ସୀମାନ୍ତ ଛତିଶଗଡ଼ରେ ନକ୍ସଲଙ୍କୁ ଆଉ ତ୍ରାହୀ ନାହିଁ। ଯବାନମାନେ ଲଗାତାର ନକ୍ସଲଙ୍କ ପିଛା କରି ସେମାନଙ୍କୁ ଧରାଶାୟୀ କରୁଛନ୍ତି। ଗତ ତିନି ଦିନ ତଳେ ନାରାୟଣପୁର ଏବଂ ଦନ୍ତେୱାଡା ସୀମାନ୍ତରେ ୩୧ ଜଣ ନକ୍ସଲଙ୍କୁ କରିଥିବା ବେଳେ ଏବେ ପୁଣି ସୀମାନ୍ତ ସୁକମାରେ ନକ୍ସଲ ସହ ସାମ୍ନାସାମ୍ନି ହୋଇଛି ପୁଲିସ।ଆଜି ସୁକମା ଜିଲ୍ଲା ଅନ୍ତର୍ଗତ କିଷ୍ଟରାମ ଥାନା ଅଞ୍ଚଳର କୋଣ୍ଟା ଏବଂ କିଷ୍ଟରାମ ସୀମାନ୍ତ ଜଙ୍ଗଲର ପମଲୁରରେ ନକ୍ସଲ ଓ ପୁଲିସ ମଧ୍ୟରେ ନକ୍ସଲ ଗୁଳିବିନିମୟ ଘଟିଛି।ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ କିଷ୍ଟରାମ ଏରିଆ କମିଟି ସଦସ୍ୟ ଲୋକେଶର ମୃତ୍ୟୁ ହୋଇଛି।ଘଟଣାସ୍ଥଳରୁ ମାଓ ସାମଗ୍ରୀ ଜବତ କରାଯାଇଛି। ଏବେ ବି ରହି ରହି ଗୁଳିବିନିମୟ ଚାଲିଥିବା ଜଣାପଡିଛି।