ଉନ୍ମୋଚିତ ହେଲା ରାଜନେତା ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫି। ବହିର ମୂଳ ଲେଖକ ଜାଗୃତି ଶୁକ୍ଳାଙ୍କ ଉପସ୍ଥିତରେ ହେଲା ବୁକ୍ ଲଞ୍ଚ। ଓଡ଼ିଆରେ ଅନୁବାଦ କରିଛନ୍ତି ମାନସ ପଢ଼ିଆରୀ।। ଭୁବନେଶ୍ୱରର ହୋଟେଲ ସ୍ୟାଣ୍ଡିସ୍ ଟାୱାରଠାରେ ଆୟୋଜିତ ଏହି ଲଂଚ ଇଭେଂଟରେ ଚଳଚିତ୍ର ଓ ସାହିତ୍ୟ ଜଗତ ଏବଂ ରାଜନୈତିକ ମହଲର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ବେଶ ସଫଳ ହୋଇଥିଲା ଏବଂ ଏହି ଅବସରରେ ଅନୁଭବ ମହାନ୍ତିଙ୍କ ଉଲ୍ଲେଖନୀୟ ଜୀବନ ଓ କ୍ୟାରିୟରକୁ ପ୍ରଶଂସା କରାଯାଇଥିଲା। ଏହି ବାୟୋଗ୍ରାଫି ଅନୁଭବ ମହାନ୍ତିଙ୍କ ପ୍ରେରଣାଦାୟୀ ଯାତ୍ରା ଉପରେ ଗଭୀର ଦୃଷ୍ଟିକୋଣ ପ୍ରଦାନ କରିଛି । ଏହି ପୁସ୍ତକ ଅନୁଭବ ମହାନ୍ତିଙ୍କ ସ୍ୱର୍ଗୀୟ ପିତା ପ୍ରଫେସର ଶ୍ରୀ ଅଭୟ କୁମାର ମହାନ୍ତିଙ୍କ ପ୍ରତି ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି।। ବହିରେ ରହିଛି ତାଙ୍କ ଜନ୍ମ, ବାଲ୍ୟ ଜୀବନ, ଶିକ୍ଷା, ବାଲ୍ୟ ଜୀବନ, ରାଜନୀତି, ସିନେମା ଓ ସିନେମା ସମୟରେ ଘଟଣା ଦୁର୍ଘଟଣା ଭଳି ଅନେକ ରୋଚକ କଥା କାହାଣୀ। ବହିରେ ରହିଛି ଅନେକ ଫିଲ୍ମ ପୋଷ୍ଟରର ଚିତ୍ର।କାର୍ଯ୍ୟକ୍ରମ ଅବସରରେ ନିଜର କୃତଜ୍ଞତା ଜଣାଇ ଅନୁଭବ ମହାନ୍ତି କହିଥିଲେ, “ଏହି ପୁସ୍ତକ ମୋର ଖୁବ୍ ବ୍ୟକ୍ତିଗତ ଅଟେ । ଏହା କେବଳ ମୋର ଯାତ୍ରା ନୁହେଁ ବରଂ ମୋ ପିତାଙ୍କ ଶିକ୍ଷା, ମୋର ସଂଘର୍ଷ ଓ ଓଡିଶା ପାଇଁ ମୋର ଦୃଢ ଭଲ ପାଇବାର ଏକ ପ୍ରତିଫଳନ। ମୁଁ ଆଶା କରୁଛି ପାଠକମାନେ ଏହି ପୁସ୍ତକର ପୃଷ୍ଠାଗୁଡିକରୁ ପ୍ରେରଣା ପାଇବେ ।”ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।