ସାଉଥ୍ ସୁପରଷ୍ଟାର ନାଗାର୍ଜୁନଙ୍କ ତାଙ୍କ ପୁଅ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଅମାଲା ଆକ୍କିନେନିଙ୍କ ସାନ ପୁଅ ଅଖିଳ ଆକ୍କିନେନି ଜୈନବ ରାୱଦଜୀଙ୍କୁ ବିବାହ କରିଥିବା ସୂଚନା ମିଳୁଛି । ଅଖିଲ ଏବଂ ଜୈନାବଙ୍କ ନିର୍ବନ୍ଧ ଗତ ବର୍ଷ ନଭେମ୍ବର ମାସରେ ହୋଇଥିଲା। ଦୁହେଁ ଅନେକ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ। ବିବାହ ଉତ୍ସବରେ ଉଭୟ ଦମ୍ପତି ପାରମ୍ପରିକ ତେଲୁଗୁ ପୋଷାକରେ ପରିଧାନ କରିଥିଲେ।ସେମାନଙ୍କ ବିବାହ ଉତ୍ସବ ହାଇଦ୍ରାବାଦରେ ଆୟୋଜନ ହୋଇଥିଲା । ସେମାନଙ୍କ ବିବାହରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ। ସେମାନଙ୍କ ସମେତ ଅଖିଳଙ୍କ ଭାଇ ନାଗା ଚୈତନ୍ୟ ଏବଂ ଭାଉଜ ସୋଭିତା ଧୂଲିପାଲା ବିବାହ ଉତ୍ସବରେ ଉପସ୍ଥିତ ଥିଲେ। ଚିରଞ୍ଜିବୀ, ରାମ ଚରଣ ଏବଂ ପ୍ରଶାନ୍ତ ନୀଲ ଭଳି ସେଲିବ୍ରିଟି ମଧ୍ୟ ଉତ୍ସବରେ ଯୋଗ ଦେଇଥିଲେ। ବିବାହକୁ ନେଇ ସମସ୍ତେ ମଜା କରୁଥିବା ନଜର ଆସିଛି ।