ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ଗାୟକ ତଥା କମ୍ପୋଜର ଏ.ଆର ରେହମାନ । ବିବାହର ୨୯ ବର୍ଷ ପରେ ତାଙ୍କ ପତ୍ନୀଙ୍କ ଠାରୁ ଛାଡପତ୍ର ନେବେ । ଏହି ଖବର ସାମ୍ନାକୁ ଆସିବା ପରେ ଦୁହିଁଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ରେହମାନଙ୍କ ପରେ ତାଙ୍କ ମ୍ୟୁଜିକ ଟିମ୍ରେ କାମ କରୁଥିବା ମୋହିନୀ ଦେ ମଧ୍ୟ ତାଙ୍କ ସ୍ୱାମୀ ହାର୍ଟଙ୍କ ସହ ଛାଡପତ୍ର ଘୋଷଣା କରିଛନ୍ତି। ଯାହାକୁ ନେଇ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିଛି।ଏହା ପରେ ସୋସିଆଲ ମିଡିଆରେ ସେମାନଙ୍କ ମଧ୍ୟରେ ସଂଯୋଗ ଥିବା ନେଇ ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏ.ଆର ରେହମାନ ଏବଂ ସାଇରା ବାନୁଙ୍କ ଓକିଲ ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଓକିଲ ସ୍ପଷ୍ଟ କରିଛନ୍ତି ଯେ ରେହମାନ ଏବଂ ସାଇରା ବାନୁଙ୍କ ଛାଡପତ୍ର ସହିତ ମୋହିନୀ ଦେଙ୍କର କୌଣସି ସମ୍ପର୍କ ନାହିଁ। ସାଇରା ଏବଂ ଆର୍ ରେହମାନ ନିଜେ ଏହି ନିଷ୍ପତ୍ତି ନେଇଛନ୍ତି।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।