ଆଜି ୮୨ ବର୍ଷରେ ପାଦ ଥାପିଛନ୍ତି ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ । ଏହାକୁ ନେଇ ସାରା ବିଶ୍ୱରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ମେଗାଷ୍ଟାର ଅମିତାଭ ବଚ୍ଚନ ବର୍ଷ ବର୍ଷ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହି ପ୍ରଶଂସକଙ୍କୁ ମନୋରଞ୍ଜନ କରୁଛନ୍ତି| ବର୍ତ୍ତମାନ ସୁଦ୍ଧା ସେ ୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ସାରିଛନ୍ତି ।କୌନ ବନେଗା କରୋଡପତିରେ ସେ କହିଥିଲେ, ବଚ୍ଚନ ସରନେମ୍ ହେଉଛି ତାଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ଉପହାର। ଅମିତାଭ କହିଛନ୍ତି, ମୋ ବାପା ଜାତି ଦ୍ୱାରା ବାନ୍ଧି ହେବାକୁ ଚାହୁଁ ନ ଥିଲେ। ସେ ମୁକ୍ତ ହେବାକୁ ଚାହୁଁଥିଲେ। ସେ ଜଣେ କବି ଥିବାରୁ ସେ ବଚ୍ଚନ ସରନେମ୍ ରଖିଲେ। ସ୍କୁଲରେ ମଧ୍ୟ ଏହି ସରନେମ୍ ରହିଲା। ସେବେଠାରୁ ବଚ୍ଚନ ସରନେମ୍ ଆରମ୍ଭ ହେଲା।