ବରୁଣ ଧାୱନ ଅମିତ ଶାହାଙ୍କ ସହ ସାକ୍ଷାତକାରର ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯେଉଁଥିରେ ଉଭୟ ଭଲ ମୁଡରେ ଥିବା ଦେଖିବାକୁ ମିଳିଛି। ବରୁଣ ଅମିତ ଶାହାଙ୍କ ପାଇଁ ଲେଖିଛନ୍ତି, ଆମେ ସମସ୍ତେ ତାଙ୍କ ସାମ୍ନାରେ ‘ବେବି’।ବରୁଣ ଅମିତ ଶାହାଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ମୁଁ ବହୁତ ଖୁସି।ଦିଲ୍ଲୀର ଏକ ଇଭେଣ୍ଟରେ ବରୁଣ ଅମିତ ଶାହାଙ୍କୁ ଭେଟିଥିଲେ, ଯେଉଁଠାରେ ସେ ଏକ ମଜାଦାର ପ୍ରଶ୍ନ ପଚାରିଥିଲେ; ରାମ ଏବଂ ରାବଣ ମଧ୍ୟରେ ସବୁଠାରୁ ବଡ ପାର୍ଥକ୍ୟ କ’ଣ?
ଅମିତ ଶାହା କହିଛନ୍ତି ଯେ ରାମ ଏବଂ ରାବଣ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ ହେଉଛି ସେମାନଙ୍କର କର୍ତ୍ତବ୍ୟ ବା ଧର୍ମ ପୂରଣ କରିବାର ଭିନ୍ନ ଉପାୟ। ସେ ଦର୍ଶାଇଛନ୍ତି ଯେ ରାମଙ୍କ ପରି ଲୋକଙ୍କ ପାଇଁ ତାଙ୍କର ବ୍ୟକ୍ତିଗତ ସ୍ବାର୍ଥ ତାଙ୍କ କର୍ତ୍ତବ୍ୟର ଭାବନା ଦ୍ୱାରା ପରିଚାଳିତ ହେଉଥିବାବେଳେ ରାବଣ ପରି ଅନ୍ୟମାନେ ତାଙ୍କ ଦାୟିତ୍ୱ ଉପରେ ସ୍ବାର୍ଥକୁ ପ୍ରାଧାନ୍ୟ ଦିଅନ୍ତି।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।