଶୁକ୍ରବାର ଖାଲିଥିବା ପଦବୀ ଉପରେ ଆଲୋଚନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଥିଲା।ଏହି ବୈଠକରେ ଶିକ୍ଷାବିତ୍, ପୂର୍ବତନ କୁଳପତି, ୟୁଜିସି ସଦସ୍ୟ ସାମିଲ ହୋଇଥିଲେ।ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଖୁବ୍ ଶୀଘ୍ର ପଦବୀ ପୂରଣ ପାଇଁ ବୈଠକ‌ରେ ନିଷ୍ପତ୍ତି ହୋଇଛି। ସରକାର କିମ୍ବା ପ୍ରଶାସନ ନୁହେଁ, ଶିକ୍ଷକ ନିଯୁକ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ଶିକ୍ଷାବିତ୍ ।“ଆଲୋଚନାରୁ ବାହାରିଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଶିକ୍ଷକ ନିଯୁକ୍ତିରେ ଶିକ୍ଷାବିତ୍ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଆଇନଗତ ବାଧାବିଘ୍ନ ହଟାଯିବା ମାତ୍ରେ ଆମେ ଖାଲି ପଦବୀରେ ପ୍ରାଧ୍ୟାପକନିଯୁକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବୁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି।

Read More

ସମାଜରେ ଉଭୟ ଆସ୍ତିକ ନାସ୍ତିକ ଅଛନ୍ତି । ଉପରୋକ୍ତ ଶୁଭ ମୂହୁର୍ତ୍ତ ଦିନ ବାର ତିଥି ନକ୍ଷତ୍ର ରୀତିନୀତି କୁଳପରମ୍ପରାର କିଛିବି ର ମୂଲ୍ୟ ନଥାଏ ଯଦି ତୁମେ ଜଣେ ନାସ୍ତିକ । ଆଉ, ଯେବେ ତୁମେ ଜଣେ ନାସ୍ତିକ, ତେବେ ତୁମର ବିଶ୍ୱାସ କେବଳ ତର୍କରେ ଅଛି, କାହାରି କଥାରେ ନୁହେଁ କି ଲିଖିତ ଶାସ୍ତ୍ରରେ ବି ନୁହେଁ ଏବଂ ତର୍କ କେବେ ବିଶ୍ଵାସ ରଖିବା ଜାଣେ ନାହିଁ । ଯଦି ତୁମେ ଜଣେ ବିଶ୍ଵାସୀ, ତେବେ ତୁମେ ବିଶ୍ୱାସ କର ଯେ ସବୁକିଛି ଭଗବାନଙ୍କ ଦ୍ୱାରା ସୃଷ୍ଟି । ଏହାର ଅର୍ଥ ସମୟ ମଧ୍ୟ ଭଗବାନଙ୍କ ଦ୍ୱାରା ସୃଷ୍ଟି ହୋଇଛି । ଏପରି ବିଚାରରେ ସମସ୍ତ ମଙ୍ଗଳ କର୍ମ ପାଇଁ ସବୁ ସମୟ ଶୁଭ ହୋଇଥାଏ । ଅନେକ କ୍ଷେତ୍ରରେ ପାଣିଗ୍ରହଣର ନିର୍ଦ୍ଦିଷ୍ଟ ମୂହୁର୍ତ୍ତର ଅନୁପାଳନ ସମ୍ଭବ ହୋଇନଥାଏ । ପାଞ୍ଜିର ମତ ଭିନ୍ନତାରୁ କାଳ ନିର୍ଣ୍ଣୟ ମଧ୍ୟ…

Read More

ଆଲବମ୍ ଅଭିନେତ୍ରୀ ରୁକ୍‌ସାନା ବାନୋ ମୃତ୍ୟୁ ଘଟଣାରେ କବର ଖୋଳି ଶବ ବାହାର କରିବା ପାଇଁ ମନା କଲେ ପରିବାର ଲୋକେ । କବରସ୍ଥାନରେ ହଙ୍ଗାମା କଲେ ରୁକ୍‌ସାନାଙ୍କ ମା’ । ପୋଲିସକୁ ଗାଳି କରିବା ସହ କବର ଖୋଳିଲେ ପୋଲିସ ବିରୋଧରେ କେସ୍ କରିବେ ବୋଲି ଅଭିନେତ୍ରୀଙ୍କ ମା’ କହିଛନ୍ତି । ସଦର ଥାନା ଏବଂ ଟାଉନ ଥାନା ପୋଲିସ ତାଙ୍କ ମା’ଙ୍କୁ ବୁଝାଇବାରେ ଅସଫଳ ହେବାପରେ ଫେରିଆସିଥିଲେ | ସୂଚନାମୁତାବକ ବଲାଙ୍ଗୀରରେ ଆଲବମ୍‌ ଶୁଟିଂ ସମୟରେ ରୁକ୍‌ସାନାଙ୍କୁ ଖାଇବା ପାଇଁ ଖାଦ୍ୟ ଓ ପିଇବା ପାଇଁ ଦିଆଯାଇଥିବା ଜୁସ୍‌ରେ ସ୍ଲୋ ପଏଜନ ଦିଆଯାଇ ହତ୍ୟା କରାଯାଇଥିବା ଓ ଏଥିରେ ସମ୍ବଲପୁରୀ ଗାୟକ ରୁକ୍‌ସାନା ଓ ତାଙ୍କ ୨ ସହଯୋଗୀଙ୍କ ହାତ ରହିଥିବା ଅଭିଯୋଗ ଆଣି ତାଙ୍କ ନାମରେ ଗତ ସୋମବାର ସନ୍ଧ୍ୟାରେ ରୁକ୍‌ସାନାଙ୍କ ମା’ ସାହିଦା ବେଗମ ଭବାନୀପାଟଣା ଟାଉନ ଥାନାରେ ଏକ ୮ ପୃଷ୍ଠା ବିଶିଷ୍ଟ ଲିଖିତ…

