ଦେଶରେ ଏପରି ଜଣେ ଷ୍ଟାର ଅଭିନେତା ଅଛନ୍ତି ଯିଏକି ନିଜର ଆଗାମୀ ଫିଲ୍ମ ପାଇଁ ଡିମାଣ୍ଡ କରୁଛନ୍ତି ୧୦୦କି ୨୦୦ ନୁହେଁ ୩୦୦ କୋଟି ଟଙ୍କା । ଏହି ସୁପରଷ୍ଟାର ଫ୍ୟାନ୍ସଙ୍କ ହୃଦୟରେ କରୁଛନ୍ତି ରାଜ୍ ।ଏହି ସୁପରଷ୍ଟାର ହେଉଛନ୍ତି ପୁଷ୍ପା ଷ୍ଟାର୍ର ଆକ୍ଟର ଅଲ୍ଲୁ ଅର୍ଜୁନ । ସେ ହୋଇଛନ୍ତି ଦେଶର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା । ଟ୍ରାକ ଟଲିଉଡର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଅଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା ସିକ୍ୱେଲ ‘ପୁଷ୍ପା ୨: ଦ ରୁଲ’ ପାଇଁ ନେଇଛନ୍ତି ୩୦୦କୋଟି ଫି । ଏହି ଫି ସହ ଅଲୁ ଅର୍ଜୁନ ବର୍ତ୍ତମାନ ଥଲାପତି ବିଜୟଙ୍କୁ ପଛରେ ପକାଇଛନ୍ତି । ଏବେ ଅଲ୍ଲୁ ହୋଇଛନ୍ତି ଭାରତର ସର୍ବାଧିକ ଫି ନେଉଥିବା ଅଭିନେତା । ଅଲ୍ଲୁ ଅଭିନୟ ବ୍ୟତୀତ ନିଜର ପ୍ରଡକ୍ସନ୍ ହାଉସ୍, ରେଷ୍ଟୁରାଣ୍ଟ ସିରିଜ୍, ମଲ୍ଟିପ୍ଲେକ୍ସ ଏବଂ ଅନ୍ୟାନ୍ୟ ବିନିଯୋଗରୁ ବିପୁଳ ରୋଜଗାର କରନ୍ତି । ଅଲୁ ଅର୍ଜୁନଙ୍କ କାମ ବିଷୟରେ କହିବାକୁ ଗଲେ ଅଭିନେତାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା-୨ ରିଲିଜ୍ ହେବାକୁ ଯାଉଛି । ଫିଲ୍ମଟି ୫ଡିସେମ୍ବରରେ ମୁକ୍ତିଲାଭ କରିବ ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।