ଐଶ୍ୱର୍ଯ୍ୟା ଏବଂ ଅଭିଷେକ ସେମାନଙ୍କ ଛାଡପତ୍ର ଖବରକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିଲେ। ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ସେମାନଙ୍କ ସମ୍ପର୍କ ଖରାପ ହୋଇଯାଇଛି। ଦୀର୍ଘ ଦିନ ଧରି ଉଭୟଙ୍କୁ ଏକାଠି ଦେଖିବାକୁ ମିଳିନଥିଲା।ଏତେସବୁ ଚର୍ଚ୍ଚା ଭିତରେ ବର୍ତ୍ତମାନ ଅମିତାଭ ବଚ୍ଚନ ଶେଷରେ ମୁହଁ ଖୋଲିଛନ୍ତି।
ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅମିତାଭ ବଚ୍ଚନ ଶେଷରେ ୨୧ ନଭେମ୍ବର ଗୁରୁବାର ଅପରାହ୍ନରେ ନିଜ ବ୍ଲଗରେ ଏକ ଲମ୍ବା ନୋଟ ଲେଖିଥିଲେ ଏବଂ କାହିଁକି ସେ ତାଙ୍କ ପରିବାର ବିଷୟରେ ଅଧିକ କଥାବାର୍ତ୍ତା କରନ୍ତି ନାହିଁ ତାହା କହିଥିଲେ। ପୁଅ ଏବଂ ବୋହୂ ମଧ୍ୟରେ ଛାଡପତ୍ର ହେବାର ଗୁଜବ ପଛରେ ସତ କ’ଣ ତାହା ମଧ୍ୟ ଖୁଲାସା କରିଥିଲେ। ବିଗ ବି ଲେଖିଛନ୍ତି, ଜୀବନରେ ପୃଥକତା ଏବଂ ଏହାକୁ ବିଶ୍ୱାସ କରିବା ପାଇଁ ଦୃଢ ବିଶ୍ୱାସ, ବହୁତ ସାହସ ଏବଂ ସଚ୍ଚୋଟତା ଆବଶ୍ୟକ ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।