ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଗୁରୁବାର ରାତିରେ ଗିରଫ ହୋଇଛନ୍ତି। ଡିସିପି କାର୍ଯ୍ୟାଳୟରେ ଆତ୍ମସମର୍ପଣ କଲା ପରେ ପୁଲିସ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ତେବେ । ଡିସିପି ଅଫିସ ପହଞ୍ଚିବା ପରେ ପ୍ରତିକ୍ରିୟା ଦେଇଛନ୍ତି ଜଗନ୍ନାଥ ପ୍ରଧାନ। ମୁଁ ତଦନ୍ତରେ ସହଯୋଗ କରିବାକୁ ଆସିଛି। ମୋ ଗିରଫଦାରୀରେ ଯଦି ସମସ୍ୟାର ସମାଧାନ ହେବ ତା ହେଲେ ମୁଁ ସହଯୋଗ କରିବି। ଅନ୍ୟପଟେ ଜଗନ୍ନାଥ ପ୍ରଧାନଙ୍କ ସମର୍ଥନରେ ତାଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇଛନ୍ତି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯିବା ପରେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ଏହା ପରେ ତାଙ୍କୁ ଝାଡ଼ପଡ଼ା ଜେଲକୁ ନିଆଯାଇଛି।