Author: Madhulekha

ପିଏମ ଜନମନ ଯୋଜନାରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିଲୋମିଟର ରାସ୍ତାର ଶିଳାନ୍ୟାସ କରିବେ ବୋଲି ସୂଚନା ରହିଛି। ୨ ଅକ୍ଟୋବରରେ ଝାଡଖଣ୍ଡର ହଜାରୀବାଗ୍ ରୁ ଦେଶର ବିଭିନ୍ନ ରାଜ୍ୟକୁ ୮୩ ହଜାର ୩୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ। ଜନଜାତି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମର ଲଞ୍ଚ କରିବେ।ଦେବଗଡ, ଗଜପତି, ମୋହନା, ରାୟଗଡା, ବାଲିଗୁଡା, ମାଲକାନଗିରି , ଗୁଣୁପର ଏବଂ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଗମନାଗମନର ସୁବିଧା ପାଇଁ ରାସ୍ତା ନିର୍ମାଣ ହେବ। ଏହାସହ ଆଦିବାସୀ ଅଞ୍ଚଳରେ ଅନେକ ଗୁଡିଏ ଲୋକାଭିମୁଖୀ କାର୍ଯ୍ୟର ଶିଳାନ୍ୟାସ କରିବେ ବୋଲି ଜଣାପଡିଛି।

Read More

ଅକ୍ଟୋବର ୫ ତାରିଖ ସୁଦ୍ଧା କଟକ ଓ ଭୁବନେଶ୍ୱର ସହରର ସମସ୍ତ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ ହେବ । ଏ ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।ଦୁର୍ଗାପୂଜା ଆଉ ଅଳ୍ପଦିନ ଥିବାରୁ ଖୁବଶୀଘ୍ର ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଆଗାମୀ ଦିନରେ ପ୍ରତ୍ୟେକ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ବିଭାଗ ପକ୍ଷରୁ ତଦାରଖ କମିଟି ଯାଂଚ କରିବ । ନିମ୍ନମାନର କାର୍ଯ୍ୟ ପାଇଁ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ କହିଛନ୍ତି। । ନିର୍ମାଣ କାର୍ଯ୍ୟରେ କୌଣସି ପ୍ରକାର ଜନଅସନ୍ତୋଷକୁ ବରଦାସ୍ତ କରାଯିବ ନାହିଁ । ତେଣୁ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସଜାଗ ହୋଇ ତ୍ୱରିତ ବେଗରେ କାର୍ଯ୍ୟ ଆଗେଇ ନେବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Read More

ଭୁବନେଶ୍ଵର-କଟକ କମିଶନରେଟ ପୁଲିସର କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ଅଧିକାରୀ ସୁରେଶ ଦେବଦତ୍ତ ସିଂହ।ଖବର ଅନୁଯାୟୀ, ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍‌ ସ୍ତରରେ ଅଦଳବଦଳ ହୋଇଥିଲା । ଯେଉଁଥିରେ କଟକ-ଭୁବନେଶ୍ୱରର କମିଶନର ଥିବା ସଞ୍ଜୀବ ପଣ୍ଡାଙ୍କ ବଦଳି କରାଯାଇଥିଲା । ତାଙ୍କ ବଦଳରେ ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ୍‌ ସୁରେଶ ଦେବଦତ୍ତ ସିଂହଙ୍କୁ ଦାୟିତ୍ୱ ଦିଆଯାଇଥିଲା । ରବିବାର ବଦଳି ହେବା ପରେ ସୋମବାର ଦିନ ଅପରାହ୍ନ ସମୟରେ ଟ୍ୱିନ୍‌ ସିଟିର ନୂତନ କମିଶନର ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ଆଇପିଏସ୍‌ ସୁରେଶ ଦେବଦତ୍ତ ସିଂହ । ତେବେ ସିଂହଙ୍କ ପ୍ରତିକ୍ରିୟା କହିଛନ୍ତି ଯେ ପୋଲିସ ଏକା ସାଙ୍ଗରେ କଠୋର ଓ ନରମ ଆଭିମୁଖ୍ୟ ଗ୍ରହଣ କରିବ। ଅପରାଧୀଙ୍କ ପ୍ରତି କଠୋର, ଲୋକଙ୍କ ପ୍ରତି ନରମ ମନୋଭାବ ରହିବ ବପଲ୍ଲୀ କହିଛନ୍ତି

