ହବିଷ୍ୟାଳୀ ଯୋଜନାରେ ଆସନ୍ତା ୬ ତାରିଖରୁ ଅନଲାଇନ ଆବେଦନ ହେବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି । ଆବେଦନ କରିଥିବା ହବିଷ୍ୟାଳୀଙ୍କୁ ସମସ୍ତ ପ୍ରକାର ସୁବିଧା ପାଇବେ। ପ୍ରାୟ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ରହଣି ବ୍ୟବସ୍ଥା କରାଯିବ।ଚଳିତବର୍ଷ ଅକ୍ଟୋବର ମାସ ୧୮ ତାରିଖରୁ କାର୍ତ୍ତିକ ମାସ ବ୍ରତ ଆରମ୍ଭ ହେବ।କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ସହ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ରାଜ୍ୟ ସରକାର ହବିଷ୍ୟାଳୀ ଶିବିର ଆୟୋଜନ କରୁଥିବା ବେଳେ ଏହାକୁ ସଫଳ କରିବା ପାଇଁ ପୁରୀ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହା ଅନୁଯାୟୀ, ହବିଷ୍ୟାଳୀମାନେ ଅନଲାଇନରେ ଆବେଦନ କରିପାରିବେ ।
ଏହି ସମୟରେ ପୁରୀରେ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ତରଫରୁ ବିଶେଷ ଭାବରେ ହବିଷ୍ୟାଳି ମା’ମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଗାଡ଼ି ବ୍ୟବସ୍ଥା ଓ ସ୍ବେଚ୍ଛାସେବୀ ମୁତୟନ କରିବା, ଶୃଙ୍ଖଳା ରକ୍ଷା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ ଆଦିକୁ ଅଗ୍ରାଧିକାର ଭିତ୍ତିରେ ସୁନିଶ୍ଚିତ କରାଯିବ ବୋଲି ସୂଚନା ମିଳିଛି ।ବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ। ୬ରୁ ୧୧ ଯାଏଁ ଆବେଦନ ପ୍ରକ୍ରିୟା ଜାରି ରହିବ। ଏଥିପାଇଁ http://edistrict.odisha.gov.in ରେ ଆବେଦନ କରିପାରିବେ।