Author: Madhulekha

ତିରୁପତିରେ ଅପମିଶ୍ରିତ ଭୋଗକୁ ନେଇ ସାରା ଦେଶରେ ଚର୍ଚ୍ଚା ଥମିନି । ଏହି ସମୟରେ କେନ୍ଦ୍ରାପଡ଼ାରୁ ଆସିଛି ଆଉ ଏକ ସାଙ୍ଘାତିକ ଘଟଣା । ଅପମିଶ୍ରିତ ଘିଅରେ ହେଉଛି ପ୍ରଭୁ ବଳଦେବଜିଉଙ୍କ ଭୋଗ । ଠାକୁରଙ୍କ ରୋଷ ଘର ଗୋଦାମରେ ଅଛି ଡବା ଘିଅ। ଯେଉଁଥିରେ ନାଁ ଅଛି ପ୍ରସ୍ତୁତିର ତାରିଖ ନା ବ୍ୟାଚ୍‌ ନମ୍ବର ।ଘିଅରୁ ଦୁର୍ଗନ୍ଧ ମଧ୍ୟ ବାହାରୁଛି । ଆଉ ଏଭଳି ଅମମିଶ୍ରିତ ଘିଅରେ ପ୍ରସ୍ତୁତ କରାଯାଉଛି ପ୍ରସାଦ । ଭକ୍ତଙ୍କୁ ମଧ୍ୟ ଏହି ପ୍ରସାଦ ଦିଆଯାଉଛି । ଘଟଣା ଜଣାପଡ଼ିବା ପରେ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ସେହିଭଳି ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଗୁରୁବାର ଅଭିଯୋଗ ହୋଇଥିଲା। ଏ ନେଇ ଶୁକ୍ରବାର ଫୁଡ ଇନ୍ସପେକ୍ଟରଙ୍କ ଟିମ୍‌ ପହଞ୍ଚି ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛି। ନିମ୍ନମାନର ଘିଅ ବ୍ୟବହାର ହେଉଥିବା…

Read More

ଶିମିଳିପାଳ ଜଙ୍ଗଲରେ ବୁଲୁଛି କଳା ବାଘ।ବାଘ ବୁଲୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପିସିସିଏଫ ୱାଇଲ୍ଡ ଲାଇଫ୍‌‌ ସୁଶାନ୍ତ ନନ୍ଦ।ଅଭାୟରଣ୍ୟ ଭିତରେ ଦେଶର ପ୍ରଥମ କଳାବାଘ ସଫାରି ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢୁଥିବା ବେଳେ ଏବେ କଳାବାଘ ଚିତ୍ର ସାମ୍ନାକୁ ଆସିବା ପରେ ପଶୁ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। କଳା ବାଘ ସଫାରୀକୁ ପୂର୍ବରୁ ଏନଟିସିଏ ଅନୁମୋଦନ କରିଥିବା ବେଳେ ଏହାର ଡିଜାଇନକୁ ସେଣ୍ଟ୍ରାଲ ଜୁ’ ଅଥରିଟି ନିକଟରେ ମଞ୍ଜୁରୀ ଦେଇଛି । ବାରିପଦାରୁ ୧୦ କିଲୋମିଟର ଦୂରରେ ମଞ୍ଚିଆପଡ଼ାରେ ଶହେ ଏକର ଜମିରେ ତିଆରି ହେବ ଏହି କଳାବାଘ ସଫାରୀ । ଏଥିରେ ନନ୍ଦନକାନନରୁ କଳାବାଘ ଓ କଳା ଜିନ୍ ଥିବା ବାଘକୁ ଆଣି ଛଡ଼ାଯିବ ବୋଲି ସୂଚନା ରହିଛି ।

