ହଲିଉଡ ତାରକା ବ୍ରାଡ ପିଟ ଏବଂ ଆଞ୍ଜେଲିନା ଜୋଲି ୮ ବର୍ଷର ଆଇନଗତ ଯୁଦ୍ଧ ପରେ ପରସ୍ପରକୁ ଛାଡପତ୍ର ଦେଇଛନ୍ତି। ହଲିଉଡ ଦମ୍ପତି ସେମାନଙ୍କ ସର୍ତ୍ତାବଳୀ ଶେଷ କରି ଡିସେମ୍ବର ୩୦ରେ ଛାଡପତ୍ର ସର୍ତ୍ତାବଳୀରେ ଦସ୍ତଖତ କରିଥିଲେ।ବର୍ତ୍ତମାନ ଦୁହିଁଙ୍କ ରାସ୍ତା ସବୁଦିନ ପାଇଁ ଅଲଗା ହୋଇଯାଇଛି। ଆଞ୍ଜେଲିନା ଜୋଲି ଏବଂ ବ୍ରାଡ୍ ପିଟ୍ ୨୦୧୪ରେ ବିବାହ କରିଥିଲେ । ୨୦୧୬ରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ୨ ବର୍ଷର ବିବାହ ପରେ ୮ ବର୍ଷ ଧରି ଚାଲିଥିବା ମାମଲା ସମସ୍ତଙ୍କୁ ଚକିତ କରି ଦେଇଥିଲା। ଉଭୟଙ୍କର ଏହି ଛାଡପତ୍ର ବହୁ ବର୍ଷ ଧରି ଚର୍ଚ୍ଚାର ବିଷୟ ପାଲଟିଥିଲା।ଆଞ୍ଜେଲିନା ଅଭିଯୋଗ ଆଣିଥିଲେ ଯେ, ୟୁରୋପରୁ ଫେରୁଥିବା ସମୟରେ ଏକ ଘରୋଇ ବିମାନରେ ବ୍ରାଡ୍ ପିଟ୍ ତାଙ୍କୁ ମାରପିଟ କରିଥିଲେ ଏବଂ ତାଙ୍କ ପିଲାମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ୨୦୧୮ରେ ଜୋଲି ବ୍ରାଡଙ୍କୁ ଦୋଷାରୋପ କରିଥିଲେ ଯେ ଅଲଗା ହେବା ପରେ ପିଲାମାନଙ୍କୁ ଆବଶ୍ୟକ ତଥା ଅର୍ଥପୂର୍ଣ୍ଣ ସହାୟତା ପ୍ରଦାନ କରୁନାହାଁନ୍ତି। ତେବେ ଅଭିନେତାଙ୍କ ଓକିଲ ଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି। ଏହା ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଆହୁରି ଗଭୀର ହୋଇଥିଲା।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।