ଏମିତି ବି ଆସେ ମୃତ୍ୟୁ । ପୁରୀ ଜିଲ୍ଲାର ଟାଉନ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଗାଁ ଦାଣ୍ଡରେ ବୁଲି ବୁଲି ମୁଢ଼ି ବିକୁଥିବା ବେଳେ ହଠାତ୍ ଗାଡ଼ି ଉପରେ ଟଳି ପଡ଼ିଲେ ଜଣେ ବ୍ୟବସାୟୀ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଢେଙ୍କାନାଳର ଶୁକଦେବ ବେହେରା(୪୬)। ସେ ପୁରୀର କମୁଟିପାଟଣା ଠାରେ ରହୁଥିଲେ। ଗତ ଗୁରୁବାର ଶୁକଦେବ ବୁଲି ବୁଲି ମୁଢ଼ି ବିକ୍ରି କରୁଥିଲେ। ଗଚ୍ଛକାଳୀ ଛକ ନିକଟରେ ହଠାତ୍ ସେ ତାଙ୍କର ଗାଡ଼ି ଉପରେ ମୁହଁମାଡ଼ି ନିସ୍ତେଜ ହୋଇ ପଡ଼ିଯାଇଥିଲେ। ପୁଲିସ ଓ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃତଘାତ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।
Author: Madhulekha
କଟକରେ ନୂତନ ସିପି ଡକ୍ଟର ସୁରେଶ ଦେବଦତ୍ତ ସିଂହ ସେ ଆଜି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କଲେ ବୈଠକ । ପାର୍ବଣ ସମେତ ଆଇନଶୃଙ୍ଖଳା ନେଇ ଆଲୋଚନା କରିଛନ୍ତି। ଏହି ସମୟରେ ଗାଦିମଡ଼ା ପୋଲିସ ଅଧିକାରୀଙ୍କୁ ସେ କଡ଼ା ଚେତାବନୀ ଦେଇଛନ୍ତି। ଆଉ ସେ କହିଛନ୍ତି, ଅଭିଯୋଗକାରୀ ଥାନାର ଅତିଥି, ଉତ୍ତମ ବ୍ୟବହାର କର। ଦିନ ହେଉ କି ରାତି ତୁରନ୍ତ ଅଭିଯୋଗ ଶୁଣିବାକୁ କମିଶନର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।ଅପରାଧୀ ମାନଙ୍କୁ ପୋଲିସ କମିଶନର ଚେତାବନୀ ଦେଇଛନ୍ତି । ଅପରାଧ ଛାଡ଼ିଥିବା ବ୍ୟକ୍ତି ଅପରାଧ ନକରି ମୁଖ୍ୟ ସ୍ରୋତକୁ ଫେରିବାକୁ ଆହ୍ବାନ ଦେଇଛନ୍ତି । ମୁଖ୍ୟ ସ୍ରୋତକୁ ଫେରିଲେ ତାଙ୍କୁ ମିଳିବ କମିଶନରେଟ୍ ପୋଲିସ ସହାୟତା ସହ ସରକାରୀ ସୁବିଧା I ଅଭ୍ୟାସ ଗତ ଅପରାଧୀ ଅପରାଧ ଛାଡନ୍ତୁ I ନଚେତ୍ ଭୟଙ୍କର ସ୍ଥିତି ହେବ ।
ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସାଉଥ୍ ସୁପରଷ୍ଟାର ରଜନୀକାନ୍ତ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି। ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ସୋମବାର ବିଳମ୍ବିତ ରାତିରେ ତାଙ୍କୁ ଚେନ୍ନାଇର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ରଜନୀକାନ୍ତ ଅସୁସ୍ଥ ହେବା ଖବର ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ପ୍ରଶଂସକ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୀଘ୍ର ଆରୋଗ୍ୟ ହେବା ପାଇଁ କାମନା କରିଛନ୍ତି।ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ଚେନ୍ନାଇ ପୋଲିସ କହିଛି ଯେ ପେଟରେ ଯନ୍ତ୍ରଣା ହେତୁ ତାଙ୍କୁ ଚେନ୍ନାଇର ଆପୋଲୋ ଗ୍ରିମସ ରୋଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥି ସହିତ ତାଙ୍କ ପତ୍ନୀ ମିଡିଆରେ ସୁପରଷ୍ଟାରଙ୍କ ସ୍ବାସ୍ଥ୍ୟ ଅପଡେଟ ଦେଇଛନ୍ତି। ରଜନୀକାନ୍ତଙ୍କ ପତ୍ନୀ ଲତା କେବଳ କହିଛନ୍ତି ଯେ ବର୍ତ୍ତମାନ ସବୁ ଠିକ ଅଛି।
ଲାଇସେନ୍ସ କରାଇ ଦେବା ପାଇଁ ଲାଞ୍ଚ ନେବାବେଳେ ଫୁଡ୍ ସେଫ୍ଟି ଅଫିସରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। କେନ୍ଦ୍ରାପଡାର ଫୁଡ୍ ସେଫ୍ଟି ଅଫିସର ବିଭାଷ ମଜୁମଦାର ଭିଲାଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କ ପାଖରୁ ୫ ହଜାର ଲାଞ୍ଚ ଟଙ୍କା ଜବତ କରିଛି। ଗତ ଜୁଲାଇ ୩୦ ତାରିଖରେ ଖାଦ୍ୟ ନିରାପତ୍ତା ଅଧିକାରୀ ଶ୍ରୀନିବାସ ମଜୁମଦାର କେନ୍ଦ୍ରାପଡ଼ା-କଟକ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଜଣେ ବ୍ୟବସାୟୀଙ୍କ ଦୋକାନରେ ଅଚାନକ ଚଢାଉ କରିଥିଲେ । ଦୋକାନ ପାଇଁ ଲାଇସେନ୍ସ ଆବେଦନ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପରେ ସମ୍ପୃକ୍ତ ଦୋକାନୀ ଜଣକ ଗତ ଅଗଷ୍ଟ ୮ ତାରିଖରେ ଲାଇସେନ୍ସ ପାଇଁ ଆବେଦନ କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କୁ କୌଣସି ଲାଇସେନ୍ସ ପ୍ରଦାନ କରାଯାଇ ନ ଥିଲା । ତେଣୁ ସେ ଖାଦ୍ୟ ସୁରକ୍ଷା ଅଧିକାରୀ ମଜୁମଦାରଙ୍କୁ ଭେଟି ତାଙ୍କ ଲାଇସେନ୍ସ ପ୍ରକ୍ରିୟାକରଣ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ସଞ୍ଜୟ ଫୁଡ୍…
ଭଦ୍ରକ ଜିଲ୍ଲା ଧାମନଗରରେ ପୁଲିସ ଡିଜି ୱାଇ.ବି ଖୁରାନିଆ ସ୍ଥିତିର ସମୀକ୍ଷା କରିଛନ୍ତି। ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଧାମନଗର ଥାନାରେ ଆଲୋଚନା କରିଛନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିବା ପରେ ସୋଶାଲ ମିଡିଆରେ ହେଉଥିବା ମିଥ୍ୟା ଅପପ୍ରଚାର ଓ ଗୁଜବଠୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି। ଅଯଥା କମେଣ୍ଟ କରନ୍ତୁ ନାହିଁ, ସାଧାରଣ ଲୋକ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ ପୁଲିସ ଉଦ୍ୟମ ଜାରି ରଖିଛି। ସ୍ଥିତିରେ ନିଶ୍ଚିତ ସୁଧାର ଆସିବ ବୋଲି ଡିଜିପି କହିଛନ୍ତି। ଘଟଣାକୁ ୪ଦିନ ପରେ ବି ଚାପା ଉତ୍ତେଜନା ଥିବାରୁ ୧୬୩ଧାରା ବଳବତ୍ତର ରହିଛି। ଘଟଣାରେ ଏଯାବତ ୨୭ଜଣଙ୍କୁ ଗିରଫ କରିଛି ପୁଲିସ। ଭଦ୍ରକ ରୁ ୧୦ ଜଣ ଏବଂ ଧାମନଗର ଥାନାରୁ ୧୭ଜଣଙ୍କୁ ଗିରଫ କରାଯାଇଛି। ପୂର୍ବଭଳି ପୁରୁଣା ବଜାର ଓ ଧାମନଗରର ବିଜ୍ଞାପିତ ଅଞ୍ଚଳ ଏବଂ ଦୋବଲ ଏହାର ଆଖପାଖ…
କଟକରେ ପାର୍ବଣ ପାଇଁ କଟକଣା ଜାରି କଲେ ଜିଲ୍ଲାପାଳ। ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଡିଜେ, ଏଲଇଡି ଲାଇଟ୍, ଫାୟାର ଗନ୍ ବାରଣ କରାଯାଇଛି। ଏହା ସହିତ ପୂଜା ପେଣ୍ଡାଲ, ଭସାଣ ଶୋଭାଯାତ୍ରା ଏବଂ ବାଲିଯାତ୍ରାରେ ଏସବୁର ବ୍ୟବହାରକୁ ମନା କରାଯାଇଛି ।କଟକର ସବୁ ଥାନା ଅଧିକାରୀଙ୍କୁ ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶନାମାର ଉଲ୍ଲଂଘନ କଲେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ କହିଛନ୍ତି। ତେବେ ପାର୍ବଣ ଓ ବାଲିଯାତ୍ରାରେ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇବାକୁ ବାରଣ କରାଯାଇଛି। ୬୫ ଡେସିବଲରୁ ଅଧିକ ଶବ୍ଦ କରୁଥିବା ସାଉଣ୍ଡ ସିଷ୍ଟମକୁ ମଧ୍ୟ ବାରଣ କରାଯାଇଛି।
ଜଣେ ଓଲିଉଡ୍ ହିରୋଙ୍କୁ ନକ୍ସଲ ଅପହରଣ କରିବାକୁ ଯୋଜନା କରୁଥିବା ଆଶଙ୍କା ପ୍ରକାଶ କରିଛି ଓଡ଼ିଶା ପୁଲିସର ଗୁଇନ୍ଦା ବିଭାଗ। ଏନେଇ ଜିଲ୍ଲା ପୁଲିସକୁ ସତର୍କ କରାଇଛି। ସୁରକ୍ଷା ଦୃଷ୍ଟିରୁ ଆଲର୍ଟ ରହିବା ସହ ଆବଶ୍ୟକ ପଦକ୍ଷେପ ନେବା ଲାଗି ଜିଲ୍ଲା ପୁଲିସକୁ ସତର୍କ କରାଯାଇଛି। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ଅଞ୍ଚଳରେ ଏକ ଓଡ଼ିଆ ଫିଲ୍ମର ସୁଟିଂ ଚାଲିଛି। ଦୁର୍ଗମ ଗାଁ ଗୁଡିକରେ ଏହି ଓଡ଼ିଆ ଫିଲ୍ମର ସୁଟିଂ ଚାଲିଥିବା ବେଳେ କଳାକାର ଓ ଅନ୍ୟମାନେ ନିକଟରେ ରହୁଛନ୍ତି। ନାମୀଦାମୀ ପ୍ରଯୋଜକ ଓ ଜଣାଶୁଣା ଓଲିଉଡ ଷ୍ଟାର ସେଠାରେ ରହୁଛନ୍ତି। ନକ୍ସଲମାନେ ଏହି ଫିଲ୍ମର ଷ୍ଟାର କଳାକାରଙ୍କୁ ଅପହରଣ କରିବାକୁ ଯୋଜନା କରୁଥିବା ଆଶଙ୍କା କରାଯାଇଛି। ତେବେ ଏ ନେଇ ପୁଲିସ କିମ୍ବା ସମ୍ପୃକ୍ତ ଓଡ଼ିଆ ଫିଲ୍ମ ଟିମ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।ଉଲ୍ଲେଖଯୋଗ୍ୟ, ଖପ୍ରାଖୋଲ ବ୍ଲକ ନକ୍ସଲ ପ୍ରଭାବିତ ଅଞ୍ଚଳ ଭାବେ ଜଣାଶୁଣା। ଗତ କିଛି…
ରାଜ୍ୟରେ ପ୍ରାୟ ୧୧ ଜିଲାର କେତେକ ସ୍ଥାନରେ ଘଡଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏହିସବୁ ଜିଲାଗୁଡ଼ିକ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବରଗଡ଼ ଆଦି ରହିଛି। ଏନେଇ ସମ୍ପୃକ୍ତ ଜିଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।ତେବେ ଓଡ଼ିଶାରେ ଅକ୍ଟୋବର ୧୫ ପୂର୍ବରୁ ମୌସୁମି ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା କମ୍। ସ୍ବାଭାବିକ ଭାବେ ଅକ୍ଟୋବର ୧୨ରୁ ୧୫ ମଧ୍ୟରେ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଥାଏ; କିନ୍ତୁ ଚଳିତ ବର୍ଷ ୧୫ତାରିଖ ପୂର୍ବରୁ ମୌସୁମୀ ଫେରିବା ନେଇ କୌଣସି ସ୍ପଷ୍ଟ ସଙ୍କେତ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ଜୁନ୍ ପହିଲାରୁ ସେପ୍ଟେମ୍ବର ୩୦ ସୁଦ୍ଧା ରାଜ୍ୟରେ ସ୍ବାଭାବିକ ବର୍ଷା ୧୧୫୦.୨ମି.ମି. ହେବା କଥା, କିନ୍ତୁ ୧୦୯୨ମି.ମି. ବର୍ଷା ରେକର୍ଡ ହୋଇଛି; ଯାହାକି ସ୍ବାଭାବିକରୁ ୫ପ୍ରତିଶତ ନିଅଣ୍ଟ। ଏହି ସମୟ ମଧ୍ୟରେ…
ବଲିଉଡର ବର୍ଷିଆନ୍ ଅଭିନେତା ଗୋବିନ୍ଦା ଆହତ। ତାଙ୍କ ଦେହରେ ବାଜିଛି ଗୁଳି। ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି।ରିପୋର୍ଟ ଅନୁଯାୟୀ ଲାଇସେନ୍ସପ୍ରାପ୍ତ ପିସ୍ତଲ ସଫା କରୁଥିବାବେଳେ ହଠାତ୍ ଆଣ୍ଠୁରେ ଗୁଳି ବାଜିଥିଲା। ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।ଜଣେ ପୋଲିସ ଅଧିକାରୀ କହିଛନ୍ତି, ଅଭିନେତା ଏନେଇ କୌଣସି ଅଭିଯୋଗ ଦାଖଲ କରିନାହାଁନ୍ତି। ପୂରା ଘଟଣାର ତଦନ୍ତ ଜାରି ରହିଛି। ସେପଟେ ଗୋବିନ୍ଦାଙ୍କୁ ଗୁଳି ବାଜିଥିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ମାନେ ଚିନ୍ତିିତ ହୋଇପଡିଛନ୍ତି। ଖୁବ୍ ଶୀଘ୍ର ସେ ସୁସ୍ଥ ହେବା ନେଇ ସେମାନେ ପ୍ରାର୍ଥନା କରୁଛନ୍ତି।
ବିକ୍ରି ହେବ ଅର୍ପଣ ଚାଉଳ। କ୍ୱିଣ୍ଟାଲ କି ଦୁଇ କ୍ୱିଣ୍ଟାଲ ନୁହେଁ ପ୍ରାୟ ୧୦ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ବିକ୍ରି କରାଯିବ।ସ୍ପଟ୍ ଭିଜିଟ୍ କରି ଟେଣ୍ଡର ମାଧ୍ୟମରେ କୌଣସି ବ୍ୟକ୍ତି ବିଶେଷ କିମ୍ବା ମିଲର ଅର୍ପଣ ଚାଉଳକୁ କିଣିପାରିବେ। ଏଥିରୁ ଯେଉଁ ଟଙ୍କା ମିଳିବ, ତାକୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ। ଆହୁରି ମଧ୍ୟ ପୁରୀ ଜିଲ୍ଲାପାଳ କହିଛନ୍ତି ମହାପ୍ରସାଦ ପ୍ରସ୍ତୁତ ଲାଗି ଯାହା ଯୋଗ୍ୟ ଥିଲା , ତାକୁ ବ୍ୟବହାର କରାଯାଇଛି। ବଳକା ଚାଉଳ ମହାପ୍ରସାଦ ପ୍ରସ୍ତୁତ ଲାଗି ଅନୁପଯୁକ୍ତ ବୋଲି ସୁଆର ମହାସୁଆର ନିଯୋଗ ସ୍ପଷ୍ଟ କରିଛି। ତେଣୁ ବଳକା ଚାଉଳକୁ କ’ଣ କରାଯିବ ବୋଲି ସେ ନେଇ ଆଲୋଚନା କରାଯାଇ ଏକ ପ୍ରସ୍ତାବ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପଠା ଯାଇଥିଲା। ସରକାର ଏହା ଉପରେ ପୁଙ୍ଖାନୁପୁଙ୍ଖ ବିଚାର କରି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସବୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ…
ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ମୋଦୀ ଚାଷୀଙ୍କ ଆକାଉଣ୍ଟକୁ ଯୋଜନାର ୧୮ତମ କିସ୍ତି ପଠାଇବେ। ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ପଠାଯିବ ମୋଟ୍ ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା। ମହାରାଷ୍ଟ୍ରରୁ ସିଧାସଳଖ ଚାଷୀଙ୍କ ଆକାଉଣ୍ଟ ମୋଦୀ ଟଙ୍କା ପଠାଇବେ ବୋଲି ସୂଚନା ମିଳିଛି।ପୂର୍ବରୁ ଜୁନ ୧୮ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା।ପିଏମ-କିଷାନ ଯୋଜନାରେ କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରାଯାଏ। ପେବୃଆରୀ ୨୦୧୯ରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ଡିବିଟି ଜରିଆରେ ଚାଷୀଙ୍କ ଆଧାର ସହ ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ୩ଟି କିସ୍ତିରେ ୬ହଜାର ଟଙ୍କା ପ୍ରଦାନ କରାଯାଏ।
ପୂର୍ବରୁ ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଥିଲେ। ଆଜି ଗ୍ୟାସର ମୂଲ୍ୟ ୪୮.୫୦ଟଙ୍କା ବୃଦ୍ଧି ପାଇଛି। କେବଳ ୧୯କେଜି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପାଇଁ କରାଯାଇଛି, ବାଣିଜି୍ୟକ ବା କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୭୪୦ ଟଙ୍କା ହୋଇଛି। ଏଠାରେ ବାଣିଜି୍ୟକ ସିଲିଣ୍ଡରର ମୂଲ୍ୟ ୪୮.୫୦ ଟଙ୍କା ବୃଦ୍ଧି ପାଇଛି । ଏହାପୂର୍ବରୁ ଏଠାରେ ୧୯ କିଲୋଗ୍ରାମ ସିଲିଣ୍ଡର ୧୬୯୧.୫୦ ଟଙ୍କାରେ ଉପଲବ୍ଧ ଥିଲା।ସେହିପରି ବର୍ଦ୍ଧିତ ଦର ଲାଗୁ ହେବା ପରେ ମୁମ୍ବାଇରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ଦର ୧୬୯୨.୫୦ ଟଙ୍କା, କୋଲକାତାରେ ୧୮୫୦.୫୦ ଟଙ୍କା ଏବଂ ଚେନ୍ନାଇରେ ୧୯୩୦ ଟଙ୍କାରେ ଉପଲବ୍ଧ ହେବ।