ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଗୁରୁବାର ୩୫୦ ଏୟାର ଇଣ୍ଡିଆ ବିମାନରେ କଣ୍ଟେନର ଫସିଯିବାରୁ ବିମାନର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଛି।ବିମାନରେ ଥିବା ଜଣେ ଯାତ୍ରୀ କଣ୍ଟେନର ଫସିଯିବାର ଭିଡିଓ ରେକର୍ଡ଼ କରିଥିଲେ । ବିମାନର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଥିବା ଭିଡିଓରୁ ଦେଖିବାକୁ ମିଳିଛି ।ବିମାନର ଡାହାଣ ପଟ ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣା ପରେ ବିମାନକୁ ନିର୍ଦ୍ଧାରିତ ପାର୍କି ସ୍ଥଳରେ ସୁରକ୍ଷିତ ଭାବେ ରଖାଯାଇଛି । ବିମାନରେ ଥିବା ସମସ୍ତ ଯାତ୍ରୀ ଏକ କ୍ରୁ ସଦସ୍ୟଙ୍କ ସୁରକ୍ଷା ଦେଖି ବିମାନକୁ ଗ୍ରାଉଣ୍ଡ କରାଯାଇଛି ।
Author: madhulekha
ଦଳରୁ ନିଲମ୍ବନ ପରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଥମ ପ୍ରତିକ୍ରିୟା । ସେ କହିଛନ୍ତି ଯେ ମୋତେ ଏ ଯାଏଁ କୌଣସି ସୋ କଜ୍ ନୋଟିସ୍ ମିଳିନାହିଁ । ମୋ ସହିତ କେହି ଯୋଗାଯୋଗ କରିନାହାନ୍ତି । ମୋତେ କାହିଁକି ନିଲମ୍ବନ କରାଗଲା ମୁଁ ଜାଣିନି । ମୁଁ କୌଣସି ଦଳବିରୋଧୀ କାର୍ଯ୍ୟ କରିନି । ମୁଁ ମୋ ନିର୍ବାଚନ କ୍ଷେତ୍ରରେ ଲୋକଙ୍କ ପାଇଁ କାମ କରୁଥିଲି । ମୁଁ କୌଣସି ମେଳିକୁ ଯାଇନି କି ଭୋଜି ଖାଇନି । ମୋ ବାପା ସ୍ୱତନ୍ତ୍ର ଓ ବରିଷ୍ଠ ନେତା, ସେ କଣ କରିବେ ତାଙ୍କ କଥା । ତାଙ୍କୁ ବିବାଦ ଭିତରକୁ ଟାଣିବାକୁ ମୁଁ ଚାହୁଁନି ।ପୁଅର ନିଲମ୍ବନ ଖବର ଜାଣି ଆଶ୍ଚର୍ଯ୍ୟ ହୋଇଥିବା କହିଲେ ବିଜୟ ।କାହିଁକି ଅରବିନ୍ଦ ଦଳରୁ ନିଲମ୍ବନ ହେଲା ମୁଁ ଜାଣିନାହିଁ । ମୁଁ ଜାଣିବାରେ ପୁଅ ସେପରି କିଛି ଦଳବିରୋଧୀ କରିନାହିଁ । ନିଜ…
ଆମ ବସ୍ ସେବା ସମ୍ପର୍କିତ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସଡ଼କ ସୁରକ୍ଷା, ଯାତ୍ରୀ ଅନୁକୂଳ ଆମ ବସ୍ ସେବା ଓ ଚାଳକଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି । ସ୍କାର୍ପିଂ ହେବ ୩୦ ପୁରୁଣା ଗାଡ଼ି ।ଡ୍ରାଇଭିଂ ଟ୍ରେନିଙ୍ଗ ସ୍କୁଲରେ ଡ୍ରାଇଭରଙ୍କୁ ଦିଆଯାଉଥିବା ସୁବାହକ ଟ୍ରେନିଂ 3 ଦିନ ବଦଳରେ 5 ଦିନ ଦିଆଯିବ। ନୂଆ ନିଯୁକ୍ତି ପୂର୍ବରୁ 5 ବର୍ଷରୁ କମ ଅଭିଜ୍ଞତା ଥିବା ଡ୍ରାଇଭର ସୁବାହକ ଟ୍ରେନିଂ ପାସ ନ କଲେ ବସ ଚଳାଇବାକୁ ଅନୁମତି ମିଳିବ ନାହିଁ। ସେହିପରି ରାଜ୍ୟ ରେ ଥିବା ITDR ଗୁଡିକୁ ଇ-ବସ୍ ପ୍ରଦାନ କରାଯିବ। ଏନେଇ ଆବଶ୍ୟକୀୟ ଥିବା ମଲ୍ଟି ଚାର୍ଜିଂ ଇନ୍ଫ୍ରା ଛତିଆ, ବ୍ରହ୍ମପୁର ଏବଂ ବଣାଇ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯିବାର ଯୋଜନା କରାଯାଇଛି।ଜାନୁଆରୀ ୨୬ରୁ କ୍ୟାପଟେନ ଓ ଗାଇଡମାନଙ୍କ ନିମନ୍ତେ ପ୍ରୋତ୍ସାହନ ରାଶି ଲାଗୁହେବ । ଚାଳକଙ୍କ…
ବିଜେଡିର ବଡ଼ କାର୍ଯ୍ୟାନୁଷ୍ଠାନ। ଦଳ ବିରୋଧି କାର୍ଯ୍ୟ ଯୋଗୁ ୨ ବିଧାୟକଙ୍କୁ ସସ୍ପେଣ୍ଡ (ନିଲମ୍ବନ) କଲେ ସୁପ୍ରିମୋ ନବୀନ।ପାଟକୁରା ବିଧାୟକ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପ୍ରୁଅ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ଦଳର ସୁପ୍ରିମୋଙ୍କ ଏଭଳି ନିଷ୍ପତ୍ତି ପରେ ବିଜେଡି ଭିତରେ କମ୍ପନ ଦେଖିବାକୁ ମିଳିଛି । ଏହି ଦୁଇନେତା ବାରମ୍ବାର ବିଜେଡି ଓ ଦଳର ସୁପ୍ରିମୋଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଉଥିବା ଅଭିଯୋଗ ହେଉଥିଲା
ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବାଛୁରୀ ବାଙ୍କ ଗ୍ରାମର ମୁଷା ନାୟକ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିବାବେଳେ ଏକ ନବଜାତ ଶିଶୁପୁତ୍ରକୁ ବୁଦାରେ ପଡ଼ିଥିବା ଦେଖିଥିଲେ । ଶିଶୁପୁତ୍ରକୁ ଉଦ୍ଧାର କରି ଆଣି ସେ ଗ୍ରାମବାସୀ, ସ୍ଥାନୀୟ ଆଶା ଓ ଆଙ୍ଗନଓ୍ବାଡ଼ି କର୍ମୀଙ୍କ ସମେତ ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କୁ ମଧ୍ୟ ଜଣାଇଥିଲେ । ମୁଷା ନିଜ ବାହାଘରର ୧୮ ବର୍ଷ ପରେ ମଧ୍ୟ ନିସନ୍ତାନ ଥିବାରୁ ଗ୍ରାମବାସୀଙ୍କ କହିବା ଅନୁଯାୟୀ ସେ ଓ ତାଙ୍କ ପନ୍ତ୍ରୀ ଶିଶୁପୁତ୍ରକୁ ପାଳିଥିଲେ।ଏନେଇ ମୋଟଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛି ଶିଶୁ ମଙ୍ଗଳ କମିଟି। ପ୍ରାୟ ମାସକ ପରେ କୌଣସି ସୁତ୍ରରୁ ଖବରପାଇ ଜିଲା ଶିଶୁ ସୁରକ୍ଷା ବିଭାଗ , ଚାଇଲ୍ଡ ହେଲପ୍ଲାଇନର ସଦସ୍ୟମାନେ ପୋଲିସ ସହାୟତାରେ ଉଭୟ ସ୍ତ୍ରୀ-ସ୍ବାମୀଙ୍କ କୋଳରୁ ଶିଶୁ ପୁତ୍ରଟିକୁ ଉଠାଇ ଆଣି ଶିଶୁ ମଙ୍ଗଳ ସମିତିରେ ହାଜର କରାଇ ଶିଶୁ ଗୃହରେ ନେଇ ରଖିଥିଲେ ।…
ସୁନ୍ଦରଗଡ଼ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜାମପାଲିରେ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ରାଜଗାଙ୍ଗପୁର ରାଣୀବନ୍ଦ ଅଞ୍ଚଳର ବିକାଶ ମହ।ନନ୍ଦିଆ ବୋଲି ଜଣାପଡିଛି ।ବିକାଶ ଜାମପାଲି ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ହେଲେ ଗୁରୁବାର ଯୁବତୀଙ୍କ ଘର ସମ୍ମୁଖରେ ରହିଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ ।ମୃତକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଯୁବକ ଜଣକ ପ୍ରେମରେ ନିରାଶ ହୋଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ରାଜଗାଙ୍ଗପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫-୨୬ । ବିଭିନ୍ନ ପୁରସ୍କାର ପାଇଁ ଆବେଦନ ସମୟସୀମା ଆସନ୍ତା ୨୦ ଜାନୁୟାରୀ ୨୦୨୬ ଯାଏଁ ବୃଦ୍ଧି ହୋଇଛି । ଏଥିପାଇଁ ଆବେଦନ କରିବାକୁ ହେଲେ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର”ର Website https://msp.odisha.gov.in କୁ ଯାଇ ଆବେଦନ କରିବାକୁ ହେବ ।ଏହି ବର୍ଗରେ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ପୁରସ୍କାର, ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୁରସ୍କାର, ଗ୍ରାମପଞ୍ଚାୟତ ପୁରସ୍କାର, ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର, ଜିଲ୍ଲା ପୁରସ୍କାର, ବ୍ଲକ୍ ପୁରସ୍କାର, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପୁରସ୍କାର, ଜିଲ୍ଲା ଶିକ୍ଷା ଅଧିକାରୀ ପୁରସ୍କାର, ବ୍ଲକ୍ ଶିକ୍ଷା ଅଧିକାରୀ ପୁରସ୍କାର ଓ ଆଞ୍ଚଳିତ ସାଧନ କେନ୍ଦ୍ର ସଂଯୋଜକ ପୁରସ୍କାର ସାମିଲ ଅଛି ।
ଅଶ୍ଳୀଳ ନାଚ ପାଇଁ ଗିରଫ ହୋଇପାରନ୍ତି ନିଶା ମହାରଣା । ସଦର ଥାନାରେ ମାମଲା ରୁଜୁ ପରେ ବଢିଲା ଗିରଫ ସମ୍ଭାବନା । ୧୨ ତାରିଖରେ ଚନ୍ଦନଭାଟିରେ ଅଶ୍ଳୀଳ ନୃତ୍ୟ ଅଭିଯୋଗରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ୨ ଆୟୋଜକଙ୍କୁ ପୋଲିସ ଅଟକ ରଖିବା ପରେ ନିଶାଙ୍କ ସମସ୍ୟା ବଢିଛି ।ଗୋଟିଏ ଟିମ ଭୁବନେଶ୍ୱର ଆସି ନିଶାଙ୍କୁ ଖୋଜୁଥିବା ସୂଚନା ମିଳିଛି ।୧୨ ତାରିଖରେ ଚନ୍ଦନଭାଟିରେ ଯାତ୍ରା ଦୁର୍ଗାମନ୍ଦିରରେ ଅଶ୍ଳୀଳ ନୃତ୍ୟ କରିଥିଲେ ନିଶା। ଏହାକୁ ନେଇ ତାଙ୍କ ବିରୋଧରେ ବିଭିନ୍ନ ଲୋକ ଅଭିଯୋଗ କରିଥିଲେ। ଏହି ମାମଲାରେ ୨ ଆୟୋଜକ ସୁରେନ୍ଦ୍ର ନାଗ ଓ ରାଧେଶ୍ୟାମ ମେହେରଙ୍କୁ ପୋଲିସ ଅଟକ ରଖିବା ପରେ ନିଶାଙ୍କ ସମସ୍ୟା ବଢ଼ିଛି। ଏହାପରେ ବଲାଙ୍ଗିର ପୋଲିସର ଗୋଟିଏ ଟିମ୍ ଭୁବନେଶ୍ବର ଆସି ନିଶାଙ୍କୁ ଖୋଜୁଥିବା ସୂଚନା ମିଳିଛି। ନିକଟରେ ଛତିଶଗଡ଼ ଗରିଆବନ୍ଦ ଜିଲ୍ଲାରେ…
ନିବେଶକ ଓ ପର୍ଯ୍ୟଟନ ପ୍ରେମୀଙ୍କ ପାଇଁ ବଡ଼ ଖବର ! ଖୁବ୍ଶୀଘ୍ର ଭାରତର ଏକ ବଡ଼ ପର୍ଯ୍ୟଟନ ନିବେଶ କେନ୍ଦ୍ର ହେବାକୁ ଯାଉଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ପର୍ଯ୍ୟଟନ (ସଂଶୋଧିତ) ନୀତି–୨୦୨୬ ଆଣିଛନ୍ତି ରାଜ୍ୟ ସରକାର ।ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଗତି ଦେବା ଲକ୍ଷ୍ୟରେ ସଂଶୋଧନ ହୋଇଛି ଓଡ଼ିଶା ପର୍ଯ୍ୟଟନ ନୀତି । ସଂଶୋଧିତ ପର୍ଯ୍ୟଟନ ନୀତି ରାଜ୍ୟର ଭିଜନ ୨୦୩୬ ଓ ୨୦୪୭ ସହ ସମନ୍ୱୟ ରଖି ପର୍ଯ୍ୟଟନକୁ ଅର୍ଥନୈତିକ ବିକାଶର ଏକ ପ୍ରମୁଖ ଆଧାର ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି । ବ୍ୟାବସାୟିକ ସହଜତାକୁ ଉନ୍ନତ କରିବା ଏବଂ ଅଧିକ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ସଂଶୋଧିତ ପର୍ଯ୍ୟଟନ ନୀତିରେ ୩ ତାରକା ଏବଂ ତାଠୁ ଅଧିକ ହୋଟେଲ ଓ ରିସର୍ଟ ପାଇଁ ସର୍ବନିମ୍ନ ନିବେଶ ସୀମା ୫୦ କୋଠରୀରୁ ୧୦ କୋଠରୀକୁ ହ୍ରାସ କରାଯାଇଛି। ଏଥିସହିତ…
ଇଣ୍ଡିଗୋ ଏୟାରଲାଇନ୍ସ ଏହାର ଯାତ୍ରୀମାନଙ୍କ ପାଇଁ ଏକ ଚମତ୍କାର ନୂତନ ବର୍ଷର ସେଲ୍ ‘Sail into 2026’ ଘୋଷଣା କରିଛି । ଏହି ସେଲରେ କେବଳ ବୟସ୍କମାନଙ୍କ ପାଇଁ ନୁହେଁ ବରଂ ପିଲାମାନଙ୍କ ପାଇଁ ମଧ୍ୟ ବିଶେଷ ଅଫର୍ ରହିଛି ।ଯଦି ଆପଣ ଇଣ୍ଡିଗୋର ସିଧାସଳଖ ଚ୍ୟାନେଲ୍, ଯେପରିକି ଏହାର ୱେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ସିଧାସଳଖ ଏକ ଘରୋଇ ବିମାନ ବୁକ୍ କରନ୍ତି, ତେବେ ୦-୨୪ ମାସ ବୟସର ପିଲାମାନେ ମାତ୍ର ୧ଟଙ୍କାରେ ଯାତ୍ରା କରିପାରିବେ ।ଏଥିପାଇଁ ଜନ୍ମ ପ୍ରମାଣପତ୍ର, ହସ୍ପିଟାଲ ଡିସଚାର୍ଜ କାଗଜପତ୍ର, ଟୀକାକରଣ ପ୍ରମାଣପତ୍ର କିମ୍ବା ପାସପୋର୍ଟ ଭଳି ବୟସ ପ୍ରମାଣକାରୀ ଡକ୍ୟୁମେଣ୍ଟଗୁଡ଼ିକୁ ଚେକ୍-ଇନ୍ ସମୟରେ ଉପସ୍ଥାପନ କରିବାକୁ ପଡିବ । ଏହି ପ୍ରମାଣ ବିନା, ଶିଶୁର ଟିକେଟ୍ ପାଇଁ ସମ୍ପୂର୍ଣ୍ଣ ଭଡ଼ା ଦେବାକୁ ପଡିବ । ଇଣ୍ଡିଗୋର ନୂତନ ବର୍ଷ ସେଲ୍ ଜାନୁଆରୀ ୧୩ ରୁ ଜାନୁଆରୀ ୧୬, ୨୦୨୬ ପର୍ଯ୍ୟନ୍ତ ବୁକିଂ ପାଇଁ ଖୋଲା…