ବାବା ସିଦ୍ଦିକି ସଲମାନ ଖାନଙ୍କ ସମେତ ଅନେକ ବଲିଉଡ ତାରକାଙ୍କ ନିକଟତର ହୋଇଥିଲେ। ଭାଇଜାନ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସେ ଡାକ୍ତରଖାନାକୁ ଯାଇ ତାଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ପୋଲିସ ତାଙ୍କୁ ନ ଆସିବାକୁ ପରାମର୍ଶ ଦେଇଥିଲା। ଏହି ଘଟଣା ପରେ ସଲମାନ ଖାନଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି । ଏବଂ କଡ଼ା ସୁରକ୍ଷା ମଧ୍ୟରେ ଭାଇଜାନଙ୍କୁ ଦେଖିବାକୁ ମିଳିଛି।ବାବା ସିଦ୍ଦିକିଙ୍କ ହତ୍ୟା ପରେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଉତ୍ତେଜନା ଦେଖାଦେଇଛି। ଅନେକ ବଲିଉଡ ତାରକା ଡାକ୍ତରଖାନାରେ ପହଞ୍ଚି ବାବା ସିଦ୍ଦିକିଙ୍କ ଅନ୍ତିମ ଦର୍ଶନ କରିଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସିଦ୍ଦିକିଙ୍କ ଅନ୍ତିମ ସଂସ୍କାର କରାଯିବ। ଏଥିପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସନ୍ଧ୍ୟାରେ ତାଙ୍କର ମୁସଲିମ ରୀତିନୀତି ଅନୁଯାୟୀ ଅନ୍ତିମ ସଂସ୍କାର କରାଯଇଛି ।