Read More

ହବିଷ୍ୟାଳିଙ୍କ ସୁବିଧା ପାଇଁ ତଥା କାର୍ତ୍ତିକ ବ୍ରତ ପାଇଁ ପୁରୀରେ ଚଳିତ ବର୍ଷଠୁ ଆରମ୍ଭ ହେବ ନୂଆ ବ୍ୟବସ୍ଥା । ଚଳିତ ବର୍ଷ କାର୍ତ୍ତିକ ବ୍ରତ ପାଳନ ପାଇଁ ପୁରୀରେ ସମ୍ପୂର୍ଣ୍ଣ ମାଗଣାରେ ହବିଷ୍ୟାଳୀ ମାଆମାନଙ୍କୁ ରଖିବା ପାଇଁ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ ହେବ। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଅନୁମତି ମିଳିବା ପରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର ୧୮ ତାରିଖରୁ ହବିଷ୍ୟାଳୀ ଶିବିର ଆରମ୍ଭ ହେବ। ଚଳିତ ୨୫୦୦ ହବିଷ୍ୟାଳୀ ମାଆମାନଙ୍କୁ ସ୍ବତନ୍ତ୍ର ହବିଷ୍ୟାଳୀ ଶିବିରରେ ରଖାଯିବ। ସେହିପରି ଚଳିତବର୍ଷ ଅଧିକ ହବିଷ୍ୟାଳୀ ମାଆମାନଙ୍କୁ ସାମିଲ କରିବା ପାଇଁ ସରକାରଙ୍କ ଲକ୍ଷ ରହିଛି। ହବିଷ୍ୟାଳୀ ଶିବିରରେ ପ୍ରାଥମିକ ସ୍ବାସ୍ଥ୍ୟ ସେବା, ସୁରକ୍ଷା ପାଇଁ ପୋଲିସ ମୁତୟନ ସହ ଅଗ୍ନିଶମ ବାହିନୀକୁ ମଧ୍ୟ ମୁତୟନ କରାଯିବ। ପାଲା, ଦାସ କାଠିଆ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ। କାର୍ତ୍ତିକ…

Read More

ପଶ୍ଚିମବଙ୍ଗ ରାଜଧାନୀ କଲକାତା ସହରର ରାସ୍ତାରୁ ୧୫୦ ବର୍ଷ ପୁରୁଣା ଟ୍ରାମ୍‌ ବ୍ୟବସ୍ଥାକୁ ହଟାଇ ଦିଆଯିବ । ସାଂପ୍ରତିକ ସମୟରେ ଲୋକେ ତ୍ବରିତ ବେଗରେ ଯାତାୟାତ ବ୍ୟବସ୍ଥାକୁ ଅଧିକ ପସନ୍ଦ କରୁଛନ୍ତିି। ଟ୍ରାମ୍‌ଗୁଡିକ ଅତ୍ୟନ୍ତ ଧିମାବେଗରେ ଯାଉଥିବାରୁ ଏହା ଅନେକ ସମୟରେ ରାସ୍ତା ଜାମ୍‌ କରୁଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ ସ୍ନେହାଶିଷ ଚକ୍ରବର୍ତ୍ତୀ କହିଛନ୍ତି। ସୂଚନାଯୋଗ୍ୟ ବ୍ରିଟିଶ ଶାସନ ଅମଳରେ ୧୮୭୩ ଫେବୃଆରୀ ୨୪ରେ ପ୍ରଥମେ ଟ୍ରାମ୍‌ ସେବା ପ୍ରଚଳନ କରାଯାଇଥିଲା। କଲକାତା ବ୍ୟତୀତ ଊନବିଂଶ ଶତାବ୍ଦୀରେ ପାଟନା, ଚେନ୍ନଇ, ନାସିକ ଓ ମୁମ୍ବଇ ଭଳି ସହରରେ ଟ୍ରାମ୍‌ ସେବାର ପ୍ରଚଳନ କରାଯାଇଥିଲା। ପରବର୍ତ୍ତୀ ସମୟରେ କେବଳ କଲକାତାକୁ ବାଦଦେଇ ଅନ୍ୟ ସବୁ ସହରରୁ ଏହି ବ୍ୟବସ୍ଥା ହଟାଇ ଦିଆଯାଇଥିଲା।କିନ୍ତୁ ଵାର୍ତାମାନ ଏହାର ଧିମା ଗତି ଯୋଗୁଁ ବନ୍ଦ କରି ଦିଆଯିବ |

