ପ୍ରଖ୍ୟାତ ଆସାମୀ ଗାୟିକା ଗାୟତ୍ରୀ ହଜାରିକାଙ୍କର ଶୁକ୍ରବାର ଦିନ ୪୪ ବର୍ଷ ବୟସରେ ଆସାମର ଗୌହାଟୀର ନେମକେୟାର ହସ୍ପିଟାଲରେ ପରଲୋକ ଘଟିଛି।
ଗାୟିକା ଜଣକ Colon କର୍କଟ ରୋଗରେ ପୀଡିତ ଥିଲେ। ଆସାମର ସାଂସ୍କୃତିକ ଏବଂ ସଙ୍ଗୀତମୟ ଦୃଶ୍ୟପଟର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ଗାୟତ୍ରୀ ହଜାରିକା। ତାଙ୍କର ଭାବଭରା କଣ୍ଠସ୍ୱର ଏବଂ ପାରମ୍ପରିକ ଆସାମୀ ସଙ୍ଗୀତକୁ ସମସାମୟିକ ଶବ୍ଦ ସହିତ ମିଶ୍ରଣ କରିବାର ଅନନ୍ୟ କ୍ଷମତା ପାଇଁ ସେ ବେଶ୍ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁ ଖବରରେ ଆସାମ ସମେତ ଦେଶର ବିଭିନ୍ନ ଆଡ଼ୁ ଶୋକ ବାର୍ତ୍ତାର ସୁଅ ଛୁଟିଛି। ନାମୀଦାମୀ ଗାୟିକା ଗାୟତ୍ରୀ ହଜାରିକାଙ୍କ ଦେହାନ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଦୁଃଖ ପ୍ରକାଶ କରିଛନ୍ତି। CMOfficeAssam ର ପୂର୍ବତନ ହ୍ୟାଣ୍ଡେଲରୁ ସରକାରୀ ଟ୍ୱିଟରେ ଲେଖାଯାଇଛି, “HCM Dr @himantabiswa ପ୍ରଖ୍ୟାତ ଗାୟିକା ଶ୍ରୀମତୀ ଗାୟତ୍ରୀ ହଜାରିକାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।