ପୁଷ୍ପା ପ୍ରିମିୟର ଶୋରେ ହୋଇଥିବା ଦଳଚକଟା ଘଟଣାରେ ପୀଡ଼ିତ ପରିବାରକୁ ୨ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି। ପୁଷ୍ପା-୨ ଦି ରୁଲ ସିନେମା ଟିମ୍ ପକ୍ଷରୁ ଏହି ପୁରସ୍କାର ରାଶି ଘୋଷଣା କରାଯାଇଛି। ପୁଷ୍ପା ୨ର ସ୍କ୍ରିନିଂ ବେଳେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ସନ୍ଧ୍ୟା ହଲକୁ ଆସିଥିଲେ।ତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ହେବାରୁ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଜଣେ ୩୫ ବର୍ଷୀୟ ମହିଳା ପ୍ରାଣ ହରାଇଥିବା ବେଳେ ତାଙ୍କ ୮ ବର୍ଷର ପୁଅ ଡିସେମ୍ବର ୪ରୁ ଆହତ ହୋଇ କୋମାରେ ରହିଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଅଲ୍ଲୁ ଅର୍ଜୁନଙ୍କୁ ପୁଲିସ୍ ଗିରଫ ମଧ୍ୟ କରିଥିଲା। ସେ ଗୋଟିଏ ଦିନ ଜେଲରେ ବି ରହିଥିଲେ।ଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି। କିମ୍ସ ହସ୍ପିଟାଲ ହାଇଦ୍ରାବାଦ୍ରେ ଚିକିତ୍ସିତ ହେଉଥିବା ସେହି ୯ ବର୍ଷୀୟ ଶିଶୁକପ ଦେଖିବାକୁ ହସ୍ପିଟାଲ୍ ଯାଇଥିବା ବେଳେ ଅରବିନ୍ଦ ଏହି ଘୋଷଣା କରିଛନ୍ତି। ଯେହେତୁ ଆଇନଗତ କାରଣ ଭାବରେ ପୀଡ଼ିତ ପରିବାରକୁ ଭେଟିବାକୁ ତାଙ୍କୁ ଅନୁମତି ନାହିଁ ତେଣୁ ଚେୟାରମ୍ୟାନ ଦିଲ୍ ରାଜୁ ଆମ ଠାରୁ ଟଙ୍କା ନେଇ ପୀଡ଼ିତ ପରିବାରକୁ ଦିଅନ୍ତୁ ବୋଲି ସେ ଘୋଷଣା କରିଛନ୍ତି।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।