ବିବାହ ବନ୍ଧନରେ ବାନ୍ଧି ହେଲେ ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲା। ସାମ୍ନାକୁ ଆସିଲା ସେମାନଙ୍କ ବିବାହର ଫଟୋ। ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ପ୍ରଶଂସକମାନେ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି । ମାର୍ଚ୍ଚ ୮ ତାରିଖରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ନିର୍ବନ୍ଧ ଫଟୋ ସାମ୍ନାକୁ ଆସିବା ପରଠୁ ଉଭୟଙ୍କ ବିବାହକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା ।ଉଭୟ ପରିବାର ଓ କିଛି ଘନିଷ୍ଠ ବନ୍ଧୁଙ୍କ ଗହଣରେ ବିବାହ କରିଛନ୍ତି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଛେଦ ପରେ ଜାଗ୍ରତିଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି ଅନୁଭବ |ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।