ବଲିଉଡ୍ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ପାଇଁ ଗତ କିଛି ମାସ ଭଲ ନ ଥିଲା। ବଚ୍ଚନ ପରିବାର ମଧ୍ୟରେ ଫାଟ ଏବଂ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଛାଡପତ୍ର ବିଷୟରେ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଫେବୃଆରୀରେ ଐଶ୍ୱର୍ଯ୍ୟା, ଅଭିଷେକ ଏବଂ ଅମିତାଭ ଆରାଧ୍ୟାଙ୍କ ସ୍କୁଲ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଏକାଠି ଯୋଗ ଦେଇଥିଲେ। କେବଳ ଏତିକି ନୁହେଁ, ଉଭୟଙ୍କୁ ଏକ ପାର୍ଟିରେ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା। ସେବେଠାରୁ, ସେମାନଙ୍କ ଛାଡପତ୍ରକୁ ନେଇ କଳ୍ପନାଜଳ୍ପନାର ଅନ୍ତ ଘଟିଥିଲା। ଗତ ରବିବାର ଅଭିଷେକ ଏବଂ ଐଶ୍ୱର୍ଯ୍ୟା ସେମାନଙ୍କର ୧୮ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଏହାକୁ ନେଇ ଏକ ପାରିବାରିକ ଫଟୋ ସେୟାର କରିଥିଲେ ଐଶ୍ୱର୍ଯ୍ୟା । ଏହି ପୋଷ୍ଟ ପରେ ଏବେ କମେଣ୍ଟ ଦେବାରେ ଲାଗିଛନ୍ତି ୟୁଜର୍ସ ।
ଐଶ୍ୱର୍ଯ୍ୟା ଏବଂ ଅଭିଷେକ ୨୦୦୭ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏପ୍ରିଲ ୨୦ରେ ସେମାନଙ୍କ ବିବାହକୁ ୧୮ ବର୍ଷ ପୂରଣ ହୋଇଛି । ଏହି ଗୁରୁତ୍ୱପୂର୍ଣ୍ଣ ଦିନଟିକୁ ଉଭୟ ସେମାନଙ୍କ ଝିଅ ଆରାଧ୍ୟା ସହିତ ପାଳନ କରିଛନ୍ତି । ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ଅଛି। ଐଶ୍ୱର୍ଯ୍ୟା ଏକ ପରିବାର ଫଟୋ ଶେୟାର କରି ଏହାର ପ୍ରମାଣ ମଧ୍ୟ ଦେଇଛନ୍ତି।