ଭୃସଙ୍ଗ ପତ୍ରରେ ଏତେ ଆୟୁର୍ବେଦିକ ତତ୍ତ୍ଵ ରହିଛି ଯେ ତାହା କ୍ୟାନ୍ସର ଭଳି ରୋଗକୁ ମଧ୍ୟ ଭଲ କରିପାରେ । ଯଦି କାହାକୁ କୋଲେଷ୍ଟ୍ରୋଲର ସମସ୍ଯା ରହିଛି ତେବେ ଭୃସଙ୍ଗ ପତ୍ରର ସେବନ ତାଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । କାରଣ ଏହା ଆପଣଙ୍କ ଶରୀରରେ ଥିବା କୋଲେଷ୍ଟ୍ରୋଲକୁ କମ୍ କରିବାରେ ସାହାଯ୍ୟ କରିଥାଏ । ହୃଦୟ ସମ୍ବନ୍ଧିତ ରୋଗୀଙ୍କ ପାଇଁ ମଧ୍ୟ ଭୃସଙ୍ଗ ପତ୍ରର ସେବନ କରିବା ଅତ୍ୟନ୍ତ ଲାଭକାରୀ ହୋଇଥାଏ ।
କେଶ ଅତ୍ୟଧିକ ଭାବେ ଝଡୁଛି ତେବେ ଆପଣ ନିହାତି ଭାବେ ଭୃସଙ୍ଗ ପତ୍ରର ସେବନ କରିବା ଆରମ୍ଭ କରି ଦିଅନ୍ତୁ । ଏହି ପତ୍ରର ସେବନ ଦ୍ଵାରା ଆପଣଙ୍କ କେଶ ଘନ, ଲମ୍ବା ଏବଂ ଚମକଦାର ବନିଥାଏ । ଏହା ସେବନ କରିବା କେଶ ସମ୍ବନ୍ଧିତ ସମସ୍ତ ସମସ୍ଯା ଦୂର ହୋଇଥାଏ । ତେବେ ଯଦି ବ୍ଲଡ଼ ସୁଗାର ଭଳି ସମସ୍ଯା ରହିଛି ତେବେ ଭୃସଙ୍ଗ ପତ୍ରର ସେବନ ନିହାତି ଭାବେ କରନ୍ତୁ । ଏହା ବ୍ଲଡ଼ ସୁଗାର ଲେବୁଲକୁ କଣ୍ଟ୍ରୋଲରେ ରଖିବା ପାଇଁ ବହୁତ ସାହାଯ୍ୟ କରିଥାଏ । ପେଟ ଏବଂ ଲିଭର ପାଇଁ ମଧ୍ୟ ଭୃସଙ୍ଗ ପତ୍ର ବହୁତ ଲାଭଦାୟକ ହୋଇଥାଏ ।
ଗ୍ଯାସ ଏବଂ ଏସିଡିଟି ଭଳି ସମସ୍ଯା ଥିଲେ ଭୃସଙ୍ଗ ପତ୍ରର ସେବନ କରନ୍ତୁ । ଏହାଦ୍ଵାରା ବହୁତ ଲାଭ ମିଳିବ । ଯଦି ଲିଭରରେ କିଛି ବି ସମସ୍ଯା ଅଛି ଓ ଆପଣଙ୍କ ଖାଦ୍ଯ ହଜମ ହେଉନାହିଁ ତେବେ ଭୃସଙ୍ଗ ପତ୍ରର ସେବନ କରିବା ଆରମ୍ଭ କରି ଦିଅନ୍ତୁ । ଏହି ସମସ୍ଯା ମଧ୍ୟ କିଛି ଦିନ ମଧ୍ୟରେ ମୂଳରୁ ଶେଷ ହୋଇଯିବ ।ଏହି ପତ୍ର ଅନେକଙ୍କ ବାଡି ବଗିଚାରେ ଅତି ସହଜରେ ମିଳିଥାଏ । ଏହି ଭୃସଙ୍ଗ ପତ୍ରକୁ ଆପଣ ତରକାରୀରେ ପକାଇ ସେବନ କରିପାରିବେ କିମ୍ବା କଞ୍ଚା ପତ୍ର ମଧ୍ୟ ଚୋବେଇ ଖାଇପାରିବେ ।