ମା’ ହେବେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। ଶୋ’ ‘ଲାଫଟର ସେଫ୍ ୨’ର ଶୁଟିଂ ସେଟ୍ରେ ନିଜେ ଅଭିନେତ୍ରୀ ଏନେଇ ଖୁଲାସା କରିଛନ୍ତି। ଏହା ସାମ୍ନାକୁ ଆସିବା ପରେ ଅଙ୍କିତାଙ୍କ ପ୍ରଶଂସକ ଖୁସିବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।ଟିଭି ଚ୍ୟାନେଲ ‘ଲାଫଟର୍ ସେଫ୍ 2’ ସେଟ୍ ରୁ ଏକ ଭିଡିଓ ସେୟାର କରିଛି । ଏହି ଭିଡିଓରେ କୃଷ୍ଣା ଅଭିଷେକ ଅଭିନେତ୍ରୀଙ୍କ ଖାଦ୍ୟ ସାମଗ୍ରୀ ନେଇ ଦୌଡ଼ି ପଳାଉଛନ୍ତି । ପୂରା ସେଟ୍ ବୁଲିବା ପରେ, ଅଙ୍କିତା ଲୋଖଣ୍ଡେ କହୁଥିବାର ଦେଖାଯାଇଥିଲା – ମୁଁ ଗର୍ଭବତୀ, ମୁଁ ଦୌଡ଼ି ପାରିବି ନାହିଁ । ଏହା ଶୁଣି କୃଷ୍ଣା ଅଭିଷେକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଖୁସି ଖବର ଦେବା ପରେ, ସେ ଲାଜେଇ ଯିବାର ଦେଖାଯାଇଥିଲା । ଏଥି ସହ କିଛି ସମୟ ପରେ କରଣ କୁନ୍ଦ୍ରା ମଧ୍ୟ ପଚାରିଥିଲେ, ଯାହାର ଉତ୍ତରରେ ଅଭିନେତ୍ରୀ ମୁଣ୍ଡ ହଲାଇ ହଁ ବୋଲି କହିଥିଲେ ।