ଅମୃତ ଭଣ୍ଡା ଶରୀର ପାଇଁ ଖୁବ୍ ଲାଭଦାୟକ ଅଟେ। ସେ କଞ୍ଚା ହେଉ ଅବା ପାଚିଲା । ତେବେ ଅମୃତ ଭଣ୍ଡା ପତ୍ର ମଧ୍ୟ ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ । ଅମୃତ ଭଣ୍ଡା ପତ୍ରର ଜୁସ୍ ଶରୀରରେ ଇମ୍ୟୁନିଟି ବଢାଇବାରେ ସାହାର୍ଯ୍ୟ କରେ ଓ ଜୀବାଣୁ ବୃଦ୍ଧିକୁ କମ କରାଇଥାଏ । ଅନେକ ରୋଗ ସହିତ ଲଢିବାରେ ଶକ୍ତି ଯୋଗାଇଥାଏ । ଏହି ଜୁସ୍ ମ୍ୟାଲେରିଆ ଏବଂ ଡେଙ୍ଗୁ ରୋଗୀଙ୍କ ପାଇଁ ଖୁବ୍ ଉପଯୋଗୀ ହୋଇଥାଏ । ଏହାସହିତ ଶରୀରକୁ ଦୃଢ ରଖିଥାଏ ।କର୍କଟ ରୋଗୀଙ୍କ ପାଇଁ ଏହି ପତ୍ରର ଜୁସ୍ ବରଦାନ ଭଳି କାମ କରିଥାଏ । ଏଥିରେ କ୍ୟାଂସରୋଧି ଗୁଣ ଥାଏ । ଯାହା ଇମ୍ୟୁନିଟି ବଢାଇବାରେ ସମ୍ପୂର୍ଣ ସାହାର୍ଯ୍ୟ କରିଥାଏ ।ଯଦି ମହିଳାମାନଙ୍କର ମାସିକ ଧର୍ମରେ ହେଉଥିବା ଯନ୍ତ୍ରଣାରୁ ଉପଶମ ପାଇବାକୁ ହୁଏ ତେବେ ଅମୃତ ଭଣ୍ଡା କାଢା ପ୍ରସ୍ତୁତ କରି ପିଇବା ଦ୍ୱାରା ଖୁବ୍ ଆରାମ ମିଳିଥାଏ ।
ମଧୁମେହ ରୋଗ ରେ ମଧ୍ୟ ଅମୃତଭଣ୍ଡାରେ ପ୍ରସ୍ତୁତ ଜୁସ୍ ପିଅନ୍ତୁ।ଯାହା ଫଳରେ ରକ୍ତରେ ଥିବା ଶର୍କରା ସ୍ତର କମ୍ ହୋଇଥାଏ।ଫଳରେ ଶରୀର ମଧ୍ୟରେ ଇନ୍ସୁଲିନ ବଢିଥାଏ।ଏଥିରେ ଥିବା ନ୍ୟୁଟ୍ରିଅନ୍ସ ଓ ମିନେରାଲ୍ସ କାରଣରୁ ଧରି ରହୁଥିବା ଥଣ୍ଡା ଭଲ ହୋଇଥାଏ।ଏଥିରେ ଭିଟାମିନ ‘ଡି’ ଥିବାରୁ ଏମ୍ଫାସିମା ରୋଗ ମଧ୍ୟ ଭଲ ହୋଇଥାଏ |ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।