Read More

ୟୁରିନାରୀ ଟ୍ରାକ୍ଟ ଇନଫେକ୍ସ (UTI), ବ୍ଲଡ୍ ଇନଫେକ୍ସନ, ନିମୋନିଆ ଏବଂ ଟାଇଫଏଡ ଭଳି ରୋଗ ଉପରେ ସାଧାରଣ ପ୍ରକାର ଆଣ୍ଟିବାୟୋଟିକ୍ କାମ୍ କରୁନାହିଁ। ଏହି ରୋଗ ସୃଷ୍ଟି କରାଉଥିବା ବ୍ୟାକ୍ଟେରିଆଗୁଡ଼ିକ ଉପରେ ସାଧାରଣ ଆଣ୍ଟିବାୟୋଟିକ୍‌ଗୁଡ଼ିକ କୌଣସି ପ୍ରତିକ୍ରିୟା ପକାଉ ନ ଥିବା ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) କହିଛି। ତେବେ ୨୦୨୩ ଜାନୁଆରୀରୁ ଡିସେମ୍ବର ୩୧ ମଧ୍ୟରେ ସାରା ଦେଶର ହସ୍ପିଟାଲ ଓ କ୍ଲିନିକ୍‌ଗୁଡ଼ିକରୁ ସଂଗୃହୀତ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ବିଭିନ୍ନ ବ୍ୟାକ୍ଟେରିଆ ବିରୋଧରେ ଆଣ୍ଟିବାୟୋଟିକ୍‌ଗୁଡ଼ିକର ପରୀକ୍ଷା କରାଯାଇଥିଲା। କୃଷି କ୍ଷେତ୍ରରେ କ୍ରିଟିକାଲ ଆଣ୍ଟିବାୟୋଟିକର ଅପବ୍ୟବହାର କାରଣରୁ ମାନବ ଶରୀରରେ ପ୍ରତିରୋଧତା କ୍ଷମତା ହ୍ରାସ ପାଉଛି। ଫଳରେ ଆଣ୍ଟିବାୟୋଟିକ କାମ କରୁନାହିଁ। ତେଣୁ ମାନବ ଏବଂ ପ୍ରାଣୀ ସ୍ୱାସ୍ଥ୍ୟ ଉପରେ ଅତ୍ୟାବଶ୍ୟକ ଆଣ୍ଟିବାୟୋଟିକ୍ସର ପ୍ରଭାବକୁ ବଳବତ୍ତର ରଖିବା ପାଇଁ ଦୃଢ ପଦକ୍ଷେପ ଆବଶ୍ୟକ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି।ସାରା ଦେଶରେ ଆଣ୍ଟିବାୟୋଟିକ୍‌ ପ୍ରତିରୋଧ ସମସ୍ୟା ବଢ଼ିବାରେ…

Read More

ଘରେ ବୁଢିଆଣୀ ଜାଲ ରହିବା ଦ୍ୱାରା ଘରେ ଆଦୌ ଶାନ୍ତି ରହିନଥାଏ । ମା’ଲକ୍ଷ୍ମୀ ଘରେ ବାସ କରନ୍ତି ନାହିଁ । କେବଳ ଧନ ଖର୍ଚ୍ଚ ହୋଇଥାଏ । କରଜ ଲାଗି ରହିଥାଏ । ଏହାସହ ବୁଢିଆଣାୀ ଜାଲ ରହିଲେ ପରିବାର ସଦସ୍ୟ ବାରମ୍ବାର ରୋଗଗ୍ରସ୍ତ ହୋଇ ଥାଆନ୍ତି।ମାନସିକ ଅଶାନ୍ତି ବୃଦ୍ଧି ପାଇଥାଏ । ଠାକୁର ଘରେ ବୁଢିଆଣୀ ଜାଲ ରହିବା ଦ୍ୱାରା ର୍ଦୁଭାଗ୍ୟ ଆସିଥାଏ । ରୋଷେଇ ଘରେ ଏହା ରହିଲେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥାଏ।ଘରର କୋଣରେ, ବିଭିନ୍ନ କକ୍ଷରେ କାନ୍ଥରେ ବୁଢିଆଣୀ ଜାଲ ନିଶ୍ଚୟ ଦେଖିଥିବେ । ଏହା ରହିବା ଦ୍ୱାରା ଆଦୌ ଧନ ସଞ୍ଚୟ ହୋଇ ପାରିନଥାଏ । ଟଙ୍କା ପାଣି ଭଳି ଖର୍ଚ୍ଚ ହୋଇଥାଏ ।

Read More

ଆଖି ବିଶେଷଜ୍ଞଙ୍କ ଅନୁସାରେ ଚିନ୍ତା, ଆଖି ଉପରେ ଅଧିକ ପ୍ରଭାବ, ଅଧିକ କାଫିନ୍‌ର ସେବନ, କିଛି ସ୍ୱତନ୍ତ୍ର ଔଷଧ, ଆଖିର ଶୁଷ୍କପଣ ପାଇଁ ଆଖି ଡେଇଁଥାଏ । ଏହାସହ ଭିଟାମିନ୍‌ ବି ୧୨ର ଅଭାବରୁ ମଧ୍ୟ ଆଖି ଡେଇଁଥାଏ । ଭିଟାମିନ୍‌ ବି ୧୨ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଆବଶ୍ୟକ । ଏହାର ଅଭାବରୁ ଶରୀରରେ ବିଭିନ୍ନ ସମସ୍ୟା ଆରମ୍ଭ ହୋଇଥାଏ । ଆଖି ଡେଇଁବାର ମୁଖ୍ୟ କାରଣ ଭିଟାମିନ୍‌ର ଅଭାବ ହୋଇପାରେ । ଭିଟାମିନ୍‌ର ଅଭାବ ହେବା ଦ୍ୱାରା ଶରୀର ଉପରେ ଅନେକ ପ୍ରଭାବ ପଡିଥାଏ । ତା’ମଧ୍ୟରୁ ଗୋଟିଏ ହେଉଛି ଆଖି ଡେଇଁବା।ଆଖି ଡେଇଁବାରୁ ରକ୍ଷା ପାଇବା ପାଇଁ ସଠିକ୍‌ ମାତ୍ରାରେ ଶୁଅନ୍ତୁ । କାଫିନ୍‌, ନିଶା ଜିନିଷର ସେବନ କରନ୍ତୁ ନାହିଁ । ଚିନ୍ତାରୁ ଦୂରେଇ ରହିବା ସହ ଆଖି ପାଇଁ କିଛି ବ୍ୟାୟାମ କରନ୍ତୁ । ଏହାସହ ଭିଟାମିନ୍‌ ବି ୧୨ ଥିବା ଖାଦ୍ୟକୁ ଭରପୁର…

Read More

ଖାଇଲାବେଳେ ଖାଦ୍ୟ ଥାଳିରେ ଯେଉଁ ଲୁଣ ଦିଆଯାଇଥାଏ, ତାହାକୁ ତଳେ ପକାଇଲେ କିମ୍ବା ହାତରେ ଲାଗିଥିବା ଲୁଣକୁ ଲୁଗାରେ ପୋଛିଲେ ବି ଘରେ ଅଶାନ୍ତି ଲାଗି ରହିବା ସହିତ କରଜ ବଢିଥାଏ। ତେଣୁ ଏହି ଲୁଣକୁ ତଳେ ନ ଫୋପାଡି ବରଂ ପାଣିରେ ଧୋଇଦେବେ।ଠାକୁର ପୂଜା କରିବା ସମୟରେ ସକାଳେ ହେଉ ଅବା ସନ୍ଧ୍ୟାରେ ଥରୁଟିଏ ହେଉ ନା କାହିଁକି ଠାକୁରଙ୍କ ପାଖେ ଝୁଣା ଧୂପ କିମ୍ବା କର୍ପୁର ଆଳତି କଲେ ପ୍ରଭୂକୃପା ମିଳିବା ସହିତ ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ଜ୍ୟୋର୍ତିବଦ୍‌ମାନେ ମତ ଦେଇଥାନ୍ତି।ସେହିପରି ଘରେ ବ୍ୟବହୃତ ହେଉଥିବା ପାଣି ଟ୍ୟାପ୍‌କୁ ବନ୍ଦ କରିବା ସତ୍ତ୍ୱେ ଯଦି ସେଥିରୁ ପାଣି ଝରୁଥାଏ, ତା’ହେଲେ ବି ଘରେ ଅଭାବ ଅନଟନ ଦେଖାଯିବା ସହ ଅମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ତେଣୁ ପାଣି ଲିକ୍‌ କରୁଥିବା ଏହି ଟ୍ୟାପ୍‌କୁ ତୁରନ୍ତ ଠିକ୍‌ କରିଦେବା ଦରକାର।ଅନ୍ୟପକ୍ଷେ ଶ୍ରୀଯନ୍ତ୍ର କିମ୍ବା ନାଲି କପଡ଼ାରେ…

Read More