ପୁଣି ନିଜ କମେଡ଼ି ଅବତାରକୁ ଫେରୁଛନ୍ତି ଅଭିନେତା ଅକ୍ଷୟ କୁମାର। ସୋମବାର ନିଜ ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଭେଟି ସ୍ଵରୂପ ତାଙ୍କ ନୂଆ ଫିଲ୍ମ ‘ଭୂତ୍ ବଙ୍ଗଲା’ର ପ୍ରଥମ ଲୁକ୍ ଶେୟାର କରିଛନ୍ତି ଅକ୍ଷୟ। ଉଭୟ ଏକାଠି ଫିଲ୍ମ ହେରାଫେରି, ଭାଗମ୍ ଭାଗ୍ ଭଳି ଜବରଦସ୍ତ କମେଡି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଗଣେଶ ପୂଜାରେ ଫିଲ୍ମର ସାମାନ୍ୟ ଝଲକ ସେୟାର କରିଥିଲେ ଅକ୍ଷୟ । ସୋମବାର ଫିଲ୍ମର ନାଁ ଘୋଷଣା କରିଛନ୍ତି ଅକ୍ଷୟ । ଅକ୍ଷୟଙ୍କ ନୂଆ ଫିଲ୍ମକୁ ନେଇ ବେଶ ଏକସାଇଟେଡ୍ ଅଛନ୍ତି ଫ୍ୟାନ । ଆସନ୍ତା ବର୍ଷ ଫିଲ୍ମ ରିଲିଜ କରିବାକୁ ଟାର୍ଗେଟ ରହିଛି । ଅକ୍ଷୟ କୁମାର ଚଳଚ୍ଚିତ୍ରରୁ ତାଙ୍କ ପ୍ରଥମ ଲୁକ୍ ଶେୟାର କରି କ୍ୟାପ୍ସନରେ ଲେଖିଛନ୍ତି, ‘‘ମୋ ଜନ୍ମଦିନରେ ପ୍ରତ୍ୟେକବର୍ଷ ଆପଣମାନଙ୍କ ଏତେସାରା ଭଲପାଇବା ପାଇଁ ଧନ୍ୟବାଦ! ଚଳିତ ବର୍ଷ ‘ଭୂତ୍ ବଙ୍ଗଲା’ର ପ୍ରଥମ ଲୁକ୍ ସହ ଜନ୍ମଦିନ ପାଳନ କରୁଛି। ୧୪ ବର୍ଷ ପରେ ପୁଣିଥରେ ପ୍ରିୟଦର୍ଶନଙ୍କ ସହ କାମ କରିବାକୁ ମୁଁ ଅତ୍ୟଧିକ ଉତ୍ସାହିତ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।