Read More

ବିହାରର ସିକନ୍ଦରା ଜିଲ୍ଲାରେ ମିଥିଲେଶ କୁମାର ନାମକ ଜଣେ ଯୁବକ 10ମ ଶ୍ରେଣୀ ପରିକ୍ଷା ପାସ୍ କରିଥିବା ସତ୍ୱେ ବିହାର ପୋଲିସର ଏକ ନକଲି IPS ଅଫିସର ଭାବେ ପରିଚିତ ହୋଇଥିଲେ। ମିଥିଲେଶଙ୍କୁ ଏହି ନକଲି ଅଫିସରର ଭୂମିକାରେ ପହଞ୍ଚେଇବା ପାଇଁ ମନୋଜ ସିଂହ ନାମକ ଠକେଇକାରି ଜଣେ 2 ଲକ୍ଷ ଟଙ୍କା ଦାବି କରିଥିଲେ। ଏହି ଟଙ୍କା ଦେଇ, ମିଥିଲେଶ ନିଜ ଗାଁକୁ ଯାଇ ନକଲି ବର୍ଦ୍ଧି ଧରି ପ୍ରଥମେ ନିଜ ମାକୁ ନୂତନ ଚାକିରିର ଖବର ଦେଲେ। ଗାଁର ଲୋକମାନେ ମିଥିଲେଶଙ୍କୁ ଦେଖି ଖୁସି ହେଲେ କିନ୍ତୁ ଏହି ଖୁସି ବହୁତ୍ ଦିନ ରହି ନଥିଲା।ମିଥିଲେଶଙ୍କ କହିବା ଅନୁସାରେ, ମନୋଜ ସିଂହ 2 ଲକ୍ଷ ଟଙ୍କା ନେଇ ସେମାନଙ୍କୁ ଏକ ନକଲି ବର୍ଦ୍ଧି ଏବଂ ଧୋକା ଭରା ପିସ୍ତୋଲ ଦେଇ IPS ଅଫିସର କରିଥିଲେ। ଦୁଇ ଦିନ ପରେ, ମିଥିଲେଶଙ୍କୁ ସିକନ୍ଦରା ଚୌକରେ ପୋଲିସ ଧରିଲା। ମିଥିଲେଶଙ୍କ କଥା…

Read More

କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଳକର ଆଦିବାସୀ ଅଧୁଷିତ ତଥା ମାଓ ପ୍ରବଣ ଅଞ୍ଚଳ ଭାବେ ପରଚିତ ଦୁର୍ଗାପଙ୍ଗା ପଂଚାୟତରେ ଦେଖିବାକୁ ମିଳିଛି ଏହିଭଳି ଏକ ଘଟଣା l ଉକ୍ତ ପଞ୍ଚାୟତ ଅନ୍ତର୍ଗତ କାଣିବାରୁ ଓ ସିନ୍ଧିବାଲି ଆଦି ଗ୍ରାମରେ ଅଖାଦ୍ୟ ଖାଇ ପ୍ରାୟ ୧୫ ରୁ ଊର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମାନଙ୍କୁ କୋଟଗଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ଖବର ମିଳିଛି। ତେବେ କାଣିବାରୁ ଓ ସିନ୍ଧିବାଲି ଗ୍ରାମକୁ ଯାତାୟତ ପାଇଁ ରାସ୍ତାନଥିବା ଯୋଗୁଁଁ ରୋଗୀ ମାନଙ୍କୁ ଡ଼ାକ୍ତରଖାନା ଆଣିବାରେ ନାହିଁ ନଥିବା ସମସ୍ୟା ଉପୁଜିଥିବାର ଦେଖାଯାଇଛି। ଦୁଇ ଦିନରେ ଉକ୍ତ ଗ୍ରାମ ମାନଙ୍କର ପ୍ରାୟ ୨୦ଜଣଙ୍କର ବିଭିନ୍ନ ପ୍ରକାର ଚିକିତ୍ସା କରାଯାଇଥିବା ବେଳେ ବର୍ତ୍ତମାନ କୋଟଗଡ଼଼ ଡ଼ାକ୍ତରଖାନାରେ ୮ ଜଣ ଓ ଗ୍ରାମରେ ଅନ୍ୟ ମାନେ ଚିକିତ୍ସିତ ହେଉଥିବାର ଜଣାଯାଇଛି। ରାସ୍ତାନଥିବା ଯୋଗୁଁଁ…