Read More

ହବିଷ୍ୟାଳୀ ଯୋଜନାରେ ଆସନ୍ତା ୬ ତାରିଖରୁ ଅନଲାଇନ ଆବେଦନ ହେବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି । ଆବେଦନ କରିଥିବା ହବିଷ୍ୟାଳୀଙ୍କୁ ସମସ୍ତ ପ୍ରକାର ସୁବିଧା ପାଇବେ। ପ୍ରାୟ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ରହଣି ବ୍ୟବସ୍ଥା କରାଯିବ।ଚଳିତବର୍ଷ ଅକ୍ଟୋବର ମାସ ୧୮ ତାରିଖରୁ କାର୍ତ୍ତିକ ମାସ ବ୍ରତ ଆରମ୍ଭ ହେବ।କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ସହ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ରାଜ୍ୟ ସରକାର ହବିଷ୍ୟାଳୀ ଶିବିର ଆୟୋଜନ କରୁଥିବା ବେଳେ ଏହାକୁ ସଫଳ କରିବା ପାଇଁ ପୁରୀ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହା ଅନୁଯାୟୀ, ହବିଷ୍ୟାଳୀମାନେ ଅନଲାଇନରେ ଆବେଦନ କରିପାରିବେ । ଏହି ସମୟରେ ପୁରୀରେ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ତରଫରୁ ବିଶେଷ ଭାବରେ ହବିଷ୍ୟାଳି ମା’ମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଗାଡ଼ି ବ୍ୟବସ୍ଥା ଓ ସ୍ବେଚ୍ଛାସେବୀ ମୁତୟନ କରିବା, ଶୃଙ୍ଖଳା ରକ୍ଷା, ପରିମଳ ବ୍ୟବସ୍ଥା, ପାନୀୟ…

Read More

ତଦନ୍ତ ପାଇଁ ଆସିଥିଲେ ପିସିଆର କର୍ମଚାରୀ, ଛୁରା ମାଡ଼ କଲେ ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ମଞ୍ଚେଶ୍ବର ଥାନା ଚକେଇସିଆଣି ଶ୍ରୀରାମନଗରରେ । ଗାଡି ହର୍ଣ୍ଣ ମରାକୁ ନେଇ ଗଣ୍ଡଗୋଳ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ। ପୁଲିସ ପହଞ୍ଚିବା ପରେ ଦୁର୍ବୃତ୍ତ ଛୁରାମାଡ କରିଛନ୍ତି। ଏଥିରେ ଜଣେ ପୁଲିସ କନେଷ୍ଟବଳ ଆହତ ହୋଇଛନ୍ତି।ଏହା ସହିତ ଛୁରାମାଡ଼ରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ଘଟାଇଥିବା ଅଭିଯୁକ୍ତକୁ ଅଟକ ରଖି ମଞ୍ଚେଶ୍ୱର ଥାନା ପୋଲିସ ପଚରାଉଚରା କରୁଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Read More

ଆଜି କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ ହେଲା ଅର୍ପଣ ଚାଉଳ। ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳ ନିଲାମ ହେଲା । ୨ କୋଟି ୮୬ ଲକ୍ଷ ଟଙ୍କାରେ ସମୁଦାୟ ଚାଉଳ ନିଲାମ ହୋଇଛି ।ଦୀର୍ଘଦିନ ଧରି ଅର୍ପଣ ଚାଉଳକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିବାକୁ ଯାଉଛି। ଅର୍ପଣ ଚାଉଳକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗଚ୍ଛିତ ଥିବା ଅର୍ପଣ ଚାଉଳର ମାନ ପରୀକ୍ଷା କରାଯାଇଛି। ଏହା ଯଦିଓ ମଣିଷ ଖାଦ୍ୟ ଉପଯୋଗୀ ତେବେ ଏହା ‘ବି’ କାଟେଗୋରିରେ ଆସୁଥିବା ମାନ ଯାଞ୍ଚକାରୀଙ୍କ ସୂତ୍ରରୁ ସୂଚନା ମିଳିଛି। ତେଣୁ ନିଷ୍ପତ୍ତି ଅନୁସାରେ ଏହି ଚାଉଳକୁ ନିଲାମ କରାଯାଇ ତାହାର ବିକ୍ରି ଲବ୍ଧ ଅର୍ଥକୁ ଶ୍ରୀମନ୍ଦିରକୁ ଦାନ କରାଯିବ ବୋଲି ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୋମବାର ଆବାସିକ କାର୍ଯ୍ୟାଳୟରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ…

Read More

ଭୁବନେଶ୍ୱର ବିମାନବନ୍ଦରରେ ନୂଆ ଟର୍ମିନାଲ ନିର୍ମାଣ କରାଯିବ । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୂଚନା ଦେଇଛନ୍ତି ।ଏବେ ଦେଶର ୨୦ଟି ସହର ସହ ବିଦେଶର ୪ଟି ସ୍ଥାନକୁ ଭୁବନେଶ୍ବର ଏୟାରପୋର୍ଟ ସଂଯୋଗ କରୁଛି । ଏବେ ଭୁବନେଶ୍ବରରେ ଯେଉଁ ଟର୍ମିନାଲ ଅଛି ପ୍ରତିବର୍ଷ ୪୦ ଲକ୍ଷ ଯାତ୍ରୀ ଯାତାୟତ କରନ୍ତି । ଯାତ୍ରୀ ସଂଖ୍ୟା ୮୦ ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ । ୨ ବର୍ଷରେ ନିର୍ମାଣ ନେଇ ଯୋଜନା ରଖାଯାଇଛି । ସେହିପରି ଖୁବଶୀଘ୍ର ରନୱେ କ୍ୟାଟ ଟୁ ଲାଇଟ ନିର୍ମାଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।ଗତ ୧୦ ବର୍ଷ ମଧ୍ୟରେ ଉତ୍କେଳା, ଜୟପୁର ଓ ରାଉରକେଲା ସହରରେ ରିଜିଓନାଲ କନେକ୍ଟିଭିଟି ମାଧ୍ୟମରେ ଆଗକୁ ବଢିଛି । ରିଜିଓନାଲ ଏୟାରପୋର୍ଟର କିଭଳି ଉନ୍ନତି କରଣ କରାଯିବ ସେ ନେଇ ପ୍ରଚେଷ୍ଟା ଚାଲିଛି…

Read More

ଓଡ଼ିଶାରେ ରକ୍ତ କର୍କଟ ରୋଗୀଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ ଓ ହେମାଟୋ ଅଙ୍କୋଲଜିକାଲ୍ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଅଗ୍ରଣୀ ହସ୍ପିଟାଲ୍ ଭାବେ ପରିଚିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ ହସ୍ପିଟାଲ୍‌ରେ ଯୁଗାନ୍ତକାରୀ ଚିମେରିକ ଆଂଟିଜେନ୍ ରିସେପ୍ଟର-ଟି ସେଲ୍ (କାର ଟି-ସେଲ) ଥେରାପି ଚିକିତ୍ସା ଉପଲବ୍ଧ ହୋଇଛି। ମୟୁରଭଞ୍ଜ ଜିଲ୍ଲାର ଜଣେ ୧୫ ବର୍ଷୀୟା ଝିଅର ଶରୀରରେ ଏହି ଚିକିତ୍ସା ପ୍ରୟୋଗ କରାଯାଇଥିବା ବେଳେ ଏହା ଫଳପ୍ରଦ ହୋଇଛି ଏବଂ ସେ ସୁସ୍ଥ ଅଛି। ଚିରାଚରିତ କେମୋଥେରାପିରୁ ଭିନ୍ନ ଏହି କାର ଟି-ସେଲ ଥେରାପିରେ ରୋଗୀର ଟି-ସେଲକୁ ଜେନେଟିକାଲି ପରିବର୍ତିତ କରି ଶରୀରର କର୍କଟ କୋଷ ଗୁଡ଼ିକୁ ନଷ୍ଟ କରିବାକୁ ବ୍ୟବହାର କରାଯାଏ |ରୋଗୀର ନିଜ କୋଷଗୁଡ଼ିକୁ ବ୍ୟବହାର କରାଯାଇ ଅନୁବଂଶିକ ରୂପରେ ଲାବାରୋଟୋରୀରେ ସଂଶୋଧିତ ତଥା ସଂଖ୍ୟା ବୃଦ୍ଧି କରାଯାଇ ପୁଣି ଥରେ ରୋଗୀର ଶରୀରରେ ପ୍ରବେଶ କରଯାଏ। ଏହି…

Read More

ଘରେ କେହି ନଥିବାର ସୁଯୋଗ ନେଇ ଲୁଟିଲେ ଦୁର୍ବୃତ୍ତ। ମୟୂରଭଞ୍ଜ କପ୍ତିପଦା ଥାନା ଗଡ଼ସାହି ଗାଁରେ ଏଭଳି ଲୁଟ୍ ହୋଇଛି । ବିଳମ୍ବିତ ରାତିରେ ଘରେ ପଶି ସିସିଟିଭିରେ ଗାମୁଛା ଗୁଡ଼ାଇ ଲୁଟି କରିଛନ୍ତି ।ଚୋରମାନେ ଘରେ ଥିବା ଆଲମାରିରୁ ନଗଦ ୨୦ ହଜାରରୁ ଅଧିକ ଟଙ୍କା ଓ ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଥିବା ଘର ମାଲିକ ଥାନରେ ଅଭିଯୋଗ କରିଛନ୍ତି। ପୁଲିସ ଆଖପାଖ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।କପ୍ତିପଦା ଥାନା ଅଞ୍ଚଳରେ ଗତ କିଛି ଦିନ ହେବ ମାତିଛନ୍ତି ଲୁଟେରା । କେହି ନଥିବାର ସୁଯୋଗ ନେଇ ଘରେ ପଶି ଲୁଟପାଟ୍ ଚଳାଇଛନ୍ତି ଲୁଟେରା । ସୂଚନାମୁତାବକ ଗଡ଼ସାହି ଗ୍ରାମର ନାରାୟଣ ଦାସ ବାବୁ ଗତ ୨୮ ତାରିଖ ଆଖି ଅପରେସନ ପାଇଁ ଭୁବନେଶ୍ୱର ଯାଇଥିଲେ। ଯେବେ ଘରେ ପହଞ୍ଚିବା ପରେ ଘର ଗେଟ୍‌ ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ଏଥିସହ ଚାବି…

Read More

ଚେନ୍ନାଇ ମେଟ୍ରୋ ଫେଜ୍-ଟୁ’କୁ ମଧ୍ୟ ମଞ୍ଜୁରୀ ମିଳିଛି । ଯେଉଁଥିପାଇଁ ଖର୍ଚ୍ଚ ହେବ ୬୩ ହଜାର ୨୪୬ କୋଟି ଟଙ୍କା । ଆଉ ୫ଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ । ବେଙ୍ଗଲି, ମରାଠୀ, ଅହମିୟା, ପାଲି ଓ ପ୍ରାକୃତ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବ । ପୂର୍ବରୁ ୬ଟି ଭାଷା ଓଡ଼ିଆ, ସଂସ୍କୃତ, ତେଲୁଗୁ, ତାମିଲ, କନ୍ନଡ଼ ଓ ମାଲୟାଲମ୍ ଭାଷାକୁ ଶାସ୍ତ୍ରୀ ମାନ୍ୟତା ଦିଆଯାଇଥିଲା । ପିଏମ୍ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଏବଂ କୃଷି ଉନ୍ନତି ଯୋଜନା ଅଧୀନରେ କୃଷକମାନଙ୍କ ଆୟ ବଢାଇବା ଓ ମଧ୍ୟମ ବର୍ଗ ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଉପରେ କ୍ୟାବିନେଟ୍ ମୋହର ବାଜିଛି । ଏହି ଦୁଇ ଯୋଜନା ପାଇଁ ୧ ଲକ୍ଷ ୧ ହଜାର ୩୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ…

Read More

ବରଗଡ଼ ଜିଲା କାରାଗାରରେ ଶୁକ୍ରବାର ସକାଳୁ ପୋଲିସ ଅତର୍କିତ ଚଢ଼ାଉ କରିଛି। ଏସ୍‌ପି ପି. ଏସ୍‌ ମୀନାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ କାରାଗାର ଭିତରୁ ବିପୁଳ ପରିମାଣର ଭାଙ୍ଗ, ଖଇନି, ଗୁଟ୍‌ଖା ଜବତ ହୋଇଛି।କେମିତି ଓ କେଉଁ ପରିସ୍ଥିତିରେ ଜେଲ ମଧ୍ୟକୁ ଏସବୁ ମାଦକ ଦ୍ରବ୍ୟ ପ୍ରବେଶ କରାଯାଉଛି ସେ ଉପରେ ଯାଞ୍ଚ କରାଯାଉଛି । ତେବେ ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ଚଢ଼ାଉ କରାଯାଇଛି |ଟେନିସ୍ ବଲ୍ ଭିତରେ ତମାଖୁ ଓ ମାଦକ ଦ୍ରବ୍ୟ ପୂରାଇ ଜେଲ ଭିତରକୁ ଫିଙ୍ଗା ଯାଉଛି। କଏଦୀମାନେ ଟେନିସ ବଲରୁ ତମାଖୁ ଓ ମାଦକ ଦ୍ରବ୍ୟ ସଂଗ୍ରହ କରୁଛନ୍ତି |ସମ୍ବଲପୁର ଜେଲରେ ଏବେ ୨୨ଟି ୱାର୍ଡରେ ୫୭୬ ଜଣ ଅନ୍ତେବାସୀ ଥିବାବେଳେ, ବହୁବର୍ଷ ପରେ ଏଭଳି ଚଢ଼ାଉ ହୋଇଥିବା ସୂଚନା ମିଳିଛି। ପ୍ରାୟ ୩ ଘଣ୍ଟା ଧରି ଜେଲ ଭିତରେ ଚଢ଼ାଇ କରାଯାଇଥିଲା।

Read More

ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ମା’(୫୨)ଙ୍କୁ ୨୮ବର୍ଷୀୟ ପୁଅ ବଳାତ୍କାର କରିଛନ୍ତି।ଏନେଇ ମା’ଙ୍କ ଅଭିଯୋଗ ଆଧାରରେ ବାରକୋଟ ପୋଲିସ ଅଭିଯୁକ୍ତ ପୁଅ ବିରୋଧରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ପୀଡିତା ମହିଳାଙ୍କ ସ୍ବାମୀ କୌଣସି ଏକ ମାମଲାରେ ଛନ୍ଦି ହୋଇ ଜେଲରେ ଅଛନ୍ତି। କିଛିବର୍ଷ ତଳେ ମହିଳା ଜଣଙ୍କ ତାଙ୍କ ପୁଅକୁ ଜଣେ ଯୁବତୀଙ୍କ ସହ ବିବାହ କରିବାର କିଛି ଦିନ ପରେ ପୁଅ-ବୋହୂଙ୍କ ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ଘଟିବାରୁ ପ୍ରାୟ ୪ବର୍ଷ ହେଲା ବୋହୂ ତାଙ୍କ ବାପ ଘରକୁ ଚାଲିଯାଇଛନ୍ତି। ପୁଅ ବିଭିନ୍ନ ସମୟରେ ମା’ଙ୍କୁ ଗାଳିଗୁଲଜ କରିବା ସହ ଖରାପ କଥା କହିବା ସହ ମାଡ଼ ମଧ୍ୟ ମାରିଥାନ୍ତି। ଏହାକୁ ନେଇ ଗ୍ରାମରେ ଆଲୋଚାନ କରାଯିବା ସହ ଘଟଣାର ସମାଧାନ କରାଯାଇଥିଲା।ଗତ ୨୭ ତାରିଖ ରାତିରେ ମହିଳା ଜଣକ ଘରେ ଶୋଇଥିବାବେଳେ ତାଙ୍କ ପୁଅ ହାତରେ ଏକ ଛୁରି…

Read More

ଏଥର ଦଶହରାରେ ପାଗ ଶୁଖିଲା ରହିବ । ହେଲେ ନୟାନ୍ତ କରିପାରେ ଗୁଳୁଗୁଳିଆ ପାଗ । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ରାଜ୍ୟରେ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ପାଗ ପ୍ରାୟତଃ ଶୁଖିଲା ରହିବ । ସମ୍ଭବତଃ ଆସନ୍ତା ୬ କିମ୍ବା ୭ ତାରିଖରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ । ୧୧ ଓ ୧୨ ତାରିଖରେ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ପଶ୍ଚିମବଙ୍ଗ ଉପରେ ଗତକାଲିଠାରୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ମାତ୍ର ଏହା ଓଡ଼ିଶାରୁ ଦୂରରେ ରହିବ । ଏହାର କୌଣସି ପ୍ରଭାବ ରାଜ୍ୟ ଉପରେ ପଡ଼ିବନାହିଁ । ଶନିବାର ଠାରୁ ୬ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି।ସମଗ୍ର ଉପକୂଳରେ ପାଗ…

Read More