ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନ ପତ୍ରରେ ତ୍ରୁଟି ବାହାରିଛି । ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପ୍ରଶ୍ନରେ ତ୍ରୁଟି ଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ। ସେମାନେ ଅଭିଯୋଗ କରିଛନ୍ତି ଯେ, ୧୦୦ ମାର୍କ ପ୍ରଶ୍ନ ବଦଳରେ ରହିଛି ୯୪ ମାର୍କର ପ୍ରଶ୍ନ। ଯାହାକି ପୂର୍ଣ୍ଣସଂଖ୍ୟାଠାରୁ ୬ ମାର୍କ କମ୍ ରହିଛି ବୋଲି ପରୀକ୍ଷାର୍ଥୀମାନେ ଅଭିଯୋଗ ଆଣି କ୍ଷୋଭ ପ୍ରକାଶ କରିଛନ୍ତି।ତେବେ ଏନେଇ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।ଏହି ଖବର ଅନ୍ୟଙ୍କୁ ଶେୟାର କରନ୍ତୁ ।