Read More

କାନପୁରର ଗ୍ରୀନପାର୍କରେ ଭାରତ ଓ ବାଂଲାଦେଶ ମଧରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟ ମ୍ୟାଚ ବେଶ ରୋଚକ ସ୍ଥିତିରେ ରହିଛି। ଲଗାତାର ଦୁଇ ଦିନ ବର୍ଷାରେ ଧୋଇଯିବା ପରେ ସୋମବାର ଚତୁର୍ଥ ଦିନର ଖେଳ ସମ୍ଭବ ହୋଇଥିଲା। ଭାରତ ଟି୨୦ ଫର୍ମାଟର ନୀର୍ଭିକ କ୍ରିକେଟ ଖେଳିଥିବା ବେଳେ ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ ବାଂଲାଦେଶ ହାତରେ ୮ ଉଇକେଟ ରହିଥିବା ବେଳେ ଏହା ୨୬ ରନ୍‌ ପଛରେ ରହିଛି। ଭାରତ ୯ ଉଇକେଟ ହରାଇ ୨୮୫ ରନ୍‌ କରିଥିବା ବେଳେ ଦଳ ଇନିଂସ ଘୋଷଣା କରିଥିଲା। ୫୨ ରନ୍‌ ପଛରେ ରହିଥିବା ବାଂଲାଦେଶ ଦ୍ୱିତୀୟ ଇନିଂସ ସତର୍କତାର ସହ ଆରମ୍ଭ କରିଥିଲା। ୧୮ ଓଭର ଖେଳ ବାକି ରହିଥିବା ବେଳେ ଖରାପ ଆଲୋକ କାରଣରୁ ୧୧ ଓଭରର ଖେଳ ହୋଇପାରିଥିଲା। ତେବେ ତୃତୀୟ ଦିନର ଅସମାପ୍ତ ସ୍କୋର ୧୦୭/୩ରୁ ଖେଳ ଆରମ୍ଭ କରିଥିଲା ବାଂଲାଦେଶ।

Read More

କୋଲ୍‌ ଇଣ୍ଡିଆ ଅଫିସ ସାମ୍ନାରେ ପ୍ରତିବାଦ ଘଟଣାରେ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ ମିଳିଲା ଆଗୁଆ ଜାମିନ। ଆଗୁଆ ଜାମିନ ମଞ୍ଜୁର କଲେ ହାଇକୋର୍ଟ। ଗତ ୨୧ତାରିଖରେ ଝାରସୁଗୁଡ଼ାର ତେଲକୋଳେଇ ଥାନା ଅଞ୍ଚଳରେ ଥିବା କୋଲ ଇଣ୍ଡିଆ ଅଫିସ ସାମ୍ନାରେ ପ୍ରତିବାଦ ଧାରଣା ଘଟଣାରେ ଦାୟର ମାମଲାରେ ଦୀପାଳିଙ୍କୁ ମିଳିଛି ସର୍ତ୍ତମୂଳକ ଆଗୁଆ ଜାମିନ। ୩ ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ହାଜର ହୋଇ ଜାମିନରେ ଯାଇପାରିବେ।

Read More

କଟକର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ଜଣେ ରୋଗୀଙ୍କ ସଂପର୍କୀୟଙ୍କଠାରୁ ୫ ହଜାର ଟଙ୍କା ନେଇ ୬ ୟୁନିଟ ଭୁଲ ପ୍ଲାଟେଲେଟ୍ ଯୋଗାଇଥିବା ଅଭିଯୋଗରେ ଜଣେ ଦଲାଲକୁ ପୁଲିସ ଗିରଫ କରିଛି। ଗିରଫ ଦଲାଲଙ୍କ ଠାରୁ ୬ ପ୍ୟାକେଟ ବ୍ଲଡ ପ୍ଲେଟଲେଟ ଜବତ କରିଛି ପୁଲିସ।କଟକ ମହାନଦୀ ବିହାରରେ ଥିବା ଏକ ଘରୋଇ ହସ୍ପିଟାଲରେ ଜଣେ ରୋଗୀଙ୍କ AB ନେଗେଟିଭ ପ୍ଲେଟଲେଟ ଆବଶ୍ୟକ ଥିଲା। ସେଥିପାଇଁ ତାଙ୍କ ସମ୍ପର୍କୀୟମାନେ ବିଡ଼ାନାସୀ ଅଞ୍ଚଳରେ ଭଡ଼ାରେ ରହୁଥିବା ବାପି ଓରଫ ଅଜୟ କୁମାର ନାୟକଙ୍କୁ ବ୍ଲଡ ପ୍ଲେଟଲେଟ ପାଇଁ କହିଥିଲେ। ୬ଟି ପ୍ଲେଟଲେଟକୁ ୬୦୦୦ ଟଙ୍କା ନେବେ ବୋଲି କହିଥିଲେ ଅଜୟ। ପରେ ରୋଗୀଙ୍କ ସଂପର୍କୀୟ ଏ ନେଇ ପଚାରିବାରୁ ପ୍ୟାକେଟ ଉପର ଲେଖାକୁ କଟାକଟି କରି ନେଗେଟିଭ୍‌ ଲେଖିଦେଇ ରୋଗୀଙ୍କ ସଂପର୍କୀୟଙ୍କୁ ଦେଇଥିଲେ। ଅଭିପୋଗ ପାଇବା ପରେ ପୁଲିସ ଅନୁସନ୍ଧାନ କରି ଅଭିଯୁକ୍ତ ଦଲାଲକୁ ଗିରଫ କରିବା ସହ ୬ ୟୁନିଟ ପ୍ଲାଟେଲେଟ୍…

Read More

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନ ବିଭାଗ ୧ ଟନ୍ (୧୦୦୦ କେଜି) କଇଁଛ ଜବତ କରିଛି। ଏହା ସହିତ ୨ ଜଣଙ୍କୁ ଗିରଫ କରିଛି। ତେବେ ଚାଲାଣ ବେଳେ ଓଡିଶା-ଆନ୍ଧ୍ର ସୀମାନ୍ତ ରାଜୁଲୁକୋଣ୍ଡା ନିକଟରେ ଧରିଲା ବନ ବିଭାଗ । ଆନ୍ଧ୍ର ପ୍ରଦେଶର ନମ୍ବର ଥିବା ଏହି ପିକ୍‌ ଅପ୍ ଭ୍ୟାନ୍‌ଟିକୁ ଯାଞ୍ଚ କରାଯିବା ବେଳେ ସେଥିରେ କଇଁଛ ଥିବା ଜଣାପଡ଼ିଥିଲା। ମୋଟ ୩୫ଟି ବସ୍ତାରେ କଇଁଛଗୁଡ଼ିକୁ ରଖାଯାଇଥିଲା। ଏସବୁ କଇଁଛକୁ ଏକ ପିକ୍‌ଅପ୍ ଯୋଗେ ଆନ୍ଧ୍ରରୁ ଓଡ଼ିଶା କାଲିମେଳା- ୭୯ ଗାଁକୁ ଚୋରା ଚାଲାଣ କରାଯାଉଥିଲା। ଏସବୁ କଇଁଛକୁ ଗାଡ଼ିରେ ସୋଲ, ପେଟି ଓ ଅଖାରେ ଭର୍ତ୍ତି କରି ଚାଲାଣ କରାଯାଉଥିଲା।

Read More

ସୁନୀତାଙ୍କୁ ଫେରାଇ ଆଣିବାକୁ କ୍ରିଉ-୯ ମିଶନ ପହଞ୍ଚିଲା ମହାକାଶ ସେଣ୍ଟରରେ । ଇଣ୍ଟରନ୍ୟାଶନାଲ ସ୍ପେସ୍‌ ସେଣ୍ଟରରୁ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ବୁଚ୍‌ ଓ୍ବିଲ୍‌ମୋରଙ୍କୁ ଫେରାଇ ଆଣିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଆସନ୍ତା ବର୍ଷ ଫେବୃଆରୀରେ ହେଗ୍‌ ଓ ଗୋର୍ବୁନୋଭଙ୍କ ସହ ସୁନୀତା ଓ ବୁଚ୍‌ ମଧ୍ୟ ଡ୍ରାଗନ୍‌ କ୍ୟାପସୁଲ ଯୋଗେ ପୃଥିବୀ ଫେରି ଆସିବେ। ଏହା ସହ କ୍ରିଉ-୯ ମିଶନ ଶେଷ ହେବ ବୋଲି ନାସା ସୂଚନା ଦେଇଛି। ତେବେ ଗତ ଜୁନ ୬ରେ ବୋଇଂ ଷ୍ଟାରଲାଇନର୍‌ କ୍ୟାପସୁଲ ଯୋଗେ ଉଭୟ ସୁନୀତା ଓ ବୁଚ୍‌ ଆଇଏସଏସରେ ପହଞ୍ଚିଥିଲେ। ତେବେ ଷ୍ଟାରଲାଇନରରେ ହିଲିୟମ ଲିକ୍‌ ହେବା ଯୋଗୁ ଏଥିରେ ଉଭୟ ମହାକାଶଚାରୀଙ୍କୁ ପୃଥିବୀ ଫେରାଇ ଆଣିବାକୁ ନାସା ନିରାପଦ ମଣି ନ ଥିଲା। ତେଣୁ ଗତ ୬ରେ କୌଣସି କ୍ରିଉ ସଦସ୍ୟଙ୍କ ବିନା ଷ୍ଟାରଲାଇନର୍‌ ପୃଥିବୀ ଫେରି ଆସିଥିଲା।

Read More