Author: Madhulekha

ଭରତପୁର ଥାନା ବିବାଦ ମାମଲାରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନିଲମ୍ବିତ ଆଇଆଇସି। ଅନ୍ୟ ଅଭିଯୁକ୍ତ ପୋଲିସ ମାନେବି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ। ଅଭିଯୁକ୍ତ ମାନଙ୍କ ପକ୍ଷରୁ ଆଗୁଆ ଜାମିନ ପାଇଁ ଆବେଦନ କରାଯାଇଛି।ଅପରପକ୍ଷେ, ମାମଲାରେ ଆଜି ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱର ସର୍କିଟ ହାଉସରେ ସୋମବାର ପ୍ରଥମ ବୈଠକ ବସିଥିଲା। ହାଇକୋର୍ଟର ପୂର୍ବତନ ବିଚାରପତି ତଥା ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ପୁଲିସ ଡିଜି, ଗୃହ ବିଭାଗ ଏସିଏସ୍‌‌, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଉପସ୍ଥିତ ରହିଥିଲେ। ଘଟଣାକୁ ନେଇ ସତ୍ୟପାଠ ଆହ୍ୱାନ କରାଯିବ ବୋଲି କମିଶନ ସଚିବ ଗଣମାଧ୍ୟମକୁ କହିଛନ୍ତି।

Read More

ଆଗକୁ ଛତୁଆ ବଦଳରେ ମାଣ୍ଡିଆ ଦେବା ପାଇଁ ଚିନ୍ତା କରୁଛି ବିଭାଗ । ସବୁଆଡେ ଛତୁଆ ନୁହଁ, ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ, ପିଲାଙ୍କୁ ଖାଦ୍ୟ ଦିଆଯିବ ।ଖାସ କରି ଖରାପ ଛତୁଆ ବିଭାଗ ପାଇଁ ସାଜିଛି ମୁଣ୍ଡବ୍ୟଥାର କାରଣ । ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି । ପୃଷ୍ଟିକର ଛତୁଆ କେମିତି ତିଆରି ହେବ । ସେନେଇ ବିଭାଗ ଆଲୋଚନା କରୁଛି । ଅପପୃଷ୍ଟି ମୁକ୍ତ ଓଡିଶା ଗଠନ କରିବାକୁ ବିଭାଗ ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Read More

ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା କେବେ ଆସିବ ତାକୁ ନେଇ ମହିଳାଙ୍କ ମନରେ ଲାଗି ରହିଥିଲା ଆଶା ଆଶଙ୍କା। ଏହି ଦ୍ୱନ୍ଦ୍ୱ ଦୂର ହୋଇଛି। ଅକ୍ଟୋବର ୯ ତାରିଖରେ ମିଳିବ ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା।ଗତ ରବିବାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି |ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ କିସ୍ତିରେ ୨୫ଲକ୍ଷ ୧୧ହଜାର ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ। ଏବେ ଦ୍ବିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ପ୍ରାୟ ୪୦ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ କରିବେ। ମାର୍ଚ୍ଚ ୮ ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଟଙ୍କା ପ୍ରଦାନ କରାଯିବ। ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସରେ ଦ୍ବିତୀୟ କିସ୍ତି ପ୍ରଦାନ କରାଯିବ।

Read More

ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ସହାୟତା କରିବା ପାଇଁ କେନ୍ଦ୍ର ସରକାର ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତାକୁ ସଂଶୋଧନ କରି ସର୍ବନିମ୍ନ ମଜୁରୀ ହାର ବୃଦ୍ଧି କରିଛନ୍ତି। । ନିର୍ମାଣ କାମ, ପରିବହନରେ ନିୟୋଜିତ ହେଉଥିବା ଶ୍ରମିକ, ପରିମଳ ବିଭାଗ, ଖଣି ଓ କୃଷିକ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ଲାଗୁ ହେବ ଏହି ନୂଆ ନିୟମ । କୁଶଳି, ଅଣକୁଶଳୀ, ଅର୍ଦ୍ଧକୁଶଳୀ ଓ ଅତିକୁଶଳୀ ଶ୍ରମିକଙ୍କୁ ମିଳିବ ଏହି ବର୍ଦ୍ଧିତ ମଜୁରୀ । ଅଣକୁଶଳୀ ପାଇଁ ଦୈନିକ ୭୮୩ ଟଙ୍କା (ମାସିକ ୨୦,୩୫୮ ଟଙ୍କା), ଅର୍ଦ୍ଧକୁଶଳୀ ପାଇଁ ୮୬୮ ଟଙ୍କା (ମାସିକ ୨୨,୫୬୮ ଟଙ୍କା), ଦକ୍ଷ କ୍ଲରିକାଲ ଏବଂ ୱାଚ୍ ଆଣ୍ଡ ୱାର୍ଡ ପାଇଁ ଦୈନିକ ୯୫୪ ଟଙ୍କା (ମାସିକ ୨୪,୮୦୪ ଟଙ୍କା) ଏବଂ ଉଚ୍ଚ କୁଶଳୀ ପାଇଁ ଦୈନିକ ୧୦୩୫ ଟଙ୍କା ଅର୍ଥାତ୍ ମାସିକ ୨୬,୯୧୦ ଟଙ୍କା ଧାର୍ଯ୍ୟ କରାଯାଇଛି।

Read More

ଅଖ୍ୟାତ ପଲ୍ଲୀରୁ ବିକ୍ଷାତ ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ର ଗୋବିନ୍ଦପୁର ଗାଁର ରାମଜିତ ଟୁଡ଼ୁ । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ କି ବାତରେ ପ୍ରଶଂସା କରିଛନ୍ତି । କାରଣ ସେ ଆଜି ସାନ୍ତାଳୀ ଭାଷାକୁ ଡିଜିଟାଲ ପ୍ଲାଟଫର୍ମରେ ଅପଲୋଡ୍ କରି ସାରା ବିଶ୍ଵରେ ପରିଚିତ କରାଇଛନ୍ତି । ୩ ଅକ୍ଟୋବରକୁ ମନ କି ବାତ କାର୍ଯ୍ୟକ୍ରମକୁ ୧୦ ବର୍ଷ ପୂରଣ ହେବାକୁ ଯାଉଛି। ସେ କହିଛନ୍ତି ସାନ୍ତାଳୀ ଭାଷା ପାଇଁ ମୟୁରଭଞ୍ଜ ଯୁବକଙ୍କର ଅନେକ ଅବଦାନ ରହିଛି। ନିଜ ମାତୃଭାଷା ପାଇଁ ରାମ୍‌ଜିତ୍ ଟୁଡୁ ଗୌରବ ଆଣିଛନ୍ତି। ରାମଜିତ୍ ସାନ୍ତାଳୀ ଭାଷାକୁ ଡିଜିଟାଲାଇଜେସନ୍ କରି ପାରିଛନ୍ତି। ତାଙ୍କ ଉଦ୍ୟମ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସାନ୍ତାଳୀ ଭାଷା ପହଞ୍ଚି ପାରିଛି। ରାମଜିତଙ୍କ ପାଇଁ ସାନ୍ତାଳୀ ଭାଷା ପଢ଼ିବା ସହ ଲେଖାଯାଇ ପାରୁଛି ।ଉଲ୍ଲେଖଯୋଗ୍ୟ ଯେ, ରାମଜିତ ଯୁକ୍ତ ୨ ପାଠ ପଢ଼ିବା ପରେ ଡିପ୍ଲୋମା କରୁଥିବା ବେଳେ…

Read More

ରାଜ୍ୟରେ ଏବେ ଲଘୁଚାପଜନିତ ମୌସୁମୀ ବର୍ଷା ଜାରି ରହିଛି। ଅକ୍ଟୋବର ୬ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ମୁହାଁ ହୋଇ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ବର୍ଷା କରାଇବା ସମ୍ଭାବନା ରହିଛି। ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିବା ସମ୍ଭାବନା ନାହିଁ। ଅନ୍ୟପଟେ ସେହି ୬ତାରିଖରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଥାଇଲାଣ୍ଡ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପୂର୍ବ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି।ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ; କିନ୍ତୁ କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ।

Read More

ଦୁର୍ଗାପୂଜା ସମୟରେ ଭାରତକୁ ୩ ହଜାର ଟନ ଇଲିସି ମାଛ ରପ୍ତାନୀ ହେବ ବୋଲି ବାଂଲାଦେଶ ଅନ୍ତରୀଣ ସରକାର ଶନିବାର ଘୋଷଣା କରିଛନ୍ତି। ଏ ନେଇ ସରକାର ତାଙ୍କ ପୂର୍ବ ନିଷ୍ପତ୍ତିକୁ ସଂଶୋଧନ କରିଛନ୍ତି।ଫଳରେ ବାଂଲାଦେଶରୁ ଏଣିକି ଭାରତକୁ ୩୦୦୦ ଟନ୍‌ ଇଲିଶି ରପ୍ତାନି କରାଯିବ ବୋଲି ଜଣାପଡିଛି। ବାଂଲାଦେଶ ଇଲିସି ଉତ୍ପାଦନରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର। ତେବେ ସ୍ଥାନୀୟ ଚାହିଦା ଅଧିକ ରହୁଥିବାରୁ ସେ ମାଛ ରପ୍ତାନୀ ଉପରେ କଟକଣା ଲାଗୁ କରେ। ତେବେ ଭାରତରେ ଦୁର୍ଗାପୂଜା କାଳରେ ଏହି ମାଛ ରପ୍ତାନୀ କଟକଣା କୋହଳ କରିଥାଏ, ଯାହା ବେଙ୍ଗଲୀଙ୍କ ଏକ ପସନ୍ଦର ଆମିଷ ବ୍ୟଞ୍ଜନ।

Read More

ଚନ୍ଦ୍ରୟାନ-୩ ମିଶନର ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ୧୬୦ କି.ମି. ଓସାରର ଏକ ପୁରାତନ ଗର୍ତ୍ତ ଠାବ କରିଛି। ଚନ୍ଦ୍ର ଦକ୍ଷିଣ ମେରୁ ଐତ୍‌କେନ ବେସିନ୍‌ଠାରୁ ପ୍ରାୟ ୩୫୦ କି.ମି. ଦୂରରେ ଏହି ଗର୍ତ୍ତ ରହିଛି। ‘ଇଣ୍ଡିଆ ଟୁଡେ’ ରିପୋର୍ଟ ଅନୁସାରେ ରୋଭର ବର୍ତ୍ତମାନ ଆକାଶୀୟ ପିଣ୍ଡର ଦକ୍ଷିଣ ମେରୁରେ ଚନ୍ଦ୍ର ପୃଷ୍ଠର ସନ୍ଧାନ କରୁଛି।ନୂଆ ଗର୍ତ୍ତ୧୬୦ କିଲୋମିଟର ଚଉଡା। ଦକ୍ଷିଣ ମେରୁର ଏଟକେନ ବେସିନ ଚନ୍ଦ୍ରପୃଷ୍ଠରେ ପାଖାପାଖି ୧,୪୦୦ ମିଟର ଧ୍ୱଂସସ୍ତୁପ ଜମା କରିଛି,ଯେତେବେଳେ ଛୋଟ ବେସିନ ଓ ଗର୍ତ୍ତରେ ଶହଶହ ମିଟର ସାମଗ୍ରୀ ଯୋଡି ହୋଇଛି। ୨୦୨୩ ଅଗଷ୍ଟ ୨୩ରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ୍‌ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା। ଏହା ପରେ ଉକ୍ତ ମିଶନ ସେଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ଜାରି ରଖିଛି।

Read More

ରବିବାର ରାଜ୍ୟ ସରକାର ଆଇପିଏସ ସ୍ତରରେ ଆମୂଳଚୂଳ ପରିବର୍ତ୍ତନ କରିଛନ୍ତି। ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ତଥା ଅନେକ ଜିଲାର ଆରକ୍ଷୀ ଅଧ୍ୟକ୍ଷ(ଏସ୍‌ପି) ଙ୍କୁ ମଧ୍ୟ ପରିବର୍ତ୍ତନ କରିଛନ୍ତି।ବଦଳିଛନ୍ତି କଟକ-ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା। ସଞ୍ଜୀବ ପଣ୍ଡା ଏଡିଜି ଟ୍ରେନିଂ, BPSPA ନିର୍ଦ୍ଦେଶକ ହୋଇଛନ୍ତି। ସୁରେଶ ଦେବଦତ୍ତ ସିଂ କଟକ-ଭୁବନେଶ୍ୱରର ନୂଆ କମିଶନର ହୋଇଛନ୍ତି। ସେହିପରି ଉମା ଶଙ୍କର ଦାସଙ୍କୁ ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି। ନିକଟରେ ଭଦ୍ରକ ଜିଲାରେ ଦେଖା ଦେଇଥିବା ହିଂସା ପରେ ବରୁଣ ଗୁଣ୍ଠୁପଲ୍ଲୀଙ୍କୁ ମୟୁରଭଞ୍ଜ ଏସପି ଭାବେ ବଦଳି କରାଯାଇଥିବା ବେଳେ ମଡକର ସନ୍ଦୀପ ସମ୍ପଦଙ୍କୁ ଭଦ୍ରକର ନୂତନ ଏସପି ଭାବେ ନିଯୁକ୍ତ କରାଯାଇଛି। ସେହିପରି ଏ.କେ ରୟଙ୍କୁ ଜେଲ୍ ବିଭାଗ ଡିଜି ଦାୟିତ୍ୱ ଦିଆଯାଇଛି। ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ADGP ଆଧୁନିକୀକରଣ ଦାୟିତ୍ୱ ଦିଆଯାଇଛି। ଆର୍‌ପି କୋଚେ ନୂଆ ଗୁଇନ୍ଦା ନିର୍ଦ୍ଦେଶକ ହୋଇଛନ୍ତି। ଗୃହ…

Read More

ଏଥର ଦୁର୍ଗାପୂଜାରେ ଡିଜେ, ମଦ ଓ ପ୍ଲାଷ୍ଟିକ୍ ମୁକ୍ତ ଦୁର୍ଗାପୂଜାକୁ ଗୁରୁତ୍ୱ ଦିଆଯାଇଛି । ତା ସହିତ ପୂଜା କମିଟି ମଧ୍ୟ ବଟି ମାଗିଲେ ବନ୍ଧା ହେବେ |ପୂଜାକୁ ମଦମୁକ୍ତ ଓ ପ୍ଲାଷ୍ଟିକ ମୁକ୍ତ କରିବାକୁ ଦିଆଯାଇଛି ପରାମର୍ଶ । ପୂଜା କମିଟି ଓ ପୋଲିସ ବୈଠକରେ ଏ ନିଷ୍ପତ୍ତି ହୋଇଛି । କିଛି ଦିନ ପୂର୍ବରୁ କଟକରେ ମଧ୍ୟ ଦଶହରାରେ ଡିଜେ ବ୍ୟାନ କରାଯାଇଥିଲା ।ସୂଚନାଯୋଗ୍ୟ ଯେ, ଆଜିଠୁ ଆରମ୍ଭ ହୋଇଛି ମା’ଙ୍କର ଷୋଳ ପୂଜା । ଭୁବନେଶ୍ୱରରେ ଏଥର ଲୋକେ ଦେଖିବେ ୧୭୧ଟି ମୃଣ୍ମୟୀ ମୂର୍ତ୍ତି । ପୂର୍ବବର୍ଷ ଭଳି ଧୁମଧାମରେ ଦଶହରା ପାଳନ ହେବ ତାହାକୁ ନେଇ ଅଣ୍ଟା ଭିଡ଼ିଛି ପ୍ରଶାସନ। ଟ୍ରାଫିକ, ଲ ଆଣ୍ଡ ଅର୍ଡର, ପୋଲିସ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ । ସେହିପରି ବିନା କେମିକାଲ ଓ ବିନା ପ୍ଲାଷ୍ଟିକରେ ମୂର୍ତ୍ତି ନିର୍ମାଣ କରିବାକୁ ଅନେକ ପୂଜା କମିଟି କହିଛନ୍ତି ।

Read More

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବେଳେ ଏଥର ଦେୟ ଦେବାକୁ ପଡ଼ିପାରେ। କୋଭିଡ୍‌ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ କୌଣସି ଦେୟ ଦେବାକୁ ପଡୁ ନ ଥିଲା। ୨୦୨୦ ପରଠୁ ବନ୍ଦ ଥିବା ପରୀକ୍ଷା ଫି’ ଚଳିତ ବର୍ଷଠୁ ପୁଣି ଆରମ୍ଭ ହେବ ବୋଲି ବୋର୍ଡ ସୂତ୍ରରୁ ଏକ ସୂଚନା ମିଳିଛି।ଫି’ ବୃଦ୍ଧି ପାଇଁ ବୋର୍ଡ କର୍ତ୍ତୃପକ୍ଷ ସରକାରଙ୍କ ଅନୁମତି ଲୋଡ଼ିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବୋର୍ଡ କର୍ତ୍ତୃପକ୍ଷ ମାଟ୍ରିକ ପରୀକ୍ଷା ଫି’ ବୃଦ୍ଧି ନେଇ ନିଷ୍ପଭି ନେଇପାନ୍ତି ବୋଲି ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି। ଅନ୍ୟପଟେ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲା ମାଧ୍ୟମିକ ଶିକ୍ଷା ପରିଷଦ (BSE)। ଷାଣ୍ମାସିକ ପରୀକ୍ଷା କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲା ବୋର୍ଡ। ତେବେ ଗତ ବର୍ଷ ଭଳି ଏଥର ପ୍ରଶ୍ନପତ୍ର ବୋର୍ଡ ଯୋଗାଇବ ନାହିଁ। ସ୍କୁଲ କର୍ତ୍ତୃପକ୍ଷ ନିଜସ୍ୱ ପ୍ରଶ୍ନପତ୍ର ପ୍ରସ୍ତୁତ…

Read More

ଡ୍ୟୁଟି ଛାଡ଼ି ଅଣ ପୋଲିସ କାର୍ଯ୍ୟରେ ମାତିଛନ୍ତି କିଛି ଅଧିକାରୀ। ଖଣି ଓ ଶିଳ୍ପାଞ୍ଚଳରେ ପରିବହନ କାର୍ଯ୍ୟରେ ପୋଲିସ କରୁଛନ୍ତି ସହାୟତା। ଶିଳ୍ପ ଅଂଚଳରେ ଖଣି ମାଫିଆ ଓ ବ୍ୟବସାୟୀଙ୍କ ହାତବାରିସୀ ସାଜି ବିଭିନ୍ନ ପ୍ରକାରର ଅଣପୁଲିସ କାର୍ଯ୍ୟ(ଖଣିଜ ସାମଗ୍ରୀ ପରିବହନ)ରେ ଜଡ଼ିତ ଫିଲଡ୍ ଷ୍ଟାଫ(ପୁଲିସ ଅଫିସର ଓ କର୍ମଚାରୀ)ଙ୍କୁ ତୁରନ୍ତ ଏଥିରୁ ବିରତ ରହିବାକୁ ପୁଲିସ ମୁଖାଳୟରୁ ନିର୍ଦ୍ଦେଶ ଜାରି ହୋଇଛି । ଆଉ ଏଭଳି ଗତିବିଧିରେ ସମ୍ପୃକ୍ତ ଥିବା ଜଣାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ୍ କରାଯାଇଛି । ସବୁ ପୁଲିସ ଏସପି, ଡିଆଇଜି,ଆଇଜି ଓ ପୁଲିସ କମିଶନରଙ୍କୁ ଚିଠି ଲେଖି ରାଜ୍ୟ ପୁଲିସ ମୁଖ୍ୟାଳୟ(ଆଇନଶୃଙ୍ଖଳା ଅତିରିକ୍ତ ଡିଜି) ଅବଗତ କରାଇଛି |